Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 18:6 - ପବିତ୍ର ବାଇବଲ

6 “ହେ ଇସ୍ରାଏଲର ଗୃହ, ତୁମ୍ଭେ ଜାଣ ଆମ୍ଭେ ତୁମ୍ଭ ସହିତ ଜଣେ କୁମ୍ଭକାର ପରି କାର୍ଯ୍ୟ କଲେ। ତୁମ୍ଭେମାନେ ମୋ’ ହସ୍ତରେ କୁମ୍ଭକାରର ମୃତ୍ତିକା ସଦୃଶ ଅଟ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ-ବଂଶ, ଆମ୍ଭେ କି ଏହି କୁମ୍ଭକାର ପରି ତୁମ୍ଭ ପ୍ରତି କରି ନ ପାରୁ? ହେ ଇସ୍ରାଏଲ-ବଂଶ, ଦେଖ, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ।

Faic an caibideil Dèan lethbhreac

ଓଡିଆ ବାଇବେଲ

6 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ବଂଶ, ଆମ୍ଭେ କି ଏହି କୁମ୍ଭକାର ପରି ତୁମ୍ଭ ପ୍ରତି କରି ନ ପାରୁ ? ହେ ଇସ୍ରାଏଲ ବଂଶ, ଦେଖ, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ବଂଶ, ଆମ୍ଭେ କି ଏହି କୁମ୍ଭକାର ପରି ତୁମ୍ଭ ପ୍ରତି କରି ନ ପାରୁ? ହେ ଇସ୍ରାଏଲ ବଂଶ, ଦେଖ, ଯେପରି ମୃତ୍ତିକା କୁମ୍ଭକାରର ହସ୍ତରେ, ସେପରି ତୁମ୍ଭେମାନେ ଆମ୍ଭ ହସ୍ତରେ ଅଛ।

Faic an caibideil Dèan lethbhreac




ଯିରିମୀୟ 18:6
8 Iomraidhean Croise  

“ଯେ ନିଜର ସୃଷ୍ଟିକର୍ତ୍ତାଙ୍କ ବିରୋଧରେ ଯାଏ ସେ ସନ୍ତାପର ପାତ୍ର। ଗୋଟିଏ ଭଗ୍ନ ପାତ୍ରର ତୁମ୍ଭେ ଏକ ଖପରା ସଦୃଶ। ମୃତ୍ତିକା କ’ଣ ତା'ର ନିର୍ମାଣକର୍ତ୍ତା ସହ ଯୁକ୍ତି କରିବ, ‘ମୋତେ କାହିଁକି ନିର୍ମାଣ କରୁଛ?’ ସେହିପରି ତୁମ୍ଭର କର୍ମ କ’ଣ କହିବ ତୁମ୍ଭର ହାତ ନାହିଁ।


ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ। ଆମ୍ଭେମାନେ ମୃତ୍ତିକା ଓ ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର। ଆମ୍ଭେ ସମସ୍ତେ ତୁମ୍ଭ ହସ୍ତର କର୍ମ।


ସେ ମାଟିର ପାତ୍ର ନିର୍ମାଣ କରୁଥିବା ବେଳେ ସେଥିରେ କିଛି ଦୋଷ ଦେଖିଲା। ତେଣୁ ସେ ପାତ୍ରର ମାଟିକୁ ପୁନର୍ବାର ନିଜ ଇଚ୍ଛାନୁସାରେ ସଜାଡ଼ି ନୂଆ ପାତ୍ର ନିର୍ମାଣ କଲା।


ତା'ପରେ ସଦାପ୍ରଭୁଙ୍କର ବାଣୀ ମୋ’ ନିକଟରେ ଉପସ୍ଥିତ ହେଲା।


“ଏବଂ ଆପଣ ମଧ୍ୟ ଦେଖିଲେ ଯେ, ସ୍ୱର୍ଗରୁ ପବିତ୍ର ସ୍ୱର୍ଗଦୂତ ଓହ୍ଲାଇ ଆସି କହିଲେ, ‘ଏ ବୃକ୍ଷକୁ ବିନଷ୍ଟ କରି ଛେଦନ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ। ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ ବର୍ଷ ଅତିକ୍ରମ କରିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।’


ମୋ’ ଧନକୁ ମୋର ଯେଭଳି ଇଚ୍ଛା ହେବ, ସେଭଳି ଖର୍ଚ୍ଚ କରିବାର ଅଧିକାର କ’ଣ ମୋର ନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ’ଣ ତୁମ୍ଭେ ଈର୍ଷା କରୁଛ କି?’


କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ: “ପ୍ରଭୁଙ୍କର ମନକୁ କିଏ ଜାଣିଛି? କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?”


Lean sinn:

Sanasan


Sanasan