ଯିରିମୀୟ 23:17 - ପବିତ୍ର ବାଇବଲ17 ସେମାନେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ୟ ନ କହି ଭିନ୍ନ କଥା କୁହନ୍ତି। ସେମାନେ ସେମାନଙ୍କୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ।’ ପୁଣି ଯେଉଁମାନେ ଅବାଧ୍ୟ ହୋଇ ନିଜର ହୃଦୟରେ ଆଚରଣ ଅନୁସାରେ କାର୍ଯ୍ୟ କରନ୍ତି, ସେମାନଙ୍କୁ କୁହାଯାଏ, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହେବ ନାହିଁ।’ Faic an caibideilପବିତ୍ର ବାଇବଲ (Re-edited) - (BSI)17 ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ତୁମ୍ଭମାନଙ୍କର ଶାନ୍ତି ହେବ; ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ। Faic an caibideilଓଡିଆ ବାଇବେଲ17 ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ;’ ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ।’ Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ସେମାନେ ଆମ୍ଭର ଅବଜ୍ଞାକାରୀମାନଙ୍କୁ ଅନୁକ୍ଷଣେ କହନ୍ତି, ସଦାପ୍ରଭୁ କହିଅଛନ୍ତି, ‘ତୁମ୍ଭମାନଙ୍କର ଶାନ୍ତି ହେବ;’ ପୁଣି, ଯେଉଁମାନେ ଆପଣା ଆପଣା ହୃଦୟର ଅବାଧ୍ୟତାନୁସାରେ ଆଚରଣ କରନ୍ତି, ସେହି ପ୍ରତ୍ୟେକ ଲୋକଙ୍କୁ ସେମାନେ କହନ୍ତି, ‘ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ଘଟିବ ନାହିଁ।’” Faic an caibideil |
ଯିରୁଶାଲମର ବିଗ୍ଭରପତିଗଣ ଲାଞ୍ଚ ନେଇ ବିଗ୍ଭର କରନ୍ତି। ଆଉ ସେ ସ୍ଥାନର ଯାଜକଗଣ ଅର୍ଥ ନେଇ ଶିକ୍ଷା ଦିଅନ୍ତି ଓ ଭବିଷ୍ୟଦ୍ବକ୍ତାଗଣ ଭବିଷ୍ୟଦ୍ବାଣୀ ପାଇଁ ଅର୍ଥ ନିଅନ୍ତି। ତଥାପି ସେ ସ୍ଥାନର ବୃଦ୍ଧଗଣ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଆଶା କରନ୍ତି। ସେମାନେ ମଧ୍ୟ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଏଠାରେ ଅଛନ୍ତି। ତେଣୁ କୌଣସି ଅମଙ୍ଗଳ ଆମ୍ଭମାନଙ୍କର ଘଟିବ ନାହିଁ।”
କେତେକ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ଲୋକଙ୍କୁ ମିଥ୍ୟା ବାକ୍ୟ କୁହନ୍ତି। ସଦାପ୍ରଭୁ ସେହି ଭବିଷ୍ୟଦ୍ବକ୍ତାମାନଙ୍କ ସମ୍ବନ୍ଧରେ ଏହି କଥା କୁହନ୍ତି, “ଏହି ଭବିଷ୍ୟଦ୍ବକ୍ତାଗଣ ନିଜର ଉଦର ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ଯେଉଁ ଲୋକମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ସେହି ଲୋକମାନଙ୍କୁ ଶାନ୍ତି ପ୍ରଦାନ ପାଇଁ ସେମାନେ ପ୍ରତିଜ୍ଞା କରନ୍ତି। କିନ୍ତୁ ଯେଉଁମାନେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ନାହିଁ ସେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି।
ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ, “ପିଲାମାନେ ସେମାନଙ୍କର ପିତାଙ୍କୁ ସମ୍ମାନ କରନ୍ତି, ଗ୍ଭକରମାନେ ସେମାନଙ୍କର ମୁନିବଙ୍କୁ ସମ୍ମାନ କରନ୍ତି, ତେଣୁ ଆମ୍ଭେ ତୁମ୍ଭମାନଙ୍କର ପିତା, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଓ ସମ୍ମାନ କରୁ ନାହଁ? ଆମ୍ଭେ ତୁମ୍ଭମାନଙ୍କର ମୁନିବ, ତୁମ୍ଭେମାନେ ଆମ୍ଭକୁ କାହିଁକି ଭୟ ଏବଂ ସମ୍ମାନ କରୁ ନାହଁ? ତୁମ୍ଭେ ଯାଜକଗଣ ଆମ୍ଭର ନାମ ପ୍ରତି ତାଚ୍ଛଲ୍ୟ ମନୋଭାବ ଦେଖାଉଛ। “କିନ୍ତୁ ତୁମ୍ଭେମାନେ ପଗ୍ଭର, ‘ଆମ୍ଭେମାନେ କିପରି ତୁମ୍ଭର ନାମକୁ ତାଚ୍ଛଲ୍ୟ ମନୋଭାବ ଦେଖାଇଛୁ?’
ତୁମ୍ଭେ ସମ୍ପୂର୍ଣ୍ଣ ଏକ ମାସ ମାଂସ ଭକ୍ଷ୍ୟଣ କରିବ। ତୁମ୍ଭେ ମାଂସକୁ ଭକ୍ଷ୍ୟଣ କରିବ, ଘୃଣାଯୋଗ୍ୟ ନ ହେବା ପର୍ଯ୍ୟନ୍ତ। ଆଉ ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନ ହୁଏ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରତ୍ୟାଖ୍ୟାନ କରିଛ, ଯିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭେମାନେ ତାଙ୍କଠାରେ ଆପତ୍ତି କରିବ ଏହା କହି, ‘ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ?’”
“ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହରୁ ଓ ତୁମ୍ଭ ପିତୃଗୃହରୁ ଚିରଦିନ ପାଇଁ ମୋର ଯାଜକ ହେବ ବୋଲି ମୁଁ ପ୍ରତିଜ୍ଞା କଲି। କିନ୍ତୁ ଏବେ ସଦାପ୍ରଭୁ କହନ୍ତି, ‘ତାହା ଆଉ କେବେ ଘଟିବ ନାହିଁ। କାରଣ ଯେଉଁମାନେ ମୋତେ ସମ୍ମାନ କରନ୍ତି, ମୁଁ ସେମାନଙ୍କୁ ସମ୍ମାନ କରିବି। କିନ୍ତୁ ଯେଉଁମାନେ ମୋତେ ତୁଚ୍ଛଜ୍ଞାନ କରନ୍ତି, ସେମାନଙ୍କୁ ଅସମ୍ମାନ କରାଯିବ।