ଯିରିମୀୟ 22:21 - ପବିତ୍ର ବାଇବଲ21 “ଆମ୍ଭେ ତୁମ୍ଭର ସୌଭାଗ୍ୟ ସମୟରେ ତୁମ୍ଭକୁ କଥା କହିଲୁ ଓ ତୁମ୍ଭକୁ ସାବଧାନ କଲୁ। ମାତ୍ର ତୁମ୍ଭେ ଶୁଣିବ ନାହିଁ ବୋଲି କହିଲ। ଆମ୍ଭ ବାକ୍ୟ ପ୍ରତି ତୁମ୍ଭେ ବାଲ୍ୟାବସ୍ଥାରୁ ଅବଧାନ କରି ନାହଁ। Faic an caibideilପବିତ୍ର ବାଇବଲ (Re-edited) - (BSI)21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ମୁଁ ଶୁଣିବି ନାହିଁ; ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି। Faic an caibideilଓଡିଆ ବାଇବେଲ21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, “ମୁଁ ଶୁଣିବି ନାହିଁ;” ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ‘ମୁଁ ଶୁଣିବି ନାହିଁ;’ ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି। Faic an caibideil |
ଆମ୍ଭେମାନେ ନିଜ ଲଜ୍ଜାରେ ଅବନତ ହେଉ। ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ। କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ୟକାଳରୁ ଅଦ୍ୟାବଧି ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛୁ।’”
ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ।
“‘କିନ୍ତୁ ଇସ୍ରାଏଲର ପୁତ୍ରଗଣ ମରୁଭୂମିରେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପଥରେ ଗ୍ଭଲିଲେ ନାହିଁ ଓ ମୋର ବ୍ୟବସ୍ଥା ସକଳ ଅଗ୍ରାହ୍ୟ କଲେ। ଯାହାକୁ ଯଦି ଜଣେ ମନୁଷ୍ୟ ଅନୁସରଣ କରେ, ତେବେ ସେ ବଞ୍ଚିବ। ଏବଂ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ମୋର କ୍ରୋଧ ଢାଳି ଦେବି ଓ ସେମାନଙ୍କୁ ବିନାଶ କରିବି।
“‘କିନ୍ତୁ ଇସ୍ରାଏଲର ଲୋକମାନେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପାଳନ କଲେ ନାହିଁ କିମ୍ବା ମୋର ବ୍ୟବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କେହି ମୋର ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମୋର କ୍ରୋଧ ସେମାନଙ୍କ ଉପରେ ଢାଳି ଦେବି ଏବଂ ପୁରାମାତ୍ରାରେ ମୋର କୋପ ସେମାନଙ୍କ ବିରୁଦ୍ଧରେ ପ୍ରକାଶ କରିବି।