Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 44:18 - ପବିତ୍ର ବାଇବଲ

18 ମାତ୍ର ଆମ୍ଭେମାନେ ଯେତେବେଳେ ଆକାଶ ରାଣୀ ଉଦ୍ଦେଶ୍ୟରେ ଧୂପ ଜଳାଇବା ଓ ପେୟନୈବେଦ୍ୟ ଢାଳିବା ଛାଡ଼ିଦେଲୁ, ଆମ୍ଭମାନଙ୍କ ସବୁ ବିଷୟରେ ଅଭାବ ଘଟିଲା ଓ ଆମ୍ଭେମାନେ ‌‌ଖ‌ଡ଼୍‌ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେଲୁ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

18 ମାତ୍ର ଆମ୍ଭେମାନେ ଆକାଶ-ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ଵଳାଇବାର ଓ ପେୟ-ନୈବେଦ୍ୟ ଢାଳିବାର ଛାଡ଼ିଦେବା ସମୟଠାରୁ ଆମ୍ଭମାନଙ୍କର ସବୁ ବିଷୟରେ ଅଭାବ ହୋଇଅଛି ଓ ଆମ୍ଭେମାନେ ଖଡ଼୍‍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହୋଇଅଛୁ।

Faic an caibideil Dèan lethbhreac

ଓଡିଆ ବାଇବେଲ

18 ମାତ୍ର ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାର ଓ ପେୟ ନୈବେଦ୍ୟ ଢାଳିବାର ଛାଡ଼ିଦେବା ସମୟଠାରୁ ଆମ୍ଭମାନଙ୍କର ସବୁ ବିଷୟରେ ଅଭାବ ହୋଇଅଛି ଓ ଆମ୍ଭେମାନେ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହୋଇଅଛୁ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ମାତ୍ର ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାର ଓ ପେୟ-ନୈବେଦ୍ୟ ଢାଳିବାର ଛାଡ଼ିଦେବା ସମୟଠାରୁ ଆମ୍ଭମାନଙ୍କର ସବୁ ବିଷୟରେ ଅଭାବ ହୋଇଅଛି ଓ ଆମ୍ଭେମାନେ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହୋଇଅଛୁ।”

Faic an caibideil Dèan lethbhreac




ଯିରିମୀୟ 44:18
8 Iomraidhean Croise  

ଦମ୍ମେଶକ ଲୋକମାନେ ଯେଉଁ ଦେବତାର ପୂଜା କରୁଥିଲେ, ସେ ସେମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କଲେ। ଦମ୍ମେଶକୀୟ ଲୋକମାନେ ଆହ‌ସଙ୍କୁ ପରାସ୍ତ କଲେ, ତେଣୁ ସେ ମନେ ମନେ ଭାବିଲେ, “ଅରାମର ଲୋକମାନେ ଯେଉଁ ଦେବତାର ପୂଜା କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କଲେ। ତେଣୁ ଯଦି ମୁଁ ସେହି ଦେବତାମାନଙ୍କ ନିକଟରେ ବଳିଦାନ ଉତ୍ସର୍ଗ କରିବି, ତେବେ ହୁଏତ ସେମାନେ ମୋତେ ମଧ୍ୟ ସାହାଯ୍ୟ କରି ପାରିନ୍ତି।” ଆହସ୍ ସେହି ଦେବତାମାନଙ୍କୁ ପୂଜା କଲେ। ଏହି ପ୍ରକାରେ ସେ ନିଜେ ପାପ କଲେ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଲେ।


ଯିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜପ୍ରାସାଦଗୁଡ଼ିକ ତୋଫତ୍ ତୁଲ୍ୟ “ଅଶୁଚି” ସ୍ଥାନ ହେବ। କାରଣ ସେମାନେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ୟରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରିଅଛନ୍ତି।’”


ଯେତେବେଳେ ଯିହୁଦୀମାନେ ଏହି ସମ୍ବାଦ ଶୁଣିଲେ, ସେମାନେ ବିତାଡ଼ିତ ହୋଇଥିବା ଦେଶମାନଙ୍କରୁ ଯିହୁଦାକୁ ଫେରି ଆସିଲେ। ସେମାନେ ମି‌‌ସ୍‌‌ପାରେ ଗଦଲିୟ ନିକଟକୁ ଆସିଲେ। ଆଉ ଅପାର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ।


ସେମାନଙ୍କର ମା ବେଶ୍ୟାପରି କାମ କରିଅଛି। ସେମାନଙ୍କର ମାଙ୍କ କୃତ କର୍ମ ପାଇଁ ଲଜ୍ଜିତ ହେବା ଉଚିତ୍। ସେ କହିଲା, ‘ମୁଁ ମୋର ପ୍ରେମିକମାନଙ୍କ ପାଖକୁ ଯିବି। ମୋର ପ୍ରେମିକମାନେ ମୋତେ ଖାଦ୍ୟ ଓ ପାଣି ଦେବେ। ସେମାନେ ମୋତେ ପଶମ ଓ ଲାଇଲନ୍ ଦେବେ। ସେମାନେ ମୋତେ ଦ୍ରାକ୍ଷାରସ ଓ ଅଲିଭ୍ ତେଲ ଦେବେ।’


Lean sinn:

Sanasan


Sanasan