ଯିରିମୀୟ 27:6 - ପବିତ୍ର ବାଇବଲ6 ବର୍ତ୍ତମାନ ଆମ୍ଭେ ଏହିସବୁ ଦେଶ ମୋର ଦାସ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଦେଇଅଛୁ। ଆମ୍ଭେ କ୍ଷେତ୍ରସ୍ଥ ସମସ୍ତ ପଶୁମାନଙ୍କୁ ତାହାର ସେବା କରିବାକୁ ଦେଇଅଛୁ। Faic an caibideilପବିତ୍ର ବାଇବଲ (Re-edited) - (BSI)6 ପୁଣି, ସମ୍ପ୍ରତି ଆମ୍ଭେ ଏହିସବୁ ଦେଶ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଦେଇଅଛୁ ଓ ତାହାର ସେବା କରିବା ନିମନ୍ତେ କ୍ଷେତ୍ରସ୍ଥ ପଶୁମାନଙ୍କୁ ହିଁ ତାହାକୁ ଦେଇଅଛୁ। Faic an caibideilଓଡିଆ ବାଇବେଲ6 ପୁଣି, ସମ୍ପ୍ରତି ଆମ୍ଭେ ଏହିସବୁ ଦେଶ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଦେଇଅଛୁ ଓ ତାହାର ସେବା କରିବା ନିମନ୍ତେ କ୍ଷେତ୍ରସ୍ଥ ପଶୁମାନଙ୍କୁ ହିଁ ତାହାକୁ ଦେଇଅଛୁ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ପୁଣି, ସମ୍ପ୍ରତି ଆମ୍ଭେ ଏହିସବୁ ଦେଶ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଦେଇଅଛୁ ଓ ତାହାର ସେବା କରିବା ନିମନ୍ତେ କ୍ଷେତ୍ରସ୍ଥ ପଶୁମାନଙ୍କୁ ହିଁ ତାହାକୁ ଦେଇଅଛୁ। Faic an caibideil |
ପାରସ୍ୟର ରାଜା କୋରସ୍ କହନ୍ତି, ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ମୋତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମୋତେ ଯିହୁଦାସ୍ଥିତ ଯିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ଦେଇଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ୱରଙ୍କ ଲୋକ ଅଟ, ଯିରୁଶାଲମକୁ ଫେରି ଯିବା ନିମନ୍ତେ ସ୍ୱାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପ୍ରତ୍ୟେକଙ୍କ ସହିତରେ ରୁହନ୍ତୁ।
ଏସବୁ ଘଟିଲା ପରେ’” ସଦାପ୍ରଭୁ କହନ୍ତି, “‘ଆମ୍ଭେ ଯିହୁଦା ରାଜା ସିଦିକିୟଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ଼୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତରେ, ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣନାଶକାରୀଙ୍କ ହସ୍ତରେ ସମର୍ପଣ କରିବା। ଆଉ ସେମାନେ ସେମାନଙ୍କୁ ଦୟା, କରୁଣା ଓ କ୍ଷମା ନ କରି ଖଡ଼୍ଗରେ ବଧ କରିବେ।’
ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ।