Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 15:18 - ପବିତ୍ର ବାଇବଲ

18 ମୋର ବେଦନା ଚିରନ୍ତନ, ମୋର କ୍ଷତ ଦୁରାରୋଗ୍ୟ। ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଅତ୍ୟନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାୟୀ ନଦୀ ତୁଲ୍ୟ ହୋଇଅଛ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

18 ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ ସୁସ୍ଥ ହେବାକୁ ଅସ୍ଵୀକାର କରେ କାହିଁକିଣ? ତୁମ୍ଭେ କି ମୋʼ ପ୍ରତି ନିତା; ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ?

Faic an caibideil Dèan lethbhreac

ଓଡିଆ ବାଇବେଲ

18 ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ ସୁସ୍ଥ ହେବାକୁ ଅସ୍ୱୀକାର କରେ କାହିଁକି ? ତୁମ୍ଭେ କି ମୋ’ ପ୍ରତି ନିତାନ୍ତ ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ ?

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ ସୁସ୍ଥ ହେବାକୁ ଅସ୍ୱୀକାର କରେ କାହିଁକି? ତୁମ୍ଭେ କି ମୋʼ ପ୍ରତି ନିତାନ୍ତ ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ?

Faic an caibideil Dèan lethbhreac




ଯିରିମୀୟ 15:18
15 Iomraidhean Croise  

ହ୍ରଦରୁ ପାଣି ଶୂନ୍ୟ ହୋଇଯାଏ ଏବଂ ଜଳ ପ୍ରପାତର ପ୍ରବାହ ବନ୍ଦ ହୋଇଯାଏ ଏବଂ ଶୁଖିଯାଏ।


ମୁଁ ନିରପରାଧୀ ହେଲେବି ବିଗ୍ଭର ମୋ’ ବିରୁଦ୍ଧରେ ଯିବାରୁ ମୁଁ ମିଥ୍ୟାବାଦୀରେ ଗଣିତ ହୋଇଅଛି। ମୁଁ ନିରପରାଧୀ ହେଲେବି ମୁଁ ବହୁତ କଷ୍ଟ ସହିଅଛି।’


ମୋର ସମଗ୍ର ଶରୀର କମ୍ପୁଅଛି। ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।


ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ? ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।


ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି। ସେମାନେ ଜଳାଶୟ ନିକଟକୁ ଯାଇ ଜଳ ପାଆନ୍ତି ନାହିଁ ଓ ଶୂନ୍ୟପାତ୍ର ଘେନି ଫେରି ଆସନ୍ତି। ସେମାନେ ଲଜ୍ଜିତ ଓ ଘବରା ହୋଇ ଆପଣା ଆପଣା ମସ୍ତକ ଢାଙ୍କନ୍ତି।


ମୁଁ କାହିଁକି ଜନ୍ମ ହେଲି? ଲଜ୍ଜା ଓ ଦୁଃଖରେ ମୋର ସମସ୍ତ ଜୀବନ ଅତିବାହିତ ହେଲା।


ହେ ସଦାପ୍ରଭୁ, ତୁମ୍ଭେ ମୋତେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବାରୁ ବିପଥଗାମୀ କରାଇଲ ଓ ମୁଁ ପ୍ରତାରିତ ହେଲି। ତୁମ୍ଭେ ମୋ'ଠାରୁ ଶକ୍ତିଶାଳୀ, ଯେଉଁଥିପାଇଁ ମୋ'ଠାରୁ ଜୟ କରିଅଛ। ମୁଁ ଦିନଯାକ ଉପହାସର ପାତ୍ର ହୋଇଅଛି, ସମସ୍ତେ ମୋତେ ପରିହାସ କରୁଛନ୍ତି।


ପୁଣି ସଦାପ୍ରଭୁ କହନ୍ତି, “ତୁମ୍ଭମାନଙ୍କର କ୍ଷତ ଦୁରାରୋଗ୍ୟ ଓ ତୁମ୍ଭମାନଙ୍କର ଘା’ କେବେ ପୂରଣ ହେବ ନାହିଁ।


ହେ ଇସ୍ରାଏଲ ଓ ଯିହୁଦା, ତୁମ୍ଭେମାନେ ଆପଣା କ୍ଷତ ଯୋଗୁଁ କାହିଁକି କ୍ରନ୍ଦନ କରୁଅଛ? ତୁମ୍ଭମାନଙ୍କର ଏହି କ୍ଷତ ଯନ୍ତ୍ରଣାଦାୟକ ଓ ଦୁରାରୋଗ୍ୟ। ତୁମ୍ଭମାନଙ୍କର ଅଧର୍ମ ଅନେକ ଓ ପାପ ବହୁତ। ତେଣୁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଏହିସବୁ କରିଅଛୁ।


ତେଣୁ ତୁମ୍ଭେ ଗା‌‌‌ଥ୍‌‌‌ରେ ମୋରେଷ‌‌‌‌ତ୍‌‌‌‌କୁ ବିଦାୟକାଳୀନ ଦାନ ଦେବ। ଅ‌କ୍‌ଷୀବର ଗୃହଗୁଡ଼ିକ ଇସ୍ରାଏଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ୟ ହେବ।


ଶମରିୟାର କ୍ଷତ କେବେ ପୂରଣ ହେବ ନାହିଁ। ତା'ର ପାପ ଯିହୁଦା ପର୍ଯ୍ୟନ୍ତ ବ୍ୟାପି ଅଛି। ଆଉ ମଧ୍ୟ ତାହା ମୋ’ ଲୋକମାନଙ୍କର ନଗରଦ୍ୱାର ଯିରୁଶାଲମ ପର୍ଯ୍ୟନ୍ତ ବ୍ୟାପିଅଛି।


Lean sinn:

Sanasan


Sanasan