ଯିରିମୀୟ 3:17 - ପବିତ୍ର ବାଇବଲ17 ଆଉ ସେ ସମୟରେ ଲୋକମାନେ ଯିରୁଶାଲମକୁ ‘ସଦାପ୍ରଭୁଙ୍କ ସିଂହାସନ’ ବୋଲି କହିବେ। ସମଗ୍ର ଦେଶୀୟମାନେ ସଦାପ୍ରଭୁଙ୍କ ନାମରେ ସମ୍ମାନ ଜଣାଇବାକୁ ଯିରୁଶାଲମରେ ଏକତ୍ରିତ ହେବେ। ପୁଣି ସେମାନେ ନିଜର ଅନ୍ତଃକରଣରେ ଦୁଷ୍ଟାଗ୍ଭର ଅବାଧ୍ୟତା ଆଉ ଅନୁସରଣ କରିବେ ନାହିଁ। Faic an caibideilପବିତ୍ର ବାଇବଲ (Re-edited) - (BSI)17 ସେସମୟରେ ଲୋକମାନେ ଯିରୂଶାଲମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ; ଆଉ, ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯିରୂଶାଲମରେ ସଂଗୃହୀତ ହେବେ; ପୁଣି, ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ। Faic an caibideilଓଡିଆ ବାଇବେଲ17 ସେସମୟରେ ଲୋକମାନେ ଯିରୂଶାଲମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ; ଆଉ, ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯିରୂଶାଲମରେ ସଂଗୃହୀତ ହେବେ; ପୁଣି, ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ସେସମୟରେ ଲୋକମାନେ ଯିରୂଶାଲମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ; ଆଉ, ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯିରୂଶାଲମରେ ସଂଗୃହୀତ ହେବେ; ପୁଣି, ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ। Faic an caibideil |
ଯଦି ଲୋକମାନେ ତାଙ୍କର ପିଲାମାନଙ୍କୁ ପରମେଶ୍ୱରଙ୍କର ଆଦେଶ ଶିକ୍ଷା ଦିଅନ୍ତି, ତେବେ ସେମାନଙ୍କର ସନ୍ତାନଗଣ ସେମାନଙ୍କର ପୂର୍ବପୁରୁଷଙ୍କ ପରି ହେବେ ନାହିଁ। ସେମାନଙ୍କ ପୂର୍ବପୁରୁଷଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ଗଲେ। ଏବଂ ସେମାନେ ତାଙ୍କ ଆଦେଶ ମାନିଲେ ନାହିଁ। ସେମାନଙ୍କର ହୃଦୟ ଦୃଢ଼ ପରମେଶ୍ୱରଙ୍କଠାରେ ସମର୍ପିତ ନ ଥିଲା। ସେମାନଙ୍କର ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।
ଆଉ ସେ ମୋତେ ମନ୍ଦିର ମଧ୍ୟରୁ କହିଲେ, “ହେ ମନୁଷ୍ୟ ପୁତ୍ର ଏହା ମୋର ସିଂହାସନର ସ୍ଥାନ ଓ ମୋର ପାଦପୀଠର ସ୍ଥାନ। ମୁଁ ଇସ୍ରାଏଲ ପରିବାର ମଧ୍ୟରେ ସଦାକାଳ ବାସ କରିବି। ଆଉ ଇସ୍ରାଏଲର ଲୋକମାନେ ଏବଂ ସେମାନଙ୍କ ରାଜାଗଣ ସେମାନଙ୍କର ଶାରୀରିକ ପାପସବୁ ସହିତ ଏହି ସ୍ଥାନରେ ନିଜର ରାଜାମାନଙ୍କ ମୃତ ଶରୀର କବର ଦେବାଦ୍ୱାରା ଏହି ସ୍ଥାନକୁ ମୋର ପବିତ୍ର ନାମକୁ ଅପମାନିତ କରିବେ ନାହିଁ।