Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 28:8 - ପବିତ୍ର ବାଇବଲ

8 ତୁମ୍ଭର ଓ ମୋର ବହୁ ପୂର୍ବରୁ ଅନେକ ଭବିଷ୍ୟ‌ଦ୍‌ବକ୍ତା ବହୁଦେଶ ଓ ମହାନ ମହାନ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭର କରିଅଛନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳରେ ଭବିଷ୍ୟଦ୍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିଅଛନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳର ଭବିଷ୍ୟଦ୍‍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛନ୍ତି।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ତୁମ୍ଭର ଓ ମୋର ପୂର୍ବରେ ଥିବା ପୁରାତନ କାଳର ଭବିଷ୍ୟଦ୍‍ବକ୍ତାମାନେ ଅନେକ ଦେଶ ଓ ବୃହତ ବୃହତ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ, ଅମଙ୍ଗଳ ଓ ମହାମାରୀ ବିଷୟକ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛନ୍ତି।

Faic an caibideil Dèan lethbhreac




ଯିରିମୀୟ 28:8
25 Iomraidhean Croise  

ଏଲିୟ ତି‌‌‌‌ଶ୍‌ବୀୟର ଭବିଷ୍ୟ‌ଦ୍‌ବକ୍ତା ଗିଲିୟଦରେ ରାଜା ଆହାବଙ୍କୁ କହିଲେ, ଗିଲିୟଦର ପ୍ରବାସୀ ତି‌‌‌‌ଶ୍‌ବୀୟ ଏଲିୟ ଭବିଷ୍ୟ‌ଦ୍‌ବକ୍ତା ରାଜା ଆହାବଙ୍କୁ କହିଲେ, “ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ସେବା କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶରେ କାକର କି ବୃଷ୍ଟିପାତ ହେବ ନାହିଁ। ଯଦି ମୁଁ ଆଦେଶ ଦିଏ ତେବେ ବର୍ଷା ହେବ।”


ମୀଖାୟ ଉତ୍ତର କଲେ, “ମୁଁ ସମଗ୍ର ଇସ୍ରାଏଲକୁ ମାଲିକହୀନ ମେଷପଲ ସଦୃଶ ଏଣେ ତେଣେ ପର୍ବତମାନଙ୍କରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ସେମାନଙ୍କର ମୂଖ୍ୟ ନାହାନ୍ତି, ସେମାନେ ଯୁଦ୍ଧ ନ କରି କୁଶଳରେ ନିଜ ନିଜ ଗୃହକୁ ଫେରି ଯାଆନ୍ତୁ।’”


ତହୁଁ ଆହାବ କହିଲେ, “ଅନ୍ୟ ଜଣେ ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ବିଷୟରେ ପଗ୍ଭରି ପାରୁ। ସେ ଇମ୍ଳର ପୁତ୍ର ମୀଖାୟ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମୋ’ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ କହେ। ସେ କେବେ ମୋର ମଙ୍ଗଳ କଥା କହେ ନାହିଁ।” ତହୁଁ ଯିହୋଶାଫଟ୍ କହିଲେ, “ଦୟାକରି ସେପରି କୁହନ୍ତୁ ନାହିଁ।”


ପରମେଶ୍ୱର ଆମୋସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀୟ ବାର୍ତ୍ତା ଦେଖାଇଲେ।


ସେହି ସୈନ୍ୟମାନେ ବାବିଲ ଆକ୍ରମଣ କରି ତା'ର ଯୁବକମାନଙ୍କୁ ହତ୍ୟା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସେମାନେ ଦୟା ଦେଖାଇବେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ଧ୍ୱଂସ ପାଇବ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନଷ୍ଟ କରିବେ।


ଆମୋଷଙ୍କ ବାର୍ତ୍ତା: ତକୋୟ ନଗରର ମେଷପାଳକମାନଙ୍କ ମଧ୍ୟରୁ ଆମୋଷ ଥିଲେ ଅନ୍ୟତମ। ଯେତେବେଳେ ଯିହୁଦାର ରାଜା ଉଷିୟ ଥିଲେ, ଯୋୟାଶଙ୍କ ପୁତ୍ର ଯାରବିୟାମ୍ ଇସ୍ରାଏଲର ରାଜା ଥିଲେ। ସେହି ସମୟରେ ଆମୋଷଙ୍କର ଇସ୍ରାଏଲ ବିଷୟରେ ଏକ ଦର୍ଶନ ଥିଲା। ଏହା ଥିଲା ଭୂମିକମ୍ପ ଦୁଇ ବର୍ଷର ପୂର୍ବ ଘଟଣା।


ଆମୋଷ କହିଲେ: “ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ। ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ। ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”


ତା'ପରେ ସଦାପ୍ରଭୁ ଯୂନସଙ୍କୁ ପୁନର୍ବାର କହିଲେ।


Lean sinn:

Sanasan


Sanasan