Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 39:11 - ପବିତ୍ର ବାଇବଲ

11 ମାତ୍ର ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଯିରିମିୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦ‌‌‌ନ୍‌‌‌କୁ ଏହି ଆଜ୍ଞା ଦେଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

11 ପୁଣି, ବାବିଲର ରାଜା ନବୂଖଦ୍ନିତ୍ସର ଯିରିମୀୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂସର୍ଦନ୍କୁ ଏହି ଆଜ୍ଞା କଲା,

Faic an caibideil Dèan lethbhreac

ଓଡିଆ ବାଇବେଲ

11 ପୁଣି, ବାବିଲର ରାଜା ନବୂଖଦ୍‍ନିତ୍ସର ଯିରିମୀୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍କୁ ଏହି ଆଜ୍ଞା କଲା,

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, ବାବିଲର ରାଜା ନବୂଖଦ୍‍ନିତ୍ସର ଯିରିମୀୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍କୁ ଏହି ଆଜ୍ଞା କଲା,

Faic an caibideil Dèan lethbhreac




ଯିରିମୀୟ 39:11
12 Iomraidhean Croise  

ପରମେଶ୍ୱର ଗରିବ ଲୋକମାନଙ୍କୁ ସେହି ଚତୁର ଲୋକଙ୍କର କଟୁବାକ୍ୟରୁ ରକ୍ଷା କରନ୍ତି। ସେ ଗରିବ ଲୋକଙ୍କୁ ପରାକ୍ରମୀ ଲୋକ କବଳରୁ ଉଦ୍ଧାର କରନ୍ତି।


ସେଥିପାଇଁ ଗରିବ ଲୋକଙ୍କ ପାଇଁ ଭରସା ଅଛି ଓ ଅନ୍ୟାୟକାରୀ ନିଶ୍ଚୟ ନୀରବ ରହିବ।


ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରି ପାରିବେ। ହଁ, ଦରକାର ପଡ଼ିଲେ ବିନା ଆଘାତରେ ସାତୋଟି ଦୁର୍ବିପାକରୁ ରକ୍ଷା କରି ପାରିବେ।


ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ, କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା।” ଏହା ସଦାପ୍ରଭୁ କହନ୍ତି।


ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।


ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ୱରୂପ କରିବା। ସେମାନେ ତୁମ୍ଭ ସହ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ।” କାରଣ ସଦାପ୍ରଭୁ କହନ୍ତି, “ତୁମ୍ଭକୁ ସାହାଯ୍ୟ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।


ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”


ମାତ୍ର ରାଜା ସିଦିକିୟ କିଅବା ତାହାର ଦାସମାନେ କିଅବା ତାହାର ଦେଶବାସୀ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭରିତ ସଦାପ୍ରଭୁଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଲେ ନାହିଁ।


ଯିରୁଶାଲମ ଓ ଯିହୁଦାର ସମସ୍ତ ବନ୍ଦୀ ବାବିଲକୁ ନିଆ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମିୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍ ରାମା ନଗରରେ ଯାଇ ମୁକ୍ତ କଲେ। ଏହା ପରେ ସଦାପ୍ରଭୁଙ୍କର ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।


ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ମୁକ୍ତ କଲି। ଯଦି ତୁମ୍ଭେ ମୋ’ ସହିତ ବାବିଲ ଯିବାକୁ ଇଚ୍ଛା କରୁଛ, ତେବେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନେବି। ଯଦି ତୁମ୍ଭେ ମୋ’ ସହିତ ଯିବାକୁ ଇଚ୍ଛା ନ କରୁଛ, ତେବେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେକୌଣସି ସ୍ଥାନକୁ ଯିବାକୁ ଭଲ ମନେ କରୁଛ, ସେଠାକୁ ଯାଅ।


ପଞ୍ଚମ ମାସର ଦଶମ ଦିନରେ, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ରାଜାର ରାଜତ୍ୱର ଉନବିଂଶ ବର୍ଷରେ ନବୂଷରଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୁଶାଲମକୁ ଆସିଲା।


ଫେଲୀ‌କ୍‌ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ।


Lean sinn:

Sanasan


Sanasan