ଯିରିମୀୟ 44:6 - ପବିତ୍ର ବାଇବଲ6 ତେଣୁ ଆମ୍ଭେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଓ କୋପ ପ୍ରକାଶ କଲୁ। ଯିହୁଦାର ନଗର ସମୂହ ଓ ଯିରୁଶାଲମର ସମସ୍ତ ପଥ ସେହି କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେଲା। ଆଉ ମୋର କ୍ରୋଧ ଯୋଗୁଁ ଯିରୁଶାଲମ ଓ ଯିହୁଦାର ନଗରସବୁ ଆଜି ଧ୍ୱଂସସ୍ତୁପରେ ପରିଣତ ହୋଇଅଛି।’ Faic an caibideilପବିତ୍ର ବାଇବଲ (Re-edited) - (BSI)6 ଏହେତୁ ଆମ୍ଭର ପ୍ରଚଣ୍ତ କୋପ ଓ କ୍ରୋଧ ଢଳାଗଲା ଓ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତାହା ପ୍ରଜ୍ଵଳିତ ହେଲା, ପୁଣି ଆଜିର ନ୍ୟାୟ ସେସବୁ ଉତ୍ସନ୍ନ ଓ ଧ୍ଵଂସିତ ହୋଇଅଛି। Faic an caibideilଓଡିଆ ବାଇବେଲ6 ଏହେତୁ ଆମ୍ଭର ପ୍ରଚଣ୍ଡ କୋପ ଓ କ୍ରୋଧ ଢଳାଗଲା ଓ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତାହା ପ୍ରଜ୍ୱଳିତ ହେଲା, ପୁଣି ଆଜିର ସଦୃଶ୍ୟ ସେସବୁ ଉତ୍ସନ୍ନ ଓ ଧ୍ୱଂସିତ ହୋଇଅଛି।” Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଏହେତୁ ଆମ୍ଭର ପ୍ରଚଣ୍ଡ କୋପ ଓ କ୍ରୋଧ ଢଳାଗଲା ଓ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତାହା ପ୍ରଜ୍ୱଳିତ ହେଲା, ପୁଣି ଆଜିର ସଦୃଶ୍ୟ ସେସବୁ ଉତ୍ସନ୍ନ ଓ ଧ୍ୱଂସିତ ହୋଇଅଛି। Faic an caibideil |
“ପୁଣି ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଆମ୍ଭେ ଯିରୁଶାଲମର ଉପରେ ଯେପରି ଆମ୍ଭର କ୍ରୋଧ ଓ ପ୍ରଚଣ୍ଡ କୋପ ପ୍ରକାଶ କରିଥିଲୁ, ସେହିପରି ଯେଉଁମାନେ ମିଶରରେ ପ୍ରବାସ କରିବେ, ଆମ୍ଭେ ସେମାନଙ୍କ ପ୍ରତି ଆମ୍ଭର ପ୍ରଚଣ୍ଡ କୋପ ଢାଳିବା। ଆଉ ତୁମ୍ଭେମାନେ ଅଭିଶପ୍ତ, ବିସ୍ମୟ, ଶାପଗ୍ରସ୍ତ ଓ ନିନ୍ଦାର ପାତ୍ର ହେବ ଓ ତୁମ୍ଭେମାନେ ଏହି ସ୍ଥାନ ଦେଖିବ ନାହିଁ।’
ଆମ୍ଭେ ଆପଣା ଭବିଷ୍ୟଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”