Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 30:12 - ପବିତ୍ର ବାଇବଲ

12 ପୁଣି ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କର କ୍ଷତ ଦୁରାରୋଗ୍ୟ ଓ ତୁମ୍ଭମାନଙ୍କର ଘା’ କେବେ ପୂରଣ ହେବ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର କ୍ଷତ ଅପ୍ରତୀକାର୍ଯ୍ୟ ଓ ତୁମ୍ଭର ଘାʼ ବ୍ୟଥାଜନକ।

Faic an caibideil Dèan lethbhreac

ଓଡିଆ ବାଇବେଲ

12 କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭର କ୍ଷତ ଅପ୍ରତୀକାର୍ଯ୍ୟ ଓ ତୁମ୍ଭର ଘା’ ବ୍ୟଥାଜନକ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର କ୍ଷତ ଅପ୍ରତୀକାର୍ଯ୍ୟ ଓ ତୁମ୍ଭର ଘାʼ ବ୍ୟଥାଜନକ।

Faic an caibideil Dèan lethbhreac




ଯିରିମୀୟ 30:12
13 Iomraidhean Croise  

କିନ୍ତୁ ଲୋକମାନେ ପରମେଶ୍ୱରଙ୍କ ଦୂତମାନଙ୍କୁ ପରିହାସ କଲେ। ସେମାନେ ପରମେଶ୍ୱରଙ୍କ ବାର୍ତ୍ତାକୁ ଘୃଣା କଲେ। ସେମାନେ ପରମେଶ୍ୱରଙ୍କର ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଏପରି ପରିହାସ କଲେ, ଯେପର୍ଯ୍ୟନ୍ତ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ପ୍ରତି କ୍ରୋଧ କରି ନାହାନ୍ତି। ତାକୁ ପ୍ରଶମିତ କରିବା ନିମନ୍ତେ କୌଣସି ବିଷୟ ନ ଥିଲା।


“ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।


ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ? ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।


ମୋର ବେଦନା ଚିରନ୍ତନ, ମୋର କ୍ଷତ ଦୁରାରୋଗ୍ୟ। ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଅତ୍ୟନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାୟୀ ନଦୀ ତୁଲ୍ୟ ହୋଇଅଛ।


ହେ ଇସ୍ରାଏଲ ଓ ଯିହୁଦା, ତୁମ୍ଭେମାନେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଅଛ? ତୁମ୍ଭମାନଙ୍କର ଏହି କ୍ଷତ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ। ତୁମ୍ଭମାନଙ୍କର ଅଧର୍ମ ଅନେକ ଓ ପାପ ବହୁତ। ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ।


ଯେପରି କୂପ ତା'ର ଜଳକୁ ସତେଜ ରଖେ, ସେହିପରି ଯିରୁଶାଲମ ତା'ର ଦୁଷ୍ଟତା ସତେଜ ରଖେ। ତାହାରି ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ। ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।


ଗିଲିୟଦରେ ଔଷଧ ଅଛି ଓ ସେଠାରେ ବୈଦ୍ୟମାନେ ମଧ୍ୟ ଅଛନ୍ତି। ତେବେ ମୋର ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାନ୍ତି?


ଆଗୋ ସିୟୋନ କନ୍ୟା, ମୁଁ ତୁମ୍ଭ ଆଗରେ କି ସାକ୍ଷ୍ୟ ଦେବି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ୟା, ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରି ପାରିବା ପାଇଁ ସକ୍ଷମ ହେବ?


ତା'ପରେ ସଦାପ୍ରଭୁ, ମୋର ପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଅସ୍ଥିସକଳ ଇସ୍ରାଏଲ ସମୁଦାୟ ପରିବାର ଅଟନ୍ତି। ଏବଂ ସେମାନେ କହନ୍ତି, ‘ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହୋଇଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇଅଛୁ।’


ଇଫ୍ରୟିମ ତା'ର ପୀଡ଼ିତାବସ୍ଥା ଦେଖିଲା ଓ ଯିହୁଦା ତା'ର କ୍ଷତକୁ ଦେଖିଲା। ଏହି କାରଣରୁ ଇଫ୍ରୟିମ ଅଶୂରକୁ ସାହାଯ୍ୟ ପାଇଁ ଗଲା। ସେମାନେ ସେହି ମହାରାଜାଙ୍କୁ ସେମାନଙ୍କର ସମସ୍ୟା ଜଣାଇଲେ। କିନ୍ତୁ ରାଜା ସେମାନଙ୍କୁ ଆରୋଗ୍ୟ କରିବାକୁ ଅସମର୍ଥ, ସେ ସେମାନଙ୍କର କ୍ଷତଗୁଡ଼ିକୁ ଆରୋଗ୍ୟ କରି ପାରିବେ ନାହିଁ।


ଶମରିୟାର କ୍ଷତ କେବେ ପୂରଣ ହେବ ନାହିଁ। ତା'ର ପାପ ଯିହୁଦା ପର୍ଯ୍ୟନ୍ତ ବ୍ୟାପି ଅଛି। ଆଉ ମଧ୍ୟ ତାହା ମୋ’ ଲୋକମାନଙ୍କର ନଗରଦ୍ୱାର ଯିରୁଶାଲମ ପର୍ଯ୍ୟନ୍ତ ବ୍ୟାପିଅଛି।


ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହୋଇଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରି ପାରିବ ନାହିଁ। ଯେକେହି ତୁମ୍ଭ ବିଷୟରେ ସମ୍ବାଦ ଶୁଣେ ସେମାନେ ତାଳି ମାରନ୍ତି। ସେମାନେ ସମସ୍ତେ ଖୁସୀ ହୁଅନ୍ତି କାରଣ ସେମାନେ ସମସ୍ତେ ତୁମ୍ଭମାନଙ୍କର ଭୁଲ୍ ଯୋଗୁଁ ସର୍ବଦା ପୀଡ଼ିତ ହେଉଛନ୍ତି।


Lean sinn:

Sanasan


Sanasan