ଯିରିମୀୟ 17:23 - ପବିତ୍ର ବାଇବଲ23 ମାତ୍ର ତୁମ୍ଭ ପୂର୍ବପୁରୁଷଗଣ ଆମ୍ଭ କଥାପ୍ରତି ଅବଧାନ କଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ। ସେମାନେ ଅତି ଅବାଧ୍ୟ। ତେଣୁ ସେମାନେ ଦଣ୍ଡିତ ହେଲେ। ସେମାନଙ୍କର କିଛି ମଙ୍ଗଳ ହେଲା ନାହିଁ।’” Faic an caibideilପବିତ୍ର ବାଇବଲ (Re-edited) - (BSI)23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ। Faic an caibideilଓଡିଆ ବାଇବେଲ23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ।’ Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା କର୍ଣ୍ଣପାତ କଲେ ନାହିଁ, ବରଞ୍ଚ ନ ଶୁଣିବା ପାଇଁ ଓ ଶିକ୍ଷା ଗ୍ରହଣ ନ କରିବା ପାଇଁ ଆପଣା ଆପଣା ଗ୍ରୀବା ଶକ୍ତ କଲେ। Faic an caibideil |
ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟଦ୍ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ।
ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସେମାନଙ୍କୁ ସତ୍ୟ ଓ ବିଶ୍ୱସ୍ତ ହେବାକୁ ଗ୍ଭହଁ। ସେମାନଙ୍କୁ ପ୍ରହାର କରିଅଛ। ମାତ୍ର ସେମାନେ ଅନୁତପ୍ତ ନୁହନ୍ତି। ତୁମ୍ଭେ ସେମାନଙ୍କୁ ଜୀର୍ଣ୍ଣ କରିଅଛ। ମାତ୍ର ସେମାନେ ଶାସ୍ତି ଗ୍ରହଣ କରିବାକୁ ଅସ୍ୱୀକାର କରିଅଛନ୍ତି। ସେମାନେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସେମାନେ କୁପଥରୁ ଫେରିବାକୁ ଇଚ୍ଛା କରି ନାହାନ୍ତି।
“‘କିନ୍ତୁ ଇସ୍ରାଏଲର ପୁତ୍ରଗଣ ମରୁଭୂମିରେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପଥରେ ଗ୍ଭଲିଲେ ନାହିଁ ଓ ମୋର ବ୍ୟବସ୍ଥା ସକଳ ଅଗ୍ରାହ୍ୟ କଲେ। ଯାହାକୁ ଯଦି ଜଣେ ମନୁଷ୍ୟ ଅନୁସରଣ କରେ, ତେବେ ସେ ବଞ୍ଚିବ। ଏବଂ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ମୋର କ୍ରୋଧ ଢାଳି ଦେବି ଓ ସେମାନଙ୍କୁ ବିନାଶ କରିବି।
“‘କିନ୍ତୁ ଇସ୍ରାଏଲର ଲୋକମାନେ ମୋ’ ବିରୁଦ୍ଧରେ ଗଲେ। ସେମାନେ ମୋର ବିଧି ପାଳନ କଲେ ନାହିଁ କିମ୍ବା ମୋର ବ୍ୟବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କେହି ମୋର ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସେମାନେ ମୋର ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମୋର କ୍ରୋଧ ସେମାନଙ୍କ ଉପରେ ଢାଳି ଦେବି ଏବଂ ପୁରାମାତ୍ରାରେ ମୋର କୋପ ସେମାନଙ୍କ ବିରୁଦ୍ଧରେ ପ୍ରକାଶ କରିବି।