Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 44:21 - ପବିତ୍ର ବାଇବଲ

21 “ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜାଗଣ, ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜଳାଇଲେ, ସଦାପ୍ରଭୁ କ’ଣ ତାହା ସ୍ମରଣ କଲେ ନାହିଁ ଓ ତାହା କ’ଣ ତାଙ୍କ ମନେ ପଡ଼ିଲା ନାହିଁ?

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

21 ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ଵଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ?

Faic an caibideil Dèan lethbhreac

ଓଡିଆ ବାଇବେଲ

21 “ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜାଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ୱଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ ?

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 “ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜାଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ୱଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ?

Faic an caibideil Dèan lethbhreac




ଯିରିମୀୟ 44:21
19 Iomraidhean Croise  

ସେହି ସ୍ତ୍ରୀଲୋକଟି ଏଲିୟଙ୍କୁ କହିଲେ, “ହେ ପରମେଶ୍ୱରଙ୍କ ଲୋକ, ମୋ’ ବିରୁଦ୍ଧରେ ତୁମ୍ଭର କ’ଣ ଅଛି? ତୁମ୍ଭେ କ’ଣ ମୋର ପାପ ସ୍ମରଣ କରେଇବାକୁ ଓ ମୋର ପୁତ୍ରର ମୃତ୍ୟୁର କାରଣ ହେବା ପାଇଁ ଆସିଅଛ?”


ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ। ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ! ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।


ହେ ସଦାପ୍ରଭୁ, ଅତ୍ୟନ୍ତ କ୍ରୋଧିତ ହୁଅ ନାହିଁ କି ଆମ୍ଭମାନଙ୍କର ପାପକୁ ଚିରକାଳ ମନେରଖ ନାହିଁ। ଆମ୍ଭେମାନେ ବିନତି କରୁଅଛୁ, ଆମ୍ଭ ପ୍ରତି ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ସନ୍ତାନ।


“ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ୟା ସେଠାରେ ଅଧିବାସୀମାନଙ୍କ ସହିତ ସମାନ। ଯିରୁଶାଲମର ରାଜପଥଗୁଡ଼ିକର ସଂଖ୍ୟା ପରି, ତୁମ୍ଭେମାନେ ବହୁତ ବେଦି ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।


ସଦାପ୍ରଭୁ ଯିହୁଦା ବିଷୟରେ ଏହିକଥା କହନ୍ତି, “ସେମାନେ ପ୍ରକୃତରେ ଆମ୍ଭକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ପରିତ୍ୟାଗ କରିବାକୁ ଭଲ ପାଆନ୍ତି। ସେମାନେ ନିଜକୁ ସେଥିରୁ ନିବୃତ୍ତ କରି ନାହାନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କୁ ଗ୍ରହଣ କରିବେ ନାହିଁ। ସେ ସେମାନଙ୍କର ଅଧର୍ମ ସ୍ମରଣ କରିବେ ଓ ସେମାନଙ୍କୁ ସମସ୍ତ ପାପର ପ୍ରତିଫଳ ଦେବେ।”


ଆମ୍ଭେ ଯିରୁଶାଲମକୁ ଧ୍ୱଂସ କରିବା, କାରଣ ଇସ୍ରାଏଲ ଓ ଯିହୁଦାର ସନ୍ତାନଗଣ, ସେମାନଙ୍କର ରାଜାଗଣ, ଅଧିପତିଗଣ, ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତାଗଣ ଆମ୍ଭକୁ ବିରକ୍ତ କରିବା ପାଇଁ ନାନାପ୍ରକାର ଦୁଷ୍କର୍ମ କରିଅଛନ୍ତି।


ଆମ୍ଭେ ନିଶ୍ଚିତ କରିବୁ ଯେହେତୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହରେ ଓ ଯିରୁଶାଲମର ସମସ୍ତ ପଥରେ ଆମ୍ଭେମାନେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭେମାନେ ପେୟନୈବେଦ୍ୟ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭେମାନେ ପ୍ରଚୁର ଆହାର ପାଇଲୁ ଏବଂ ସୁଖରେ ଥିଲୁ। କୌଣସି ଅମଙ୍ଗଳ ଆମ୍ଭ ପ୍ରତି ଘଟି ନ ଥିଲା।


ତା'ପରେ ଯିରିମିୟ ସମସ୍ତ ପୁରୁଷ ଓ ସ୍ତ୍ରୀଙ୍କୁ କହିଲେ, ଯେଉଁମାନେ ତାଙ୍କୁ ପ୍ରତ୍ୟୁତ୍ତର କରିଥିଲେ।


ଯିହୁଦା ନଗରର ଓ ଯିରୁଶାଲମର ରାଜପଥରେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଏବଂ ଯିହୁଦାର ରାଜାମାନେ ଓ ସେମାନଙ୍କର ସ୍ତ୍ରୀମାନେ କରିଥିବା ଅପରାଧ ଏବଂ ତୁମ୍ଭର ନିଜର କୁକର୍ମ ଓ ତୁମ୍ଭର ସ୍ତ୍ରୀମାନଙ୍କର କୁକର୍ମ, ତୁମ୍ଭେ ପାଶୋରି ଦେଇଛ କି?


“ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରତ୍ୟେକ ରାସ୍ତାର ଛକରେ ଦେବତାଗଣ ନିମନ୍ତେ ଉଚ୍ଚସ୍ଥଳୀ ଯଜ୍ଞବେଦି ନିର୍ମାଣ କରିଅଛ।


ସେମାନଙ୍କର ଦୋଷକୁ ଆମ୍ଭେ ସ୍ମରଣ କରିବା ସେହି ଲୋକମାନେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଯେଉଁ ମନ୍ଦକାର୍ଯ୍ୟସବୁ ଗ୍ଭରିଆଡ଼େ କରିଥିଲେ ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।


ସଦାପ୍ରଭୁ ଯାକୁବର ଗର୍ବକୁ ନେଇ ଶପଥ କରି କହିଲେ, “ସେହି ଲୋକମାନେ ଯାହା କଲେ ଆମ୍ଭେ କେବେ ତାହା ପାଶୋରି ପାରିବା ନାହିଁ।


“ସଦାପ୍ରଭୁ ତାହା ଦେଖିଲେ, ଏବଂ ସେ ସେମାନଙ୍କୁ ପ୍ରତ୍ୟାଖାନ କଲେ, କାରଣ ତା'ର ପୁତ୍ରକନ୍ୟାଗଣ ତାଙ୍କୁ ବିରକ୍ତି କଲେ।


“ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ଏହାକୁ ସଞ୍ଚିତ ରଖିଛୁ। ଆମ୍ଭେ ଏହାକୁ କ’ଣ ଭଣ୍ତାରରେ ସାଇତି ରଖି ନାହୁଁ।


ମହାନଗରୀ ତିନି ଭାଗରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହୋଇଗଲା। ପରମେଶ୍ୱର ମହାନଗରୀ ବାବିଲୋନକୁ ଦଣ୍ଡ ଦେବା ପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କ୍ରୋଧରୂପ ମଦିରା ପାତ୍ରରୁ ପାନ କରାଇଲେ।


ସ୍ୱର୍ଗ ଯେତେ ଉଚ୍ଚ, ତହାର ପାପକାର୍ଯ୍ୟ ସେତିକି ଉଚ୍ଚ ହେଲାଣି। ପରମେଶ୍ୱର ତା'ର ଭୁଲ୍ କାମଗୁଡ଼ିକ ଭୁଲି ନାହାନ୍ତି। ସେ ତା'ର କୁକର୍ମ ସବୁ ମନେ ପକାଇଲାଣି।


ବର୍ତ୍ତମାନ ଅମାଲେକୀୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲେକୀୟମାନଙ୍କର ସର୍ବସ୍ୱ ଧ୍ୱଂସ କରି ପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡ଼ି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, ଛୋଟପିଲା ଏପରିକି ଶିଶୁଛୁଆକୁ ମଧ୍ୟ ହତ୍ୟା କରିବ। ଆହୁରି ମଧ୍ୟ ସେମାନଙ୍କର ଗାଈ, ମେଣ୍ଢା, ଓଟ ଓ ଗଧମାନଙ୍କୁ ହତ୍ୟା କରିବ।’”


Lean sinn:

Sanasan


Sanasan