Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 26:23 - ପବିତ୍ର ବାଇବଲ

23 ତହୁଁ ସେମାନେ ଉରିୟକୁ ମିଶରରୁ ଆଣି ଯିହୋୟାକୀମ୍ ନିକଟରେ ଉପସ୍ଥିତ କରାଇଲେ। ରାଜାଙ୍କ ଆଦେଶରେ ଉରିୟକୁ ‌‌ଖ‌ଡ଼୍‌ଗରେ ବଧ କରାଗଲା ଓ ଦରିଦ୍ର ଲୋକମାନଙ୍କ କବର ସ୍ଥାନରେ ତାହାର ଶବ ପକାଗଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

23 ତହୁଁ ସେମାନେ ଊରୀୟକୁ ମିସରରୁ ଆଣି ଯିହୋୟାକୀମ୍ ରାଜା ନିକଟରେ ଉପସ୍ଥିତ କରାଇଲେ; ରାଜା ତାହାକୁ ଖଡ଼୍‍ଗରେ ବଧ କରି, ସାମାନ୍ୟ ଲୋକମାନଙ୍କର କବର-ସ୍ଥାନରେ ତାହାର ଶବ ପକାଇ ଦେଲା।

Faic an caibideil Dèan lethbhreac

ଓଡିଆ ବାଇବେଲ

23 ତହୁଁ ସେମାନେ ଊରୀୟକୁ ମିସରରୁ ଆଣି ଯିହୋୟାକୀମ୍‍ ରାଜା ନିକଟରେ ଉପସ୍ଥିତ କରାଇଲେ; ରାଜା ତାହାକୁ ଖଡ୍ଗରେ ବଧ କରି, ସାମାନ୍ୟ ଲୋକମାନଙ୍କର କବର ସ୍ଥାନରେ ତାହାର ଶବ ପକାଇ ଦେଲା।”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତହୁଁ ସେମାନେ ଊରୀୟକୁ ମିସରରୁ ଆଣି ଯିହୋୟାକୀମ୍‍ ରାଜା ନିକଟରେ ଉପସ୍ଥିତ କରାଇଲେ; ରାଜା ତାହାକୁ ଖଡ୍ଗରେ ବଧ କରି, ସାମାନ୍ୟ ଲୋକମାନଙ୍କର କବର ସ୍ଥାନରେ ତାହାର ଶବ ପକାଇଦେଲା।

Faic an caibideil Dèan lethbhreac




ଯିରିମୀୟ 26:23
13 Iomraidhean Croise  

ଏହି ଯିହୋୟାକୀମ୍ ସମାନ ତାଙ୍କ ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମରେ ଲିପ୍ତ ହେଲେ।


“ଆମ୍ଭେ ବୃଥାରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦେଇଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭେମାନେ ଠିକ୍ ବାଟକୁ ଫେରିଲ ନାହିଁ। ତୁମ୍ଭେମାନେ ତୁମ୍ଭ ‌‌ଖ‌ଡ଼୍‌ଗରେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ହତ୍ୟା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ୟ ସେମାନଙ୍କୁ ଗ୍ରାସ କରିଅଛ।”


“ମାତ୍ର ହେ ଯିହୋୟାକୀମ୍, ତୁମ୍ଭେ କେବଳ ନିଜର ସ୍ୱାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ୟ ଓ ନିର୍ଦ୍ଦୋଷର ରକ୍ତପାତରେ ବୁଡ଼ି ରହିଛି।”


ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୁଶାଲମର ଦ୍ୱାର ବାହାରେ ପକାଯିବ।


ତୁମ୍ଭେମାନେ ଯଦି ମୋତେ ବଧ କରିବ, ତେବେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପରେ, ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ।”


ଏଣୁ ଯିହୁଦାର ରାଜା ଯିହୋୟାକୀମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ବଂଶଧର ରହିବେ ନାହିଁ। ଆଉ ତାହାର ମୃତ ଶରୀରକୁ ଦିନ ବେଳେ ଖରାରେ ଓ ରାତ୍ରି ବେଳା କାକରରେ ପକାଯିବ।


ପୁଣି ସେ ଅନ୍ୟ ସିଂହମାନଙ୍କ ସହିତ ବିଚରଣ କରି ଯୁବା ସିଂହ ହୋଇ ଉଠିଲା। ସେ ମୃଗୟା କରିବା ଶିଖିଲା ଓ ମନୁଷ୍ୟମାନଙ୍କୁ ଗ୍ରାସ କଲା।


ସେ କାରାଗାରରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ।


ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରିଦେଲେ। ସେମାନେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ ମଧ୍ୟ ମାରିଦେଲେ। ସେହି ଯିହୂଦୀମାନେ ଆମ୍ଭକୁ ସେହି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ୟ କଲେ। ପରମେଶ୍ୱର ସେମାନଙ୍କଠାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ସମଗ୍ର ମାନବ ଜାତିର ବିରୋଧୀ।


ସେମାନଙ୍କୁ ପଥର ମାରି ଦିଆ ହେଲା, ଓ କରତରେ ଦୁଇଫାଳ କରି ଚିରି ଦିଆ ହେଲା। କେତେକଙ୍କୁ ଖ‌‌ଡ଼୍‌ଗଦ୍ୱାରା ମାରି ଦିଆ ହେଲା। ସେମାନଙ୍କ ଭିତରୁ କେତେ ଜଣ ମେଷ ଓ ଛେଳିର ଚମଡ଼ା ପିନ୍ଧିଲେ। ସେମାନେ ଗରିବ ଥିଲେ, ନିର୍ଯ୍ୟାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ୱାରା ମନ୍ଦ ବ୍ୟବହାର ପାଇଲେ।


ସେମାନଙ୍କର ସାକ୍ଷ୍ୟ ଦେବା ସମୟ ସରିଯିବା ପରେ ସେହି ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ପାତାଳର ଅତଳ ଗର୍ଭରୁ ଉପରକୁ ଆସୁଥିବା ପଶୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ। ସେ ସେମାନଙ୍କୁ ପରାସ୍ତ କରି ହତ୍ୟା କରିବ।


Lean sinn:

Sanasan


Sanasan