Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 2:27 - ପବିତ୍ର ବାଇବଲ

27 ସେମାନେ ଏକ କାଠ ମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ଖଣ୍ଡେ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ।’ ସେମାନେ ସେଥିପାଇଁ ଲଜ୍ଜିତ ହେବେ। ପୁଣି ସେମାନେ ଆମ୍ଭ ଆଡ଼କୁ ମୁଖ ନ କରି, ଆମ୍ଭ ଆଡ଼କୁ ପଛପଟ କରିଅଛନ୍ତି। ମାତ୍ର ବିପଦ ସମୟରେ ଯିହୁଦାର ଲୋକମାନେ କହିବେ, ‘ତୁମ୍ଭେ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର।’

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

27 ସେମାନେ ଖଣ୍ତେ କାଠମୁଣ୍ତାକୁ କହନ୍ତି, ତୁମ୍ଭେ ଆମ୍ଭର ପିତା ଓ ପଥରକୁ କହନ୍ତି, ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ; ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣା ଆପଣା ପିଠି ଫେରାଇ ଅଛନ୍ତି; ମାତ୍ର ବିପଦ ସମୟରେ ସେମାନେ କହିବେ, ତୁମ୍ଭେ ଉଠ, ଆମ୍ଭମାନଙ୍କୁ ଉଦ୍ଧାର କର।

Faic an caibideil Dèan lethbhreac

ଓଡିଆ ବାଇବେଲ

27 ସେମାନେ ଖଣ୍ଡେ କାଠମୁଣ୍ଡାକୁ କହନ୍ତି, “ତୁମ୍ଭେ ଆମ୍ଭର ପିତା” ଓ ପଥରକୁ କହନ୍ତି, “ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ,” ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣା ଆପଣା ପିଠି ଫେରାଇ ଅଛନ୍ତି; ବିପଦ ସମୟରେ ସେମାନେ କହିବେ, “ତୁମ୍ଭେ ଉଠ, ଆମ୍ଭମାନଙ୍କୁ ଉଦ୍ଧାର କର।”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ସେମାନେ ଖଣ୍ଡେ କାଠମୁଣ୍ଡାକୁ କହନ୍ତି, ‘ତୁମ୍ଭେ ଆମ୍ଭର ପିତା’ ଓ ପଥରକୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ,’ ସେମାନେ ଆମ୍ଭ ଆଡ଼କୁ ମୁଖ ନ ଫେରାଇ ଆପଣା ଆପଣା ପିଠି ଫେରାଇ ଅଛନ୍ତି; ବିପଦ ସମୟରେ ସେମାନେ କହିବେ, ‘ତୁମ୍ଭେ ଉଠ, ଆମ୍ଭମାନଙ୍କୁ ଉଦ୍ଧାର କର।’

Faic an caibideil Dèan lethbhreac




ଯିରିମୀୟ 2:27
23 Iomraidhean Croise  

ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ୟାଗ କଲେ। ସଦାପ୍ରଭୁ ପରମେଶ୍ୱର ମନ୍ଦ ବୋଲି ବିବେଚନା କରିଥିବା କାର୍ଯ୍ୟକୁ ସେମାନେ କଲେ। ସେମାନେ ସଦାପ୍ରଭୁଙ୍କୁ ଅବମାନନା କଲେ। ସେମାନେ ସଦାପ୍ରଭୁଙ୍କୁ ପଛ କଲେ।


ହେ ସଦାପ୍ରଭୁ, ସଙ୍କଟ ସମୟରେ ସେମାନେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କୁ ଶାସ୍ତି ଦେଲ, ସେମାନେ ତୁମ୍ଭଙ୍କୁ ପ୍ରାର୍ଥନାରେ ଡାକିଲେ।


ଅନ୍ୟ ଦେଶୀୟମାନେ ସମସ୍ତେ ନିର୍ବୋଧ ଓ ଅଜ୍ଞାନ। ସେମାନଙ୍କର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ୟହୀନ। ସେହି ମୂର୍ତ୍ତିଗୁଡ଼ିକ କେବଳ କାଷ୍ଠ ମାତ୍ର।


ଆମ୍ଭେ ପୂର୍ବୀୟ ପବନରେ ଚ୍ଛିନ୍ନ ହେଲା ପରେ ଶତ୍ରୁ ସମ୍ମୁଖରେ ସେମାନଙ୍କୁ ଛିନ୍ନଭିନ୍ନ କରିବା। ଆମ୍ଭେ ସେମାନଙ୍କ ବିପଦ ଦିନରେ ସେମାନଙ୍କୁ ସାହାଯ୍ୟ ନ କରି ସେମାନଙ୍କ ପ୍ରତି ବିମୁଖ ହେବା।”


ଆଉ ତୁମ୍ଭେ ପ୍ରାନ୍ତରରେ ବାସ କରୁଥିବା ବନ୍ୟ ଗର୍ଦ୍ଦଭୀ ପରି ଅଟ। ସେ ନିଜର ଋତୁ ସମୟରେ ବାୟୁ ଆଘ୍ରାଣ କରେ। କିଏ ତା'ର କାମ ଲି‌ପ୍‌ସାରୁ ଅବରୋଧ କରି ପାରିବେ? ତାହାର ଅନ୍ୱେଷଣକାରୀମାନଙ୍କର ଆପଣାମାନଙ୍କ କ୍ଳାନ୍ତ କରିବାର ଦରକାର ନାହିଁ। ସେମାନେ ତାଙ୍କର ନିୟମିତ ମାସରେ ତାକୁ ସହଜରେ ପାଇପାରିବେ।


“ହେ ରାଜା, ତୁମ୍ଭେ ଏରସ କାଠ ନିର୍ମିତ ଗୃହରେ ଉଚ୍ଚ ପର୍ବତ ଉପରେ ବାସ କରି ଲିବାନୋ‌ନ୍‌ରେ ରହିଲା ପରି ନିଜକୁ ନିରାପଦ ମନେ କରନ୍ତୁ। ମାତ୍ର ଯେତେବେଳେ ତୁମ୍ଭେ ଶାସ୍ତି ପାଇବ, ତୁମ୍ଭେ ପ୍ରସବ ବେଦନା ତୁଲ୍ୟ ବିଳାପ କରିବ।”


ଯିହୁଦା ବେଖାତିରି କରି ବ୍ୟଭିଗ୍ଭର କଲା ଓ ଦେଶକୁ ‘ଅଶୁଚି’ କଲା। ଆଉ ସେ ମଧ୍ୟ କାଠ ଓ ପଥର ସଙ୍ଗେ ବ୍ୟଭିଗ୍ଭର କଲା।


“ଆହା, ସେଦିନ ଅତି ମହାନ। ତାହା ସମାନ ଆଉ ଦିନ ନାହିଁ। ତାହା ଯାକୁବର ସଙ୍କଟକାଳ, ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।


“ସେମାନେ ଆମ୍ଭ ପ୍ରତି ବିମୁଖ ହୋଇ ଆମ୍ଭ ପ୍ରତି ବିମୁଖ ହୋଇଅଛନ୍ତି। ଆମ୍ଭେ ସେମାନଙ୍କୁ ବାରମ୍ବାର ଶିକ୍ଷା ଦେଲେ ହେଁ ସେମାନେ ତାହା ଶୁଣି ନାହାନ୍ତି।


ପୁଣି ସିଦିକିୟ ରାଜା ଶେଲିମିୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ଯିରିମିୟ ଭବିଷ୍ୟ‌ଦ୍‌ବକ୍ତା ନିକଟକୁ ଏକ ବାର୍ତ୍ତା ଦେଇ ପଠାଇଲେ। ସେମାନେ ଯିରିମିୟଙ୍କୁ ବିନୟ କରି କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”


ସେ ସମସ୍ତ ଲୋକ ତାଙ୍କୁ କହିଲେ, “ହେ ଯିରିମିୟ, ଆମ୍ଭେମାନେ ତୁମ୍ଭକୁ ନିବେଦନ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ୱଚକ୍ଷୁରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭେମାନେ ଅନେକ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।


“ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ‘ତୁମ୍ଭେ ଆମ୍ଭକୁ ପାଶୋରି ଦେଇଛ ଓ ମୋତେ ତୁମ୍ଭ ପଛରେ ପକାଇ ଛାଡ଼ି ଗ୍ଭଲିଯାଇଛ। ତେଣୁ ତୁମ୍ଭେ ତୁମ୍ଭର ଘୃଣ୍ୟ ଚିନ୍ତାଗୁଡ଼ିକ ଓ ବ୍ୟଭିଗ୍ଭରିତାର ପାଇଁ ଦଣ୍ଡ ସହିବ।’”


ତା'ପରେ ସେ ମୋତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ। ସେଠାରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ୱାର ନିକଟରେ, ବାରଣ୍ଡା ଓ ଯଜ୍ଞବେଦିର ମଧ୍ୟସ୍ଥାନରେ ପଚିଶ୍ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସେମାନେ ସୂର୍ଯ୍ୟକୁ ପୂଜା କରୁଥିଲେ।


“ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ୟାୟରେ ଆମ୍ଭେମାନେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧରେ ସତ୍ୟ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ଯିରୁଶାଲମ ନିବାସୀ, ତୁମ୍ଭ ଦ୍ୱାରା ବିତାଡ଼ିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ଲଜ୍ଜାର ପାତ୍ର।


ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ।


ଆମ୍ଭେ ଆମ୍ଭର ଗୃହକୁ ଫେରିବା ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”


ସେମାନେ କେବେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। ସେମାନେ ସେମାନଙ୍କ ବିଛଣାରେ କ୍ରନ୍ଦନ କରନ୍ତି। ଯେତେବେଳେ ସେମାନେ ମୂର୍ତ୍ତିଗୁଡ଼ିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। ସେମାନେ ନିଜେ ନିଜକୁ ହତ୍ୟା କରନ୍ତି। କିନ୍ତୁ ସେମାନଙ୍କ ଅନ୍ତରସବୁ ମୋ'ଠାରୁ ଦୂରେଇ ଯାଇଛି।


Lean sinn:

Sanasan


Sanasan