Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 23:21 - ପବିତ୍ର ବାଇବଲ

21 ଆମ୍ଭେ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇ ନ ଥିଲୁ। ତଥାପି ସେମାନେ ଆପେ ଆପେ ଧାଇଁଲେ। ଆମ୍ଭେ ସେମାନଙ୍କୁ କିଛି ବାକ୍ୟ ପ୍ରଦାନ କରି ନ ଥିଲୁ। ମାତ୍ର ସେମାନେ ଆମ୍ଭ ନାମରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

21 ଆମ୍ଭେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

21 ଆମ୍ଭେ ଏହି ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 “ଆମ୍ଭେ ଏହି ଭବିଷ୍ୟଦ୍‍ବକ୍ତାମାନଙ୍କୁ ପଠାଇଲୁ ନାହିଁ, ତଥାପି ସେମାନେ ଦୌଡ଼ିଲେ; ଆମ୍ଭେ ସେମାନଙ୍କୁ କଥା କହିଲୁ ନାହିଁ, ତଥାପି ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।

Faic an caibideil Dèan lethbhreac




ଯିରିମୀୟ 23:21
12 Iomraidhean Croise  

ତା'ପରେ ମୁଁ ସଦାପ୍ରଭୁଙ୍କର ସ୍ୱର ଶୁଣିଲି। ସେ କହିଲେ, “ମୁଁ କାହାକୁ ପଠାଇବି? କିଏ ଆମ୍ଭମାନଙ୍କ ପାଇଁ ଯିବ?” ତେଣୁ ମୁଁ କହିଲି, “ମୁଁ ଏଠାରେ ଅଛି! ମୋତେ ପଠାଅ!”


ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ସେହି ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭ ବିଷୟରେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କରନ୍ତି। ଆମ୍ଭେ ସେମାନଙ୍କୁ ପ୍ରଗ୍ଭର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସେମାନଙ୍କୁ କହିବାକୁ ଆଜ୍ଞା ଦେଇ ନାହୁଁ। ସେମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାଣୀ ଓ ମୂଲ୍ୟହୀନ ଦୈବିତ୍ୱ ପ୍ରଗ୍ଭର କରୁଛନ୍ତି। ସେମାନେ ସେମାନଙ୍କର ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରିଛନ୍ତି।


ଆଉ ମଧ୍ୟ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି ଓ ସେହି ମିଥ୍ୟା କଥା ଓ ଅସାର ଶିକ୍ଷା ଦ୍ୱାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ। ତେଣୁ ସେମାନେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରି ପାରିବେ ନାହିଁ।”


ପୁଣି ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭମାନଙ୍କୁ କହିବେ, ‘ତୁମ୍ଭେମାନେ ବାବିଲ ରାଜାର ସେବା କର ନାହିଁ।’ “ତୁମ୍ଭେମାନେ ସେମାନଙ୍କର କଥାକୁ ଶୁଣିବା ଉଚିତ୍ ନୁହେଁ। କାରଣ ସେମାନେ ମିଥ୍ୟାବାଦୀ ପ୍ରଗ୍ଭର କରନ୍ତି।


ପୁଣି ସଦାପ୍ରଭୁ କହନ୍ତି, ‘ମୁଁ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପଠାଇବି ନାହିଁ। ସେମାନେ ମିଥ୍ୟା ପ୍ରଗ୍ଭର କରନ୍ତି ଓ ମୋ’ ନାମରେ ତାହା ପ୍ରଗ୍ଭର କରନ୍ତି। ତେଣୁ ମୁଁ ତୁମ୍ଭମାନଙ୍କୁ ତଡ଼ି ଦେବି ଓ ତୁମ୍ଭେମାନେ ବିନଷ୍ଟ ହେବ, ତୁମ୍ଭେମାନେ ଓ ସେହି ପ୍ରଗ୍ଭରକ ଭବିଷ୍ୟ‌ଦ୍‌ବକ୍ତାଗଣ ବିନଷ୍ଟ ହେବ।’”


ତହିଁରେ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ହନାନିୟ ଭବିଷ୍ୟ‌ଦ୍‌ବକ୍ତାକୁ କହିଲେ, “ହେ ହନାନିୟ, ଏବେ ଶୁଣ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ୟା କଥାରେ ବିଶ୍ୱାସ କରାଇ ଅଛ।


“ହେ ଯିରିମିୟ, ତୁମ୍ଭେ ନିର୍ବାସିତ ସମସ୍ତ ଲୋକଙ୍କୁ ଏହି ସମ୍ବାଦ ଦିଅ, ‘ନିହିଲାମୀୟ ଶମୟିୟର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଶମୟିୟଙ୍କୁ ଭବିଷ୍ୟ‌ଦ୍‌ବକ୍ତା ପ୍ରଗ୍ଭର ପାଇଁ ପଠାଇ ନାହୁଁ। ମାତ୍ର ସେ ମିଥ୍ୟା କହି ତୁମ୍ଭମାନଙ୍କର ବିଶ୍ୱାସ ଜନ୍ମାଇଅଛି।


ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତା ଓ ଗଣକମାନଙ୍କ କଥାରେ ଭୁଲ ନାହିଁ। ସେମାନେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋଯୋଗ କର ନାହିଁ।


ପୁଣି ସେମାନେ ଆମ୍ଭ ନାମରେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। କିନ୍ତୁ ଆମ୍ଭେ ସେମାନଙ୍କୁ ପ୍ରେରଣ କରି ନାହୁଁ।” ସଦାପ୍ରଭୁ କହନ୍ତି।


ଯୀଶୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ। ମୋତେ ପରମପିତା ଯେପରି ପଠାଇଥିଲେ, ମୁଁ ସେହିପରି ତୁମ୍ଭକୁ ବର୍ତ୍ତମାନ ପଠାଉଛି।”


ବର୍ଣ୍ଣ‌ବ୍‌‌ବା ଓ ଶାଉଲ ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରେରିତ ହୋଇ ସେଲୂକିଆ ନଗରକୁ ଗଲେ। ସେଠାରୁ ସେମାନେ କୁପ୍ର ଉପଦ୍ୱୀପକୁ ଯାତ୍ରା କଲେ।


ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।”


Lean sinn:

Sanasan


Sanasan