କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି। ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି। ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବେ ଓ ମୋତେ ପରାସ୍ତ କରି ପାରିବେ ନାହିଁ। ସେମାନେ ଘୋର ଅପମାନିତ ହେବେ କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ। ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ।