ଯିରିମୀୟ 42:1 - ପବିତ୍ର ବାଇବଲ1 ଯେତେବେଳେ ସେମାନେ ଗେରୁତ୍ତ୍ୱକିମହମରେ ଥିଲେ ସେତେବେଳେ ଯୋହାନନ୍ ଓ ହୋଶୟିୟର ପୁତ୍ର ଯାସନିୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଗଲେ। Faic an caibideilପବିତ୍ର ବାଇବଲ (Re-edited) - (BSI)1 ଏଥି ଉତ୍ତାରେ ସେନାପତି ସମସ୍ତେ, କାରେହର ପୁତ୍ର ଯୋହାନନ୍ ଓ ହୋଶୋୟୀୟର ପୁତ୍ର ଯାସନୀୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମୀୟ ଭବିଷ୍ୟଦ୍ବକ୍ତା ନିକଟକୁ ଆସି କହିଲେ, Faic an caibideilଓଡିଆ ବାଇବେଲ1 ଏଥିଉତ୍ତାରେ ସେନାପତି ସମସ୍ତେ, କାରେହର ପୁତ୍ର ଯୋହାନନ୍ ଓ ହୋଶୋୟୀୟର ପୁତ୍ର ଯାସନୀୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମୀୟ ଭବିଷ୍ୟଦ୍ବକ୍ତା ନିକଟକୁ ଆସି କହିଲେ, Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଏଥିଉତ୍ତାରେ ସେନାପତି ସମସ୍ତେ, କାରେହର ପୁତ୍ର ଯୋହାନନ୍ ଓ ହୋଶୋୟୀୟର ପୁତ୍ର ଯାସନୀୟ, ଆଉ କ୍ଷୁଦ୍ର ଓ ମହାନ ସମସ୍ତ ଲୋକ ଯିରିମୀୟ ଭବିଷ୍ୟଦ୍ବକ୍ତା ନିକଟକୁ ଆସି କହିଲେ, Faic an caibideil |
ପୁଣି ତୁମ୍ଭେମାନେ ନିଜ ନିଜ ପ୍ରାଣ ବିରୁଦ୍ଧରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ମୋତେ ପଠାଇ କହିଲ, ‘ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କହିବେ, ତଦନୁସାରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭେମାନେ ତାହା ପାଳନ କରିବୁ।’
ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଆଗ୍ରହୀ ହୋଇଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା। ସେମାନେ ସମସ୍ତେ ଲୁପ୍ତ ହେବେ, ମିଶର ଦେଶରେ ପତିତ ହେବେ। ଖଡ଼୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ସମସ୍ତେ ଖଡ଼୍ଗ ଓ ଦୁର୍ଭିକ୍ଷରେ ମରିବେ। ଆଉ ସେମାନେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖରେ ଅଭିଶାପ, ବିସ୍ମୟ, ଶାପ ଓ ନିନ୍ଦାର ପାତ୍ର ହେବେ।