Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 27:7 - ପବିତ୍ର ବାଇବଲ

7 ପୁଣି ସମୁଦାୟ ଗୋଷ୍ଠୀ ନବୂଖ‌ଦ୍‌ନିତ୍ସର, ତାହାର ପୁତ୍ର ଓ ପୌତ୍ରର ସେବା କରିବେ। ପୁଣି ଏକ ସମୟ ଆସିବ, ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ବାବିଲରେ ନିଜର ଦାସ୍ୟକର୍ମ କରିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

7 ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, ତାହାର ନିଜ ଦେଶର ସମୟ ଉପସ୍ଥିତ ହେବା ପର୍ଯ୍ୟନ୍ତ ସମୁଦାୟ ଗୋଷ୍ଠୀ ତାହାର ଓ ତାହାର ପୁତ୍ରର ଓ ପୌତ୍ରର ଦାସ୍ୟକର୍ମ କରିବେ; ତହିଁ ଉତ୍ତାରେ ଅନେକ ଗୋଷ୍ଠୀ ଓ ମହାନ ମହାନ ରାଜାମାନେ ତାହାକୁ ଆପଣାମାନଙ୍କର ଦାସ୍ୟକର୍ମ କରାଇବେ।

Faic an caibideil Dèan lethbhreac




ଯିରିମୀୟ 27:7
29 Iomraidhean Croise  

କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ। ସେ ଦେଖନ୍ତି ଯେ ସେହି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।


ପରମେଶ୍ୱର ଆମୋସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀୟ ବାର୍ତ୍ତା ଦେଖାଇଲେ।


ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ୱାରୋହୀ ସୈନ୍ୟ ଆସୁଛନ୍ତି।” ତା'ପରେ ଜଣେ ଦୂତ କହିଲା, “ବାବିଲ ପରାସ୍ତ ହୋଇଛି ଓ ବାବିଲର ପତନ ହୋଇଛି। ତା'ର ପ୍ରତିମାଗୁଡ଼ିକ ଭାଙ୍ଗି ଭୂମିସାତ୍ ହୋଇଛି।”


‘ସେହିସବୁ ବାବିଲକୁ ଅଣାଯିବ ଏବଂ ଆମ୍ଭେ ସେଗୁଡ଼ିକର ପରିଦର୍ଶନ ନ କରିବା ଦିନ ପର୍ଯ୍ୟନ୍ତ ସେ ସବୁ ସେ ସ୍ଥାନରେ ଥିବ।’ ପୁଣି ସଦାପ୍ରଭୁ କହନ୍ତି, ‘ତାହାପରେ ଆମ୍ଭେ ସେସବୁ ଜିନିଷକୁ ଏହି ସ୍ଥାନକୁ ଫେରାଇ ଆଣିବା।’”


ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଓ ତାହାର ସମସ୍ତ ସୈନ୍ୟ, ତାହାର ଶାସନାଧୀନ ସମସ୍ତ ରାଜ୍ୟ ଓ ସମସ୍ତ ଗୋଷ୍ଠୀ ଯିରୁଶାଲମ ଓ ତାହାର ନଗର ସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।


ସଦାପ୍ରଭୁ ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଯେପରି ଯିହୁଦାର ରାଜା ସିଦିକିୟକୁ ତାହାର ପ୍ରାଣ ନାଶକାରୀ ଶତ୍ରୁ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ହସ୍ତରେ ସମର୍ପଣ କଲୁ,’ ସେହିପରି, ‘ଆମ୍ଭେ ମିଶରର ରାଜା ଫାରୋ-ହଫ୍ରାକୁ ତାହାର ପ୍ରାଣନାଶକାରୀ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବା।’”


ବାବିଲର ରାଜା ନବୂଖ‌ଦ୍‌ନିତ୍ସର ମିଶର ଦେଶକୁ ଆସି ତାକୁ ପରାସ୍ତ କରିବା କଥା ସଦାପ୍ରଭୁ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟଙ୍କୁ କହିଲେ,


ଯିହୁଦାର ରାଜା ଯିହୋୟାଖୀନ୍ ବାବିଲର କାରାଗାରରେ ସଇଁତିରିଶ୍ ବର୍ଷ ବନ୍ଦୀ ହୋଇ ରହିଲେ। ତାଙ୍କ ବନ୍ଦୀତ୍ୱର ସଇଁତିରିଶ୍ ବର୍ଷରେ ବାବିଲର ରାଜା ଇବିଲ୍-ମରୋଦକ୍ ଯିହୋୟାଖୀ‌‌‌ନ୍‌‌‌ଙ୍କ ପ୍ରତି ଦୟାପରବଶ ହେଲେ। ସେ ରାଜତ୍ୱର ପ୍ରଥମ ବର୍ଷର ଦ୍ୱାଦଶ ମାସର ପଞ୍ଚବିଂଶ ଦିନରେ ଯିହୋୟାଖୀ‌‌‌ନ୍‌‌‌ଙ୍କୁ କାରାଗାରରୁ ମୁକ୍ତ କଲେ।


ଏବଂ ମୁଁ ବାବିଲ ରାଜାର ଉଭୟ ବାହୁ ସବଳ କରିବି ଓ ମୋର ‌‌ଖ‌ଡ଼୍‌ଗ ଧରିବାକୁ ଦେବି। କିନ୍ତୁ ମୁଁ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବି। ତେଣୁ ସେ ମୁମୁର୍ଷୁ ଲୋକମାନେ କ୍ରନ୍ଦନ କଲାପରି ବିଳାପ କରିବ।


ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି।


ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହୋଇଅଛନ୍ତି। କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।


ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧରେ ଛିଡ଼ା ହେବେ। ତା'ପରେ ସେମାନେ ତୁମ୍ଭଠାରୁ ଗ୍ଭେରି କରିବେ। ତୁମ୍ଭେ ଅତି ଭୟଭୀତ ହୋଇ ପଡ଼ିବ।


ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସେହି ଲୋକମାନେ ତୁମ୍ଭଠାରୁ ଅଧିକ ନେଇଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ୟା କରିଛ। ବହୁଦେଶ ଓ ନଗର ଧ୍ୱଂସ କରିଛ। ସବୁ ଲୋକଙ୍କୁ ସେଠାରେ ହତ୍ୟା କରିଛ।


ତା'ପରେ ଦ୍ୱିତୀୟ ଦୂତ ଜଣକ, ପ୍ରଥମ ସ୍ୱର୍ଗଦୂତଙ୍କୁ ଅନୁସରଣ କରି କହିଲେ, “ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦେଖାଇ ଭ୍ରଷ୍ଟାଗ୍ଭର କାମ ଓ ପରମେଶ୍ୱରଙ୍କ କ୍ରୋଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହୋଇଯାଇଛି।”


ମହାନଗରୀ ତିନି ଭାଗରେ ବିଭକ୍ତ ହେଲା। ଦେଶଗୁଡ଼ିକର ନଗରସବୁ ନଷ୍ଟ ହୋଇଗଲା। ପରମେଶ୍ୱର ମହାନଗରୀ ବାବିଲୋନକୁ ଦଣ୍ଡ ଦେବା ପାଇଁ ଭୁଲିଲେ ନାହିଁ। ସେ ତାହାକୁ ତାହାଙ୍କର ପ୍ରଚଣ୍ଡ କ୍ରୋଧରୂପ ମଦିରା ପାତ୍ରରୁ ପାନ କରାଇଲେ।


Lean sinn:

Sanasan


Sanasan