Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 23:8 - ପବିତ୍ର ବାଇବଲ

8 ମାତ୍ର ଲୋକମାନେ ଏକ ନୂଆ କଥା କହିବେ। ସେମାନେ କହିବେ, ‘ସେହି ଜୀବିତ ସଦାପ୍ରଭୁ ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନକୁ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ସେମାନଙ୍କୁ ବାହାର କରି ଆଣିଲେ।’ ଆଉ ସେମାନେ ଆପଣା ଦେଶରେ ବାସ କରିବେ। ଏପରି ସମୟ ଆସୁଅଛି।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ମାତ୍ର ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ, ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ମାତ୍ର ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହିସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ,” ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମାତ୍ର ‘ଇସ୍ରାଏଲ କୁଳଜାତ ବଂଶକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ଆମ୍ଭେ ସେମାନଙ୍କୁ ତଡ଼ି ଦେଇଥିଲୁ, ସେହି ସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ,’ ଏପରି ସମୟ ଆସୁଅଛି; ଆଉ, ସେମାନେ ଆପଣାମାନଙ୍କ ଦେଶରେ ବାସ କରିବେ।”

Faic an caibideil Dèan lethbhreac




ଯିରିମୀୟ 23:8
24 Iomraidhean Croise  

ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ।


ଭବିଷ୍ୟତରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ରେମ କରିବେ। ସେ ପୁଣି ଇସ୍ରାଏଲ ଲୋକଙ୍କୁ ମନୋନୀତ କରିବେ। ସେହି ସମୟରେ ସେମାନଙ୍କୁ ସେମାନଙ୍କ ଦେଇ ଫେରାଇ ଦେବେ। ତା'ପରେ ବିଦେଶୀମାନେ ସେମାନଙ୍କ ସହିତ ସଂଯୁକ୍ତ ହେବେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହେବେ।


“ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିଶର ଦେଶରୁ ବାହାର କରି ଆଣିଲେ,’ ସେହି ସମୟ ଆସୁଛି।” ସେହି ଜୀବିତ ସଦାପ୍ରଭୁଙ୍କ ବିଷୟରେ, “ଲୋକମାନେ ଏହି କଥା କହିବେ ନାହିଁ।


କିନ୍ତୁ ସମୟ ଆସୁଛି, ଯେତେବେଳେ ସେମାନେ କହିବେ, ‘ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ଯିଏ କି ଇସ୍ରାଏଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠାରେ ସେମାନେ ଥିଲେ ସେଠାରୁ ଫେରାଇ ଆଣିଥିଲେ।’ ସେତେବେଳେ ମୁଁ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲି, ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଫେରାଇ ଦେବି।


“ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦେଇଅଛୁ, ସେହିସବୁ ଦେଶରୁ ସେମାନଙ୍କର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସେମାନଙ୍କୁ ସେମାନଙ୍କର ବାସ ସ୍ଥାନକୁ ଫେରାଇ ଆଣିବା। ସେତେବେଳେ ସେମାନେ ପ୍ରଜାବନ୍ତ ଓ ବହୁସଂଖ୍ୟକ ହେବେ।


ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ୟ ପାଇବାକୁ ଦେବା। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ପୁନଃ ଏକତ୍ରିତ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫେରାଇ ଆଣିବା।”


ଏଣୁ ସଦାପ୍ରଭୁ କହନ୍ତି, “ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ୱ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ। କେହି ତାହାକୁ ଭୟ ଦେଖାଇବେ ନାହିଁ।”


କାରଣ ସଦାପ୍ରଭୁ କହନ୍ତି, “ସମୟ ଆସିବ ଯେଉଁ ସମୟରେ ଆମ୍ଭେ ଆପଣା ଲୋକ ଇସ୍ରାଏଲର ଓ ଯିହୁଦାର ବନ୍ଦୀତ୍ୱ ଅବସ୍ଥା ପରିବର୍ତ୍ତନ କରିବା।” ପୁଣି ସଦାପ୍ରଭୁ କହନ୍ତି, “ଏପରି ସମୟ ଆସିବ ଯେଉଁ ସମୟରେ ଆମ୍ଭେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛୁ, ସେହି ଦେଶକୁ ସେମାନଙ୍କୁ ଫେରାଇ ଆଣିବା ଓ ସେମାନେ ତାହା ଅଧିକାର କରିବେ।”


ଆଉ ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା। ପୁଣି ପୃଥିବୀର ପ୍ରାନ୍ତ ଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ, ଛୋଟା, ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀଙ୍କୁ ଏକତ୍ର ସଂଗ୍ରହ କରିବା। ସେମାନେ ବହୁ ସଂଖ୍ୟାରେ ଜନଗହଳି ହୋଇ ଏ ସ୍ଥାନକୁ ଆସିବେ।


‘ଆଉ ଦେଖ, ଆମ୍ଭେ ଆପଣା କ୍ରୋଧ ଓ ପ୍ରଚଣ୍ଡ କୋପରେ ଯେଉଁସବୁ ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିଦେଇଥିଲୁ, ସେହି ସହସ୍ର ଦେଶରୁ ପୁନର୍ବାର ସେମାନଙ୍କୁ ସଂଗ୍ରହ କରିବା। ସେମାନଙ୍କୁ ପୁନର୍ବାର ଏହି ସ୍ଥାନକୁ ଆଣିବା ଓ ସେମାନଙ୍କୁ ଶାନ୍ତି ଏବଂ ନିରାପଦରେ ଏହି ସ୍ଥାନରେ ବାସ କରାଇବା।


ପୁଣି ସଦାପ୍ରଭୁ କହନ୍ତି, “ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ବଞ୍ଚିବା ଅପେକ୍ଷା ବରଂ ମରିବାକୁ ପସନ୍ଦ କରିବେ।”


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ଇସ୍ରାଏଲ ବଂଶକୁ ନାନା ଗୋଷ୍ଠୀଗଣ ମଧ୍ୟରେ ଛିନ୍ନଭିନ୍ନ କରିଥିଲି। କିନ୍ତୁ ପୁନର୍ବାର ଯେତେବେଳେ ମୁଁ ସେମାନଙ୍କୁ ଏକତ୍ରିତ କରିବି। ସେତେବେଳେ ମୁଁ ନିଜକୁ ନାନା ଦେଶୀୟମାନଙ୍କ ଦୃଷ୍ଟିରେ ପବିତ୍ର ରୂପେ ଦେଖାଇବି ଏବଂ ମୁଁ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ସେମାନେ ସେହି ଦେଶରେ ବାସ କରିବେ।


ଏବଂ ମୁଁ ନାନା ଜାତିମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବି ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସେମାନଙ୍କୁ ଇସ୍ରାଏଲର ପର୍ବତମାନଙ୍କରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି।


ପରମେଶ୍ୱର କହନ୍ତି, “ମୁଁ ଜାତିମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କୁ ନେଇ ଆସିବି ଓ ସବୁ ଦେଶରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବି ଓ ତୁମ୍ଭମାନଙ୍କୁ ତୁମ୍ଭ ନିଜ ଦେଶକୁ ଆଣିବି


ତେଣୁ ଲୋକମାନେ କହିବେ, ‘ଏହି ଧ୍ୱଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହୋଇଅଛି। ଆଉ ଏହି ଶୂନ୍ୟ, ଧ୍ୱଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ୟ ହୋଇଅଛି।’”


ଏବଂ ମୁଁ ମୋର ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ଓ ଯେଉଁଠାରେ ସେମାନଙ୍କ ପୂର୍ବପୁରୁଷଗଣ ବାସ କରୁଥିଲେ, ସେହି ଦେଶରେ ସେମାନେ ବାସ କରିବେ। ସେମାନେ, ସେମାନଙ୍କର ସନ୍ତାନମାନେ ଓ ସେମାନଙ୍କର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସେଠାରେ ବାସ କରିବେ। ଏବଂ ମୋର ଦାସ ଦାଉଦ ସଦାକାଳ ସେମାନଙ୍କର ଅଧିପତି ହେବେ।


ପୁଣି ମୁଁ ଯେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଅଟେ। ତାହା ସେମାନେ ଜାଣିବେ। ମୁଁ ନାନା ଜାତିମାନଙ୍କ ମଧ୍ୟରେ ସେମାନଙ୍କୁ ନିର୍ବାସିତ କରାଇଲି ଓ ପୁନର୍ବାର ସେମାନଙ୍କ ନିଜ ଦେଶରେ ସେମାନଙ୍କୁ ସଂଗ୍ରହ କରିଅଛି। ମୁଁ ସେମାନଙ୍କର କାହାକୁ ଆଉ ସେଠାରେ ରଖିବି ନାହିଁ।


ତୁମ୍ଭେମାନେ ଆମ୍ଭର ସନ୍ତାନମାନଙ୍କୁ ବହୁଦୂରକୁ ପଠାଇ ଦେଇଛ। କିନ୍ତୁ ଆମ୍ଭେ ସେମାନଙ୍କୁ ଫେରାଇ ଆଣିବା। ଆଉ ମଧ୍ୟ ତୁମ୍ଭର ଏହି କର୍ମ ଲାଗି ତୁମ୍ଭମାନଙ୍କୁ ଦଣ୍ତ ଦେବା।


ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କଲାପରି ବହୁ ଆଶ୍ଚର୍ଯ୍ୟ କର୍ମ କରିବା ଏବଂ ତୁମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବା।


ସେତେବେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା। ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା ଯାହା ଫଳରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ। ତାହା ଘଟିବ ଯେତେବେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା,” ସଦାପ୍ରଭୁ ଏହି ସମସ୍ତ କହିଥିଲେ।


Lean sinn:

Sanasan


Sanasan