Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 44:11 - ପବିତ୍ର ବାଇବଲ

11 “ଏଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷରେ ଓ ସମଗ୍ର ଯିହୁଦା ବିପକ୍ଷରେ ଅମଙ୍ଗଳ ଓ ଧ୍ୱଂସ ଘଟାଇବା ପାଇଁ ମନସ୍ଥ କରିଅଛୁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

11 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ର୍ରାଏଲର ପରମେଶ୍ଵର ଏହି କଥା କହନ୍ତି : ଦେଖ, ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ କରିବା ପାଇଁ, ସମୁଦାୟ ଯିହୁଦାକୁ ହିଁ ଉଚ୍ଛିନ୍ନ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା।

Faic an caibideil Dèan lethbhreac

ଓଡିଆ ବାଇବେଲ

11 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି : “ଦେଖ, ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ କରିବା ପାଇଁ, ସମୁଦାୟ ଯିହୁଦାକୁ ହିଁ ଉଚ୍ଛିନ୍ନ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: ଦେଖ, ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ କରିବା ପାଇଁ, ସମୁଦାୟ ଯିହୁଦାକୁ ହିଁ ଉଚ୍ଛିନ୍ନ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା।

Faic an caibideil Dèan lethbhreac




ଯିରିମୀୟ 44:11
9 Iomraidhean Croise  

କିନ୍ତୁ ସଦାପ୍ରଭୁ ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ସେମାନଙ୍କ ବିରୁଦ୍ଧରେ ଯାଆନ୍ତି। ସେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରନ୍ତି।


ପୁଣି ସଦାପ୍ରଭୁ କହନ୍ତି “‘ମଙ୍ଗଳ ପାଇଁ ନୁହେଁ, ଅମଙ୍ଗଳ ଘଟାଇବା ପାଇଁ ଆମ୍ଭେ ସ୍ଥିର କରିଅଛୁ। ଏହି ନଗରକୁ ଆମ୍ଭେ ବାବିଲ ରାଜା ହସ୍ତରେ ଅର୍ପଣ କରିବା ଓ ସେ ଏହାକୁ ଅଗ୍ନିରେ ଦ‌ଗ୍‌ଧ କରିବ।’”


ଏଣୁ ହେ ଯିହୁଦାର ସମସ୍ତ ମିଶର ଦେଶ ନିବାସୀ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ‘ଦେଖ, ମୁଁ ଆପଣା ମହାନାମରେ ଶପଥ କରିଅଛି, ମିଶର ଦେଶସ୍ଥ ଯିହୁଦୀ ଲୋକ ମୋର ନାମର ବ୍ୟବହାର କରିବ ନାହିଁ। “ସେମାନେ କେବେ କହିବେ ନାହିଁ, ନିଶ୍ଚିତରେ ସଦାପ୍ରଭୁ ଅଛନ୍ତି।”


ମୁଁ ସେମାନଙ୍କ ବିରୁଦ୍ଧରେ ମୋର ମୁହଁ ବୁଲାଇବି। ଯଦି ସେମାନେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସେହି ଅଗ୍ନି ସେମାନଙ୍କୁ ଗ୍ରାସ କରିବ। ଯେହେତୁ ମୁଁ ସେମାନଙ୍କ ବିରୁଦ୍ଧରେ ବିମୁଖ ହୋଇଛି, ଏହା ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।


“ଆଉ କୌଣସି ଇସ୍ରାଏଲୀୟ କିମ୍ବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ ରଖିବା।


ଆମ୍ଭେ ତୁମ୍ଭ ବିରୁଦ୍ଧରେ ଯିବା, ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହେବ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସେମାନେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କେହି ତୁମ୍ଭମାନଙ୍କ ପଛରେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ଦୌଡ଼ି ପଳାଇଯିବ।


ଯଦି ସେମାନେ ଧରା ହୋଇ ଶତ୍ରୁମାନଙ୍କ ଦ୍ୱାରା ବନ୍ଦୀ ହେବେ ତଥାପି ‌‌ଖ‌ଡ଼୍‌ଗକୁ ଆଦେଶ ଦେବା, ସେ ସେମାନଙ୍କୁ ହତ୍ୟା କରିବ। ଆମ୍ଭେ ସେମାନଙ୍କ ଉପରେ ଦୃଷ୍ଟି ରଖିବା କିନ୍ତୁ ଆମ୍ଭେ ସେମାନଙ୍କୁ ଦୁଃଖ ଦେବା ପାଇଁ ଲକ୍ଷ୍ୟ ରଖିବା। ସେମାନଙ୍କୁ ଉତ୍ତମ ଜିନିଷ ଦେବା ପାଇଁ ଲକ୍ଷ୍ୟ ରଖିବା ନାହିଁ।”


Lean sinn:

Sanasan


Sanasan