ଯିରିମୀୟ 23:16 - ପବିତ୍ର ବାଇବଲ16 ପୁଣି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍ବକ୍ତାଗଣ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ। ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି। ସେମାନେ କେବଳ ନିଜ ହୃଦୟର ଦର୍ଶନ କଥା କହନ୍ତି। ମାତ୍ର ସେମାନେ ସଦାପ୍ରଭୁଙ୍କର ମୁଖର କଥା କହନ୍ତି ନାହିଁ। Faic an caibideilପବିତ୍ର ବାଇବଲ (Re-edited) - (BSI)16 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍-ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ। Faic an caibideilଓଡିଆ ବାଇବେଲ16 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଭବିଷ୍ୟଦ୍ବକ୍ତାମାନେ ତୁମ୍ଭମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରନ୍ତି, ସେମାନଙ୍କର ବାକ୍ୟ ତୁମ୍ଭେମାନେ ଶୁଣ ନାହିଁ; ସେମାନେ ତୁମ୍ଭମାନଙ୍କୁ ଅସାରତା ଶିଖାନ୍ତି; ସେମାନେ ଆପଣା ହୃଦୟର ଦର୍ଶନ କଥା କହନ୍ତି ଓ ସେମାନେ ସଦାପ୍ରଭୁଙ୍କ ମୁଖର କଥା କହନ୍ତି ନାହିଁ। Faic an caibideil |
ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଓ ସେମାନଙ୍କ ପିତୃଗଣଙ୍କ ସହିତ କୃତ ତାଙ୍କର ନିୟମ ଓ ସେମାନଙ୍କର ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ। ସେମାନେ ସଦାପ୍ରଭୁଙ୍କ ଚେତାବନୀ ଶୁଣିବାକୁ ଅମାନ୍ୟ କଲେ। ସେମାନେ ମୂଲ୍ୟହୀନ ମୂର୍ତ୍ତିଗୁଡ଼ିକୁ ଅନୁସରଣ କଲେ, ପୂଜା କଲେ ଏବଂ ସେମାନେ ନିଜେ ମୂଲ୍ୟହୀନ ହୋଇଗଲେ। ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଜାତି ପରି ବାସ କଲେ, ଯଦିଓ ସଦାପ୍ରଭୁ ସେମାନଙ୍କୁ ଆଦେଶ ଦେଇଥିଲେ, “ସେମାନେ ଯାହା କରନ୍ତି ତୁମ୍ଭେମାନେ ତାହା କର ନାହିଁ।” ଯାହା ସଦାପ୍ରଭୁ ସେମାନଙ୍କୁ କରିବାକୁ ମନା କରିଥିଲେ, ସେମାନେ ତାହା କଲେ।
ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ହେ ଯିରିମିୟ, ସେହି ଭବିଷ୍ୟଦ୍ବକ୍ତାମାନେ ଆମ୍ଭ ବିଷୟରେ ମିଥ୍ୟା ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରନ୍ତି। ଆମ୍ଭେ ସେମାନଙ୍କୁ ପ୍ରଗ୍ଭର ପାଇଁ ପଠାଇ ନାହୁଁ। ଆଉ ଆମ୍ଭେ ସେମାନଙ୍କୁ କହିବାକୁ ଆଜ୍ଞା ଦେଇ ନାହୁଁ। ସେମାନେ ମିଥ୍ୟା ଭବିଷ୍ୟଦ୍ବାଣୀ ଓ ମୂଲ୍ୟହୀନ ଦୈବିତ୍ୱ ପ୍ରଗ୍ଭର କରୁଛନ୍ତି। ସେମାନେ ସେମାନଙ୍କର ହୃଦୟର ପ୍ରବଞ୍ଚନାମୂଳକ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରିଛନ୍ତି।