ଯିରିମୀୟ 15:15 - ପବିତ୍ର ବାଇବଲ15 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଜାଣୁଛ; ମୋତେ ସ୍ମରଣ କର ଓ ମୋର ତତ୍ତ୍ୱ ନିଅ। ଆଉ ମୋର ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ। ତୁମ୍ଭେ ଅତ୍ୟନ୍ତ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ। ତେଣୁ ମୋତେ ସଂହାର କର ନାହିଁ। ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ। Faic an caibideilପବିତ୍ର ବାଇବଲ (Re-edited) - (BSI)15 ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ; ମୋତେ ସ୍ମରଣ କର ଓ ମୋହର ତତ୍ତ୍ଵାନୁସନ୍ଧାନ କର, ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ; ତୁମ୍ଭର ଦୀର୍ଘସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ; ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି , ଏହା ଜ୍ଞାତ ହୁଅ। Faic an caibideilଓଡିଆ ବାଇବେଲ15 ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ; ମୋତେ ସ୍ମରଣ କର ଓ ମୋହର ତତ୍ତ୍ୱାନୁସନ୍ଧାନ କର, ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ; ତୁମ୍ଭର ଦୀର୍ଘ ସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ; ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି, ଏହା ଜ୍ଞାତ ହୁଅ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ; ମୋତେ ସ୍ମରଣ କର ଓ ମୋହର ତତ୍ତ୍ୱାନୁସନ୍ଧାନ କର, ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ; ତୁମ୍ଭର ଦୀର୍ଘସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ; ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି, ଏହା ଜ୍ଞାତ ହୁଅ। Faic an caibideil |
କିନ୍ତୁ ସଦାପ୍ରଭୁ ମୋ’ ପାଖେ ପାଖେ ଅଛନ୍ତି। ସେ ଜଣେ ବୀର ସୈନିକ ସଦୃଶ ମୋତେ ଆଶ୍ରୟ ଦେଇଅଛନ୍ତି। ତେଣୁ ମୋର ତାଡ଼ନାକାରୀମାନେ ବିଫଳ ହେବେ ଓ ମୋତେ ପରାସ୍ତ କରି ପାରିବେ ନାହିଁ। ସେମାନେ ଘୋର ଅପମାନିତ ହେବେ କାରଣ ସେମାନେ ଯାହା କରିବାକୁ ଆରମ୍ଭ କରିଛନ୍ତି ତାହା ସଫଳତାର ସହିତ ଶେଷ କରି ପାରିବେ ନାହିଁ। ତାଙ୍କର ଏହି ଅପମାନ ନିତ୍ୟସ୍ଥାୟୀ ହେବ ଓ ଲୋକେ ତାହା ଭୁଲିବେ ନାହିଁ।
ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା'ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା!