ଯିରିମୀୟ 4:6 - ପବିତ୍ର ବାଇବଲ6 ସିୟୋନଆଡ଼େ ଧ୍ୱଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାୟନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।” Faic an caibideilପବିତ୍ର ବାଇବଲ (Re-edited) - (BSI)6 ସିୟୋନ ଆଡ଼େ ଧ୍ଵଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ଵ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା। Faic an caibideilଓଡିଆ ବାଇବେଲ6 ସିୟୋନ ଆଡ଼େ ଧ୍ୱଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ବ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ସିୟୋନ ଆଡ଼େ ଧ୍ୱଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ବ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା। Faic an caibideil |
ଏସବୁ ଘଟିଲା ପରେ’” ସଦାପ୍ରଭୁ କହନ୍ତି, “‘ଆମ୍ଭେ ଯିହୁଦା ରାଜା ସିଦିକିୟଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ଼୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତରେ, ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ଆଉ ସେମାନେ ସେମାନଙ୍କୁ ଦୟା, କରୁଣା ଓ କ୍ଷମା ନ କରି ଖଡ଼୍ଗରେ ବଧ କରିବେ।’
ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ।