ଯିରିମୀୟ 3:12 - ପବିତ୍ର ବାଇବଲ12 ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ଯାଇ ଏହି କଥା ପ୍ରଗ୍ଭର କର ଏବଂ କୁହ, “‘ହେ ବିପଥଗାମିନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେରି ଆସ, ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ। ଆମ୍ଭେ ଦୟାବାନ,’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’ Faic an caibideilପବିତ୍ର ବାଇବଲ (Re-edited) - (BSI)12 ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମିନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ। Faic an caibideilଓଡିଆ ବାଇବେଲ12 ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ;’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’” Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ। Faic an caibideil |
ଯଦି ତୁମ୍ଭେମାନେ ଫେରି ଆସିବ ଓ ସଦାପ୍ରଭୁଙ୍କୁ ମାନିବ, ତେବେ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନସନ୍ତତିଗଣ ସେମାନଙ୍କୁ ବନ୍ଦୀ କରି ନେଇଯାଇଥିବା ଲୋକମାନଙ୍କଠାରୁ ଦୟା ପାଇବେ। ଆଉ ତୁମ୍ଭମାନଙ୍କର ଆତ୍ମୀୟମାନେ ଓ ତୁମ୍ଭମାନଙ୍କର ସନ୍ତାନଗଣ ଏହି ଦେଶକୁ ଫେରି ଆସିବେ। ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଦୟାଳୁ ଓ ଅନୁଗ୍ରହରେ ପୂର୍ଣ୍ଣ ଅଟନ୍ତି। ଯଦି ତୁମ୍ଭେମାନେ ତାହାଙ୍କ ନିକଟକୁ ଫେରି ଆସିବ, ତେବେ ସେ ତୁମ୍ଭମାନଙ୍କୁ ତ୍ୟାଗ କରିଯିବେ ନାହିଁ।”
“ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ୟାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ୟାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତେବେ ତା'ର ସ୍ୱାମୀ କ’ଣ ପୁନର୍ବାର ତାହା ନିକଟକୁ ଆସିବ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତେବେ ସେହି ଦେଶ ଅତ୍ୟନ୍ତ ‘ଅଶୁଚି’ ହେବ। ହେ ଯିହୁଦା, ତୁମ୍ଭେ ଅନେକ ଉପପତି ସଙ୍ଗେ ବ୍ୟଭିଗ୍ଭର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସିବାକୁ ଗ୍ଭହୁଁଅଛ।” ଏହା ସଦାପ୍ରଭୁ କହନ୍ତି।
ପୁଣି ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସେହି ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବେଚନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦେବା। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।”