Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 3:22 - ପବିତ୍ର ବାଇବଲ

22 ଆଉମଧ୍ୟ ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇଅଛ। ମାତ୍ର ତୁମ୍ଭେମାନେ ଫେରି ଆସ, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପୀ ରୋଗକୁ ଆରୋଗ୍ୟ କରିବା।” “ଆଉ ତୁମ୍ଭେମାନେ କହିବ, ‘ହଁ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ, କାରଣ ତୁମ୍ଭେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

22 ହେ ବିପଥଗାମୀ ସନ୍ତାନଗଣ ଫେର, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପ ରୋଗ ସୁସ୍ଥ କରିବା। ଦେଖ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ; କାରଣ ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵର ଅଟ।

Faic an caibideil Dèan lethbhreac

ଓଡିଆ ବାଇବେଲ

22 ହେ ବିପଥଗାମୀ ସନ୍ତାନଗଣ ଫେର, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପ ରୋଗ ସୁସ୍ଥ କରିବା। ଦେଖ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ; କାରଣ ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 “ହେ ବିପଥଗାମୀ ସନ୍ତାନଗଣ ଫେର, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପ ରୋଗ ସୁସ୍ଥ କରିବା। ଦେଖ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ; କାରଣ ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟ।

Faic an caibideil Dèan lethbhreac




ଯିରିମୀୟ 3:22
21 Iomraidhean Croise  

ମୋତେ ଏକା ତୁମ୍ଭ ପାଖକୁ ଟାଣିନିଅ। ଆସ ଆମ୍ଭେ ଏକତ୍ରିତ ହୋଇ ଦୌଡ଼ିବା। ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି। ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭର ପ୍ରେମର ବିଷୟ ଅଧିକ କହିବୁ। ଏହା ଯଥାର୍ଥ ଯେ, ଲୋକେ ତୁମ୍ଭକୁ ପ୍ରେମ କରନ୍ତି।


ହେ ସ୍ୱର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ! ସଦାପ୍ରଭୁ କହିଛନ୍ତି, “ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।


ସଦାପ୍ରଭୁ ଇସ୍ରାଏଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀୟ ବାୟୁ ଦିନରେ ନିଜର ପ୍ରବଳ ବାୟୁଦ୍ୱାରା ସ୍ଥାନାନ୍ତରିତ କରିବେ।


ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଯେଉଁ ପରମେଶ୍ୱରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହୋଇଅଛ, ତାଙ୍କ ନିକଟକୁ ଫେରି ଆସ।


ଆମ୍ଭେ ତାହାର ଲୋଭରୂପ ଅପରାଧ ହେତୁ କୃଦ୍ଧ ହୋଇ ତାହାକୁ ଆଘାତ କଲୁଁ, ଆମ୍ଭେ ନିଜର ମୁଖ ଲୁଗ୍ଭଇ କ୍ରୁଦ୍ଧ ହେଲୁ; ତହିଁରେ ସେ ଅବାଧ୍ୟ ହୋଇ ଆପଣା ମନର ମାର୍ଗରେ ଗ୍ଭଲିଲା।


ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ଯାଇ ଏହି କଥା ପ୍ରଗ୍ଭର କର ଏବଂ କୁହ, “‘ହେ ବିପଥଗାମିନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେରି ଆସ, ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ। ଆମ୍ଭେ ଦୟାବାନ,’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’


କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭକୁ ପୁନର୍ବାର ଆରୋଗ୍ୟ ପ୍ରଦାନ କରିବା ଓ ଆମ୍ଭେ ତୁମ୍ଭର ଘା’ସବୁ ସୁସ୍ଥ କରିବା। କାରଣ ସେମାନେ ତୁମ୍ଭକୁ ବାସନ୍ଦ ବା ଦୂରୀକୃତା ବୋଲି କହନ୍ତି। ‘ଆଉ ସିୟୋନକୁ କେହି ଗ୍ଭହାନ୍ତି ନାହିଁ।’”


ମୁଁ ପ୍ରକୃତରେ ଇଫ୍ରୟିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ‘ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶାସ୍ତି ଦେଇଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ୟପଶୁ ସଦୃଶ ଥିଲି। ମୋତେ ତୁମ୍ଭ ନିକଟକୁ ଫେରିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମୋର ପରମେଶ୍ୱର।


“‘ମାତ୍ର ଆମ୍ଭେ ସେମାନଙ୍କୁ କ୍ଷମା କରି ଆରୋଗ୍ୟ କରିବା। ସେମାନେ ଚିରନ୍ତନ ଐଶ୍ୱର୍ଯ୍ୟ ଓ ଶାନ୍ତି ଆନନ୍ଦ ଉଲ୍ଲାସ କରିବେ।


ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଯଦି ତୁମ୍ଭେ ଫେରି ଆସିବାକୁ ଇଚ୍ଛା କରୁଛ, ତେବେ ମୋ’ ନିକଟକୁ ଫେରି ଆସ। ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରୁ ଫିଙ୍ଗିଦିଅ ଓ ବିପଥଗାମୀ ହୁଅ ନାହିଁ।


ତେଣୁ ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକର ଆଗ୍ଭର ବ୍ୟବହାରାନୁସାରେ ବିଗ୍ଭର କରିବି।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ଆଉ “ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ ଓ ନିଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହାହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହେବ ନାହିଁ।


“ତେବେ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ। କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହୋଇ ବଞ୍ଚେ, ସେଥିରେ ଆମ୍ଭେ ସନ୍ତୋଷ ଲାଭ କରୁ। ତେଣୁ ତୁମ୍ଭେମାନେ ନିଜ ନିଜ କୁପଥରୁ ଫେର ଓ ମୋର ନିକଟବର୍ତ୍ତୀ ହୁଅ। ହେ ଇସ୍ରାଏଲ ବଂଶ ତୁମ୍ଭେ କାହିଁକି ମରିବ?’


“ମିଶରରେ ତୁମ୍ଭେମାନେ ବାସ କରିବା ଦିନଠାରୁ ଆମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ହୋଇ ଆସିଛୁ। ତୁମ୍ଭେମାନେ ଆମ୍ଭ ବ୍ୟତୀତ ଅନ୍ୟ କୌଣସି ପ୍ରଭୁଙ୍କୁ ଜାଣି ନ ଥିଲ। ଆମ୍ଭେ ଏକମାତ୍ର ବ୍ୟକ୍ତି ଯେ କି ତୁମ୍ଭମାନଙ୍କୁ ରକ୍ଷା କରୁଥିଲୁ।


ଇସ୍ରାଏଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲ। ତେଣୁ ତୁମ୍ଭର ପ୍ରିୟ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟକୁ ଫେରି ଆସ।


ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପୁରାତନ ମାର୍ଗରୁ ସୁସ୍ଥ କରିବା। ଆମ୍ଭେ ସେମାନଙ୍କୁ ସ୍ୱାଧୀନ ଭାବରେ ଭଲ ପାଇବା, କାରଣ ଆମ୍ଭେ ଆମ୍ଭର କ୍ରୋଧଭାବ ତ୍ୟାଗ କରିଛୁ।


ଇସ୍ରାଏଲ ପାଇଁ ଆମ୍ଭେ କୁହୁଡ଼ି ପରି ହେବା। ଇସ୍ରାଏଲ କଇଁଫୁଲ ପରି ଫୁଟିବ। ସେ ଲିବାନୋ‌ନ୍‌ର ଦେବଦାରୁ ଗଛପରି ବଢ଼ିବ।


“ଇଫ୍ରୟିମ କହିବ, ପ୍ରତିମାଗୁଡ଼ିକରେ ମୋର କିଛି କରିବାର ନାହିଁ। ଆମ୍ଭେ ଉତ୍ତର ଦେବା, ଆମ୍ଭେ ସେହି ପ୍ରଭୁ ତୁମ୍ଭର ପ୍ରାର୍ଥନା ଶୁଣୁ ଓ ତୁମ୍ଭମାନଙ୍କ ଉପରେ ଦୃଷ୍ଟି ରଖୁ। ଆମ୍ଭେ ଗୋଟିଏ ଦେବଦାରୁ ଗଛପରି ଚିର ସବୁଜ। ତୁମ୍ଭର ଫଳ ଆମ୍ଭଠାରୁ ଆସେ।”


ତା'ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା'ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।


ଏହା ସଦାପ୍ରଭୁଙ୍କର ବାର୍ତ୍ତା: “ବର୍ତ୍ତମାନ ତୁମ୍ଭେମାନେ ସର୍ବାନ୍ତକରଣରେ ଆମ୍ଭ ନିକଟକୁ ଫେରି ଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର।


ତା'ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”


Lean sinn:

Sanasan


Sanasan