Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 43:9 - ପବିତ୍ର ବାଇବଲ

9 “ହେ ଯିରିମିୟ, ତୁମ୍ଭେ କେତେଗୁଡ଼ିଏ ବୃହତ୍ ପ୍ରସ୍ତର ନେଇ ତଫ‌‌‌ନ୍‌‌‌ହେଷରେ ଫାରୋ ଗୃହର ପ୍ରବେଶ ସ୍ଥାନ ନିକଟରେ କାଦୁଅ ଚଟାଣ ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଗ୍ଭଇ ରଖ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

9 ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍ହେଷରରେ ଫାରୋ ଗୃହର ପ୍ରବେଶ-ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ;

Faic an caibideil Dèan lethbhreac

ଓଡିଆ ବାଇବେଲ

9 “ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍‍ହେଷରରେ ଫାରୋ ଗୃହର ପ୍ରବେଶ ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 “ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍‍ହେଷରରେ ଫାରୋ ଗୃହର ପ୍ରବେଶ ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ;

Faic an caibideil Dèan lethbhreac




ଯିରିମୀୟ 43:9
18 Iomraidhean Croise  

ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହାମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା କଠିନ କାର୍ଯ୍ୟ କରାଇ ଦଣ୍ତ ଦେଲେ ଓ ସେମାନଙ୍କୁ ଇଟା ତିଆରି କରାଇଲେ। ସେ ଅମ୍ମୋନୀୟମାନଙ୍କ ସମୁଦାୟ ନଗର ପ୍ରତି ଏପରି କଲେ। ଏହା ପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫେରି ଆସିଲେ।


ମିଶରୀୟମାନେ ଇସ୍ରାଏଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସେମାନେ ସେମାନଙ୍କୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବାଧ୍ୟ କଲେ। ସେମାନଙ୍କୁ ମଧ୍ୟ ବିଲରେ କଠିନ ପରିଶ୍ରମ କରାଇଲେ। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ବାଧ୍ୟ କଲେ।


ମୁଁ ମଧ୍ୟ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସେହି କ୍ରୋଧରୂପୀ ପାତ୍ରରୁ ପାନ କରାଇଲି।


ସେମାନଙ୍କୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଦେଖ, ଆମ୍ଭେ ଆମ୍ଭର ଗ୍ଭକର ବାବିଲର ରାଜା ନବୂଖ‌ଦ୍‌ନିତ୍ସରକୁ ଆସିବା ପାଇଁ ଆଦେଶ ଦେଇଛୁ ଓ ଆମ୍ଭେ ଯେଉଁ ପ୍ରସ୍ତରକୁ ଲୁଗ୍ଭଇ ରଖିଅଛୁ, ତାହା ଉପରେ ଆପଣା ରାଜକୀୟ ଚନ୍ଦ୍ରାତାପ ବିସ୍ତାର କରିବ।


ଅନନ୍ତର ତଫ‌‌‌ନ୍‌‌‌ହେଷରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।


ସଦାପ୍ରଭୁ ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକିୟକୁ ତାହାର ପ୍ରାଣ ନାଶକାରୀ ଶତ୍ରୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲୁ,’ ସେହିପରି, ‘ଆମ୍ଭେ ମିଶରର ରାଜା ଫାରୋ-ହଫ୍ରାକୁ ତାହାର ପ୍ରାଣନାଶକାରୀ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବା।’”


“ହେ ମନୁଷ୍ୟ ପୁତ୍ର ତୁମ୍ଭ ସମ୍ମୁଖରେ ଖଣ୍ଡେ ଇଟା ରଖ ଓ ତହିଁରେ ଯିରୁଶାଲମ ନଗରର ନ‌କ୍‌ସା ଅଙ୍କନ କର।


ଆମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭମାନଙ୍କୁ ଏବଂ ସେମାନଙ୍କୁ ବହୁ ଦର୍ଶନ ଦେଲୁ। ଆମ୍ଭେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭକୁ ଦୃଷ୍ଟାନ୍ତ କଥା ଦେଲୁ।


ଅବରୋଧ ସମୟ ନିମନ୍ତେ ପାଣି କାଢ଼ି ଆଣ। ଇଟା ତିଆରି କରିବାକୁ ମାଟି ରଖ, ସେଥିରେ ଚୂନ ମିଶାଅ, ଇଟା ତିଆରି ପାଇଁ ସେହି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡ଼ିକ ଶକ୍ତିଶାଳୀ କର।


ସେ ଆମ୍ଭପାଖକୁ ଆସି ପାଉଲଙ୍କ କଟୀବନ୍ଧନ ମାଗି ନେଇ ନିଜ ହାତ ଗୋଡ଼ ବାନ୍ଧି ପକେଇଲେ ଓ କହିଲେ, “ପବିତ୍ରଆତ୍ମା ଏପରି କହନ୍ତି ଏହି କଟୀବନ୍ଧନ ଯାହାର ଅଟେ, ‘ତାହାଙ୍କୁ ଯିରୁଶାଲମରେ ଯିହୂଦୀମାନେ ଏହିପରି ବାନ୍ଧି। ସେମାନେ ତାହାଙ୍କୁ ଅଣଯିହୂଦୀମାନଙ୍କ ହାତରେ ସମର୍ପଣ କରିବେ।’”


ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସେହି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ: “ଏହିପରି ଭାବରେ ମହାନଗରୀ ବାବିଲକୁ ତଳକୁ ନିକ୍ଷେପ କରାଯିବ। ତାହାକୁ ଆଉ କେବେ କେହି ଦେଖି ପାରିବେ ନାହିଁ।


Lean sinn:

Sanasan


Sanasan