ଯିରିମୀୟ 20:3 - ପବିତ୍ର ବାଇବଲ3 ତହିଁ ପରଦିନ ପଶ୍ହୂର ଯିରିମିୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତା'ପରେ ଯିରିମିୟ ତାଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି ‘ମାଗୋର ମୀଷାବୀବ୍’ (ଚତୁର୍ଦ୍ଦିଗେ ଆଶଙ୍କା) ରଖି ଅଛନ୍ତି। Faic an caibideilପବିତ୍ର ବାଇବଲ (Re-edited) - (BSI)3 ପୁଣି, ତହିଁ ପରଦିନ ପଶ୍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି, ମାଗୋରମୀଷାବୀବ୍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି। Faic an caibideilଓଡିଆ ବାଇବେଲ3 ପୁଣି, ତହିଁ ପରଦିନ ପଶ୍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି, ମାଗୋରମୀଷାବୀବ୍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ପୁଣି, ତହିଁ ପରଦିନ ପଶ୍ହୂର ଯିରିମୀୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତହିଁରେ ଯିରିମୀୟ ତାହାକୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପଶ୍ହୂର ନ ରଖି, ମାଗୋରମୀଷାବୀବ୍ (ଚତୁର୍ଦ୍ଦିଗେ ଆଶଙ୍କା) ରଖିଅଛନ୍ତି। Faic an caibideil |
ମୁଁ ବହୁବାର ଅପବାଦ ଶୁଣିଅଛି। ମୋର ଚତୁର୍ଦ୍ଦିଗରେ ଆଶଙ୍କା ଅଛି। ଏପରିକି ମୋର ମିତ୍ରମାନେ ମଧ୍ୟ ମୋର ଦୋଷ ଦେଖନ୍ତି ଓ ଲୋକମାନେ ମୋର ତ୍ରୁଟିକୁ ଅପେକ୍ଷା କରନ୍ତି। ସେମାନେ ଅଭିଯୋଗ କରି କହନ୍ତି, “ଆମ୍ଭେମାନେ ଯିରିମିୟଙ୍କ ବିରୁଦ୍ଧରେ ମିଥ୍ୟା ଓ ମନ୍ଦକଥା କହିବା, ତୁମ୍ଭେମାନେ ମଧ୍ୟ ତାହା କହିବ। ତାହାହେଲେ ଆମ୍ଭେମାନେ ତାକୁ ପରାସ୍ତ କରିବା ଓ ତା’ ଉପରେ ପ୍ରତିଶୋଧ ନେଇପାରିବା।”
“ଯେଉଁ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ୟା ଅଲୌକିକ ଶକ୍ତି ଘୋଷଣା କରନ୍ତି, ମୋର ହସ୍ତ ସେମାନଙ୍କ ବିରୁଦ୍ଧରେ ଯିବ, ସେମାନେ ମୋ’ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ। ଇସ୍ରାଏଲର ପରିବାର ତାଲିକାରେ ସେମାନଙ୍କର ନାମଗୁଡ଼ିକ ତାଲିକାଭୁକ୍ତ ହେବ ନାହିଁ। ଏବଂ ଇସ୍ରାଏଲ ଦେଶରେ ସେମାନେ ପ୍ରବେଶ କରିବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।