Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 42:19 - ପବିତ୍ର ବାଇବଲ

19 “ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହିକଥା କହି ଅଛନ୍ତି, ‘ତୁମ୍ଭେମାନେ ମିଶରକୁ ଯାଅ ନାହିଁ।’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

19 ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ କହିଅଛନ୍ତି, ତୁମ୍ଭେମାନେ ମିସରକୁ ଯାଅ ନାହିଁ, ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ।

Faic an caibideil Dèan lethbhreac

ଓଡିଆ ବାଇବେଲ

19 ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ କହିଅଛନ୍ତି, ତୁମ୍ଭେମାନେ ମିସରକୁ ଯାଅ ନାହିଁ, ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ କହିଅଛନ୍ତି, ‘ତୁମ୍ଭେମାନେ ମିସରକୁ ଯାଅ ନାହିଁ,’ ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ୟ ଦେଲି, ଏହା ନିଶ୍ଚୟ ଜାଣ।

Faic an caibideil Dèan lethbhreac




ଯିରିମୀୟ 42:19
17 Iomraidhean Croise  

ଲୋକମାନଙ୍କୁ ସଦାପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ପରମେଶ୍ୱର ସେମାନଙ୍କ ନିକଟକୁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପ୍ରେରଣ କଲେ। ଭବିଷ୍ୟ‌ଦ୍‌ବକ୍ତାମାନେ ଲୋକମାନଙ୍କୁ ସାବଧାନ କରାଇ ଦେଲେ। କିନ୍ତୁ ଲୋକମାନେ ଶୁଣିବାକୁ ମନା କଲେ।


ତଥାପି ସେମାନେ ଅନାଜ୍ଞାବହ ହେଲେ। ସେମାନେ ତୁମ୍ଭ ବିରୁଦ୍ଧରେ ଦ୍ରୋହାଚରଣ କଲେ। ସେମାନେ ତୁମ୍ଭର ବ୍ୟବସ୍ଥା ନିଜ ପଛକୁ ପକାଇଲେ। ତୁମ୍ଭର ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣିବା ପାଇଁ ଯୁକ୍ତି କଲେ, ସେମାନଙ୍କୁ ହତ୍ୟା କଲେ ସେମାନେ ସେହି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀୟ କାର୍ଯ୍ୟ କଲେ।


ପ୍ରହରୀ ଉତ୍ତର କଲା, “ପ୍ରଭାତ ଆସୁଅଛି, ମାତ୍ର ତା'ପରେ ରାତ୍ରି ଆସିବ। ଯଦି ତୁମ୍ଭମାନଙ୍କର କିଛି ପଗ୍ଭରିବାର ଅଛି, ତେବେ ତୁମ୍ଭେମାନେ ଫେରି ଆସ ଓ ପଗ୍ଭର।”


ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ୟ ନ ମାନି କ‌‌ଲ୍‌‌ଦୀୟମାନଙ୍କର ଅଧୀନତା ସ୍ୱୀକାର ନ କରିବ, ତେବେ ସଦାପ୍ରଭୁ ମୋତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା।


କିନ୍ତୁ ସେ ବାବିଲର ରାଜା ବିରୁଦ୍ଧରେ ଗଲା। ସେ ତା'ର ବାର୍ତ୍ତାବହମାନଙ୍କୁ ଅଶ୍ୱ ଓ ସୈନ୍ୟ ସାହାଯ୍ୟ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ’ଣ କୃତକାର୍ଯ୍ୟ ହେବ? ଯିଏ ଏପରି କାର୍ଯ୍ୟସବୁ କରେ, ସେ କ’ଣ ରକ୍ଷା ପାଇବ? ଆଉ ସେ ଚୁକ୍ତି ଲଙ୍ଘନ କରି କ’ଣ ଦଣ୍ଡ ପାଇବ ନାହିଁ?”


ସେମାନେ ବିଦ୍ରୋହୀ ବଂଶ, ସେମାନେ ତୁମ୍ଭ କଥା ଶୁଣନ୍ତୁ ବା ନ ଶୁଣନ୍ତୁ, ତୁମ୍ଭେମାନେ ଏହିସବୁ କଥା ନିଶ୍ଚୟ କହିବ, ଯାହା ଫଳରେ ସେମାନେ ଜାଣିବେ ଯେ, ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟ‌ଦ୍‌ବକ୍ତା ପହଞ୍ଚିଛନ୍ତି।


“କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚେତନା ନେଲା। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।”


ସଦାପ୍ରଭୁ ଆମ୍ଭମାନଙ୍କୁ ଖ‌ଡ଼୍‌ଗରେ ନିପାତ କରିବାକୁ କାହିଁକି ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କ ସ୍ତ୍ରୀ ଓ ବାଳକମାନେ ବନ୍ଦୀରୂପେ ନିଆଯିବେ। ମିଶରକୁ ଫେରି ଯିବାଟା ଆମ୍ଭମାନଙ୍କ ପକ୍ଷରେ ଭଲ ହୁଅନ୍ତା।”


ପିତର ସେମାନଙ୍କୁ ଚେତନା ଦେଇ କହିଲେ, “ବର୍ତ୍ତମାନ ଏହି ମନ୍ଦ ଲୋକମାନଙ୍କଠାରୁ ନିଜକୁ ରକ୍ଷାକର।”


ପ୍ରଭୁଙ୍କ ନାମରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ୱାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସେମାନଙ୍କ ବିଗ୍ଭରର କିଛି ମୂଲ୍ୟ ନାହିଁ।


କିନ୍ତୁ ସେହି ରାଜା ନିଜ ପାଇଁ ଅନେକ ଅଶ୍ୱ ରଖିବ ନାହିଁ। କିଅବା ଅନେକ ଅଶ୍ୱ ରଖିବା ନିମନ୍ତେ ଲୋକମାନଙ୍କୁ ମିଶରକୁ ପଠାଇବ ନାହିଁ। କାରଣ ସଦାପ୍ରଭୁ କହିଛନ୍ତି, ‘ଏହି ସମୟଠାରୁ ତୁମ୍ଭେମାନେ ଆଉ ଏ ପଥରେ ଫେରିବ ନାହିଁ।’


ତା'ପରେ ସେହିସବୁ କ୍ଳେଶ ଓ ଅମଙ୍ଗଳର କାର୍ଯ୍ୟମାନ ସେମାନଙ୍କ ପାଇଁ ଘଟିବ। ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ସେହି ସମୟରେ ସେହି ଲୋକମାନେ ସେହି ଗୀତ ସ୍ମରଣ କରିବେ। ଏହି ଗୀତ ସେମାନଙ୍କ ବିରୁଦ୍ଧରେ ସାକ୍ଷୀରୂପେ କାର୍ଯ୍ୟ କରିବ। ମୁଁ ସେମାନଙ୍କୁ ପ୍ରତିଜ୍ଞା କରିଥିବା ଦେଶକୁ ଆଣିବା ପୂର୍ବରୁ ସେମାନଙ୍କର ପ୍ରକୃତି ଜାଣିଥିଲି।”


ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧରେ କୌଣସି ମନ୍ଦକାର୍ଯ୍ୟ କର ନାହିଁ ଓ ଏହି ବିଷୟରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସେମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ଆମ୍ଭେ ଏ ବିଷୟରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।


Lean sinn:

Sanasan


Sanasan