Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 22:8 - ପବିତ୍ର ବାଇବଲ

8 “ଆଉ ଦେଶୀୟମାନେ ଏହି ନଗର ଦେଇ ଗଲାବେଳେ ପ୍ରତ୍ୟେକ ଆପଣା ଆପଣା ସଙ୍ଗୀକି ପଗ୍ଭରିବେ, ‘ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ଯିରୁଶାଲମ ନଗରକୁ ଏପରି କଲେ?’

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକି କହିବେ, ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ?

Faic an caibideil Dèan lethbhreac

ଓଡିଆ ବାଇବେଲ

8 ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକୁ କହିବେ, “ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ ?”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକୁ କହିବେ, ‘ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ?’

Faic an caibideil Dèan lethbhreac




ଯିରିମୀୟ 22:8
13 Iomraidhean Croise  

“ହେ ଯିରିମିୟ, ତୁମ୍ଭେ ଯେତେବେଳେ ଯିହୁଦାବାସୀଙ୍କୁ ଏସବୁ କଥା ଜଣାଇବ, ସେମାନେ ସେତେବେଳେ ତୁମ୍ଭକୁ ପଗ୍ଭରିବେ, ‘ସଦାପ୍ରଭୁ କାହିଁକି ଆମ୍ଭ ବିରୁଦ୍ଧରେ ଏହି ମହା ଅମଙ୍ଗଳ କଥା କହିଅଛନ୍ତି? ଆମ୍ଭେମାନେ କି ଅପରାଧ କରିଅଛୁ? ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ କି ପାପ କରିଅଛୁ?’


ସେତେବେଳେ ପ୍ରହରୀବର୍ଗର ସେନାପତି, “ଯିରିମିୟଙ୍କୁ କହିଲା, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳକର କଥା କହିଥିଲେ।


ସଦାପ୍ରଭୁ ତାଙ୍କ କହିବାନୁସାରେ ସବୁ ଘଟାଇ ଅଛନ୍ତି। ଏହା ଘଟିଲା, କାରଣ ତୁମ୍ଭର ଲୋକମାନେ ତାଙ୍କର କଥା ମାନିଲେ ନାହିଁ ଓ ପାପ କଲେ।


ବିପକ୍ଷ ଲୋକ ଓ ଶତ୍ରୁ ଯେ ଯିରୁଶାଲମର ଦ୍ୱାର ସମୂହରେ ପ୍ରବେଶ କରିବ, ଏହା ପୃଥିବୀସ୍ଥ ରାଜଗଣ ଓ ଜଗତବାସୀ କେହି ବିଶ୍ୱାସ କରି ନ ଥିଲେ।


“କିନ୍ତୁ ମୁଁ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କୁ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବି। ତହିଁରେ ସେମାନେ ଯେଉଁ ରାଷ୍ଟ୍ରମାନଙ୍କ ମଧ୍ୟରେ ନିର୍ବାସିର ରୂପେ ବାସ କରିବେ, ସେମାନଙ୍କ ନିକଟରେ ନିଜର ଘୃଣ୍ୟ କର୍ମସବୁ ପ୍ରକାଶ କରିବେ। ଏବଂ ତା'ପରେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”


ସେମାନଙ୍କର ଆଗ୍ଭର, ବ୍ୟବହାର ଓ କ୍ରିୟାକଳାପ ତୁମ୍ଭେମାନେ ଦେଖିବ ଓ ହୃ‌ଦ୍‌ବୋଧ କରିବ ଯେ ମୁଁ ସେମାନଙ୍କ ବିରୁଦ୍ଧରେ ଓ ଯିରୁଶାଲମ ବିରୁଦ୍ଧରେ ଯାହାସବୁ କରିଅଛି, ଯଥାର୍ଥ ଥିଲା।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


ଆଉ ଗୋଷ୍ଠୀଗଣ ଜାଣିବେ ଯେ, ଇସ୍ରାଏଲ ବଂଶ ନିଜ ପାପପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ବନ୍ଦୀ ହୋଇ ଅନ୍ୟ ଦେଶକୁ ଯାଇଥିଲେ। କାରଣ ସେମାନେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲେ ଏବଂ ମୁଁ ସେମାନଙ୍କଠାରୁ ମୋର ମୁହଁ ବୁଲେଇ ନେଲି ଓ ସେମାନଙ୍କୁ ସେମାନଙ୍କର ଶତ୍ରୁମାନଙ୍କୁ ହସ୍ତାନ୍ତର କଲି ଏବଂ ସେମାନେ ଶତ୍ରୁଗଣର ‌‌ଖ‌ଡ଼୍‌ଗରେ ପତିତ ହେଲେ।


ଏବଂ ଯେତେବେଳେ ଆମ୍ଭେ କ୍ରୋଧରେ ଏବଂ କ୍ରୋଧ ଭର୍ତ୍ସନାରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା, ତୁମ୍ଭମାନଙ୍କର ଚତୁର୍ପାର୍ଶ୍ୱରେ ଥିବା ଗୋଷ୍ଠୀମାନଙ୍କ ପାଇଁ ଗାଳିର, ପରିହାସର ଓ ଆଶ୍ଚର୍ଯ୍ୟର ଏକ ବିସ୍ମୟର ବିଷୟ ହେବ। କିନ୍ତୁ ସେମାନେ ମଧ୍ୟ ଏଥିରୁ ଏକ ପାଠ ଶିଖିବେ। ଆମ୍ଭେ ସଦାପ୍ରଭୁ ଏହା କରିଅଛୁ।


“ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ୟାୟରେ ଆମ୍ଭେମାନେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ଯିରୁଶାଲମ ନିବାସୀ, ତୁମ୍ଭ ଦ୍ୱାରା ବିତାଡ଼ିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ଲଜ୍ଜାର ପାତ୍ର।


Lean sinn:

Sanasan


Sanasan