Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 32:36 - ପବିତ୍ର ବାଇବଲ

36 “ତୁମ୍ଭେମାନେ କହୁଅଛ ଯେ, ‘ବାବିଲର ରାଜା ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପ୍ରୟୋଗ କରି ଏହି ରାଜ୍ୟ ଅଧିକାର କରିବ।’ ମାତ୍ର ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

36 ଏନିମନ୍ତେ ଏବେ ଯେଉଁ ନଗର ବିଷୟରେ ତୁମ୍ଭେମାନେ କୁହ ଯେ, ଖଡ଼୍‍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ଵାରା ତାହା ବାବିଲ-ରାଜାର ହସ୍ତରେ ଅର୍ପିତ ହୋଇଅଛି, ତହିଁ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି;

Faic an caibideil Dèan lethbhreac

ଓଡିଆ ବାଇବେଲ

36 ଏନିମନ୍ତେ ଏବେ ଯେଉଁ ନଗର ବିଷୟରେ ତୁମ୍ଭେମାନେ କୁହ ଯେ, ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ତାହା ବାବିଲର ରାଜାର ହସ୍ତରେ ଅର୍ପିତ ହୋଇଅଛି, ତହିଁ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ଏନିମନ୍ତେ ଏବେ ଯେଉଁ ନଗର ବିଷୟରେ ତୁମ୍ଭେମାନେ କୁହ ଯେ, ‘ଖଡ୍ଗ ଓ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ତାହା ବାବିଲର ରାଜାର ହସ୍ତରେ ଅର୍ପିତ ହୋଇଅଛି,’ ତହିଁ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;

Faic an caibideil Dèan lethbhreac




ଯିରିମୀୟ 32:36
11 Iomraidhean Croise  

“ବର୍ତ୍ତମାନ ଶତ୍ରୁମାନେ କାଠଗଣ୍ଡି ନିର୍ମାଣ କରି ନଗର ଅବରୋଧ କରିଛନ୍ତି। ସେମାନେ ଯେପରି ଶତ୍ରୁ ନଗରକୁ ପରାସ୍ତ କରି ପାରିବେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ, ମହାମାରୀ ଘଟାଇଲେ ଏବଂ ଏହା ବିରୁଦ୍ଧରେ ଯୁଦ୍ଧ କରୁଥିବା କ‌‌ଲ୍‌‌ଦୀୟମାନଙ୍କୁ ତାହା ହସ୍ତାନ୍ତର କର। ହେ ସଦାପ୍ରଭୁ, ତୁମ୍ଭେ କହିଥିଲ ଏହା ଘଟିବ ଓ ଆଜି ଦେଖ ତାହା ଘଟୁଅଛି।


ପୁଣି ସଦାପ୍ରଭୁ ଏହା ମଧ୍ୟ କହିଲେ, “ଦେଖ, ଆମ୍ଭେ କ‌‌ଲ୍‌‌ଦୀୟମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖ‌ଦ୍‌ନିତ୍ସରର ହସ୍ତରେ ଏହି ନଗର ସମର୍ପଣ କରିବା। ସେ ତାହା ହସ୍ତଗତ କରିବେ।


ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା।


‘ଆଉ ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପରେ ଯେଉଁସବୁ ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିଦେଇଥିଲୁ, ସେହି ସହସ୍ର ଦେଶରୁ ପୁନର୍ବାର ସେମାନଙ୍କୁ ସଂଗ୍ରହ କରିବା। ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସେମାନଙ୍କୁ ଶାନ୍ତି ଏବଂ ନିରାପଦରେ ଏହି ସ୍ଥାନରେ ବାସ କରାଇବା।


“ତେଣୁ ଆମ୍ଭେ ତାକୁ ପ୍ରେମବାଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନେଇ କୋମଳ କଥା କହିବା।


ଲୋକମାନେ ଅଧିକ ପାପ କରିବା ପାଇଁ ବ୍ୟବସ୍ଥା ଆସିଲା, କିନ୍ତୁ ଯେତେବେଳେ ଲୋକେ ଅଧିକ ପାପ କଲେ, ପରମେଶ୍ୱର ସେମାନଙ୍କୁ ପ୍ରଚୁର ମାତ୍ରାରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।


Lean sinn:

Sanasan


Sanasan