Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 32:2 - ପବିତ୍ର ବାଇବଲ

2 ସେତେବେଳେ ବାବିଲ ରାଜାର ସୈନ୍ୟଗଣ ଯିରୁଶାଲମ ଅବରୋଧ କରୁଥିଲେ ଓ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ସେହି ସମୟରେ ବାବିଲ ରାଜାର ସୈନ୍ୟଗଣ ଯିରୂଶାଲମ ଅବରୋଧ କରୁଥିଲେ; ପୁଣି, ଯିରିମୀୟ ଭବିଷ୍ୟଦ୍ବକ୍ତା ଯିହୁଦାର ରାଜଗୃହର ପ୍ରହରୀ-ପ୍ରାଙ୍ଗଣରେ ବନ୍ଦ ଥିଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ସେହି ସମୟରେ ବାବିଲ ରାଜାର ସୈନ୍ୟଗଣ ଯିରୂଶାଲମ ଅବରୋଧ କରୁଥିଲେ; ପୁଣି, ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେହି ସମୟରେ ବାବିଲ ରାଜାର ସୈନ୍ୟଗଣ ଯିରୂଶାଲମ ଅବରୋଧ କରୁଥିଲେ; ପୁଣି, ଯିରିମୀୟ ଭବିଷ୍ୟଦ୍‍ବକ୍ତା ଯିହୁଦାର ରାଜଗୃହର ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିଲେ।

Faic an caibideil Dèan lethbhreac




ଯିରିମୀୟ 32:2
15 Iomraidhean Croise  

ଅନନ୍ତର ସିଦିକିୟଙ୍କ ରାଜତ୍ୱର ନବମ ବର୍ଷରେ ଦଶମ ମାସର ଦଶମ ଦିନରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାଙ୍କର ସମସ୍ତ ସୈନ୍ୟ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ ଏବଂ ଯିରୁଶାଲମକୁ ଅବରୋଧ କଲେ ଓ ତା'ର ଗ୍ଭରିପାଖରେ ସୈନ୍ୟ କତ୍ତୃର୍କ ଅବରୋଧ ନିର୍ମାଣ କଲେ।


ଉଷୟର ପୁତ୍ର ପାଲାଲ୍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀ ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିୟୋଶର ପୁତ୍ର ପଦାୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।


ମୋର ବନ୍ଧୁମାନେ ମୋତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସେମାନେ ମୋ'ଠାରୁ ଦୂରେଇ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ଯାଇପାରିବି ନାହିଁ।


ଯିହୁଦାର ରାଜା ସିଦିକିୟ ଯିରିମିୟଙ୍କୁ ବନ୍ଦୀ କରିଥିଲେ। କାରଣ ସେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କହିଥିଲେ ଯେ, “ସଦାପ୍ରଭୁ କହନ୍ତି, ‘ଆମ୍ଭେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ଯିରୁଶାଲମକୁ ଅର୍ପଣ କରିବା।


“ତତ୍ପରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ମୋର ପିତୃବ୍ୟର ପୁତ୍ର ହନନେଲ ପ୍ରହରୀ ପ୍ରାଙ୍ଗଣରେ ମୋ’ ନିକଟକୁ ଆସି କହିଲା, ‘ମୁଁ ଅନୁରୋଧ କରୁଛି, ଅନାଥୋ‌‌‌ତ୍‌‌‌ରେ ମୋର ଯେଉଁ କ୍ଷେତ୍ର ଅଛି, ତାହା ତୁମ୍ଭେ କ୍ରୟ କର, ଯାହା ବିନ୍ୟାମୀନଙ୍କର ଗୋଷ୍ଠୀୟରେ ଅଛି। କାରଣ ତାହାକୁ କ୍ରୟ କରିବାର ଅଧିକାର କେବଳ ତୁମ୍ଭର ଅଛି।’” “ତେଣୁ ଏହା ସଦାପ୍ରଭୁଙ୍କର ବାର୍ତ୍ତା ଥିଲା ବୋଲି ମୁଁ ଜାଣିଲି।”


ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା।


ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ, ତାହାର ଶାସନାଧୀନ ସମସ୍ତ ରାଜ୍ୟ ଓ ସମସ୍ତ ଗୋଷ୍ଠୀ ଯିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।


ତା'ପରେ ଯିରିମିୟ ବାରୂକକୁ କହିଲେ, “ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇପାରିବି ନାହିଁ, କାରଣ ମୋତେ ମନ୍ଦିରରେ ପ୍ରବେଶ କରିବାକୁ ମନା।


ଆଉ ସେହି ଅଧିପତିମାନେ ଯିରିମିୟଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାରରେ ରଖିଲେ। କାରଣ ସେମାନେ ଯୋନାଥନ୍ ଗୃହକୁ କାରାଗାରରେ ପରିଣତ କରିଥିଲେ।


ତେଣୁ ସିଦିକିୟ ରାଜାଙ୍କ ଆଜ୍ଞାନୁସାରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ। ପୁଣି ନଗରରେ ସବୁ ରୋଟୀ ଶେଷ ନ ହେବା ପର୍ଯ୍ୟନ୍ତ ରୋଟୀବାଲାଙ୍କ ପଲ୍ଲୀରୁ ଗୋଟିଏ ଲେଖାଏଁ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହି ପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।


ସେତେବେଳେ ଯିରିମିୟ କାରାଗାରରେ ବନ୍ଦୀ ନ ଥିଲେ। ତେଣୁ ସେ ନିଜ ଇଚ୍ଛାନୁସାରେ ସ୍ୱାଧୀନ ଭାବରେ ଯାତାୟାତ କରୁଥିଲେ।


ସେହି ଲୋକମାନେ ରଜ୍ଜୁ ସାହାଯ୍ୟରେ ଟାଣି ଯିରିମିୟଙ୍କୁ କୂପରୁ ବାହାର କରି ଆଣିଲେ। ଆଉ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।


ଏଣୁ ସେମାନେ ଯିରିମିୟଙ୍କୁ ନେଇ ପ୍ରହରୀ ପ୍ରାଙ୍ଗଣସ୍ଥିତ ମ‌‌ଲ୍‌‌କିୟ ରାଜପୁତ୍ରର କୂପରେ ପକାଇ ଦେଲେ। ସେମାନେ ରଜ୍ଜୁରେ ଯିରିମିୟଙ୍କୁ କୂପ ମଧ୍ୟକୁ ଓହ୍ଲାଇ ଦେଲେ। ପୁଣି ସେହି କୂପରେ ଜଳ ନ ଥିଲା, କେବଳ ପଙ୍କ ଥିଲା। ଯିରିମିୟ ସେହି ପଙ୍କରେ ନିମଗ୍ନ ହେଲେ।


ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।


Lean sinn:

Sanasan


Sanasan