Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 13:26 - ପବିତ୍ର ବାଇବଲ

26 ଏ ନିମନ୍ତେ ଏହା ଆମ୍ଭେ ଯିଏ କି ତୁମ୍ଭ ବସ୍ତ୍ରାଞ୍ଚଳ ତୁମ୍ଭ ମୁହଁକୁ ଟେକିଥିଲୁ, ଯାହାଫଳରେ ସମସ୍ତେ ତୁମ୍ଭମାନଙ୍କର ନଗ୍ନତା ଦେଖି ପାରି ନ ଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

26 ଏନିମନ୍ତେ ଆମ୍ଭେ ହିଁ ତୁମ୍ଭ ବସ୍ତ୍ରର ଅଞ୍ଚଳ ତୁମ୍ଭ ମୁଖ ପର୍ଯ୍ୟନ୍ତ ଟେକିବା ଓ ତୁମ୍ଭର ଲଜ୍ଜା ଦେଖାଯିବ।

Faic an caibideil Dèan lethbhreac

ଓଡିଆ ବାଇବେଲ

26 ଏନିମନ୍ତେ ଆମ୍ଭେ ହିଁ ତୁମ୍ଭ ବସ୍ତ୍ରର ଅଞ୍ଚଳ ତୁମ୍ଭ ମୁଖ ପର୍ଯ୍ୟନ୍ତ ଟେକିବା ଓ ତୁମ୍ଭର ଲଜ୍ଜା ଦେଖାଯିବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଏନିମନ୍ତେ ଆମ୍ଭେ ହିଁ ତୁମ୍ଭ ବସ୍ତ୍ରର ଅଞ୍ଚଳ ତୁମ୍ଭ ମୁଖ ପର୍ଯ୍ୟନ୍ତ ଟେକିବା ଓ ତୁମ୍ଭର ଲଜ୍ଜା ଦେଖାଯିବ।

Faic an caibideil Dèan lethbhreac




ଯିରିମୀୟ 13:26
9 Iomraidhean Croise  

ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ ଓ ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ; ଆମ୍ଭେ ପ୍ରତିଶୋଧ ନେଲା ବେଳେ କେହି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।


ଯଦି ତୁମ୍ଭେ ନିଜକୁ ପଗ୍ଭରିବ, “ଏହି ଦଶା ମୋ’ ପ୍ରତି କାହିଁକି ଘଟିଲା,” ତେବେ ଉତ୍ତରରେ କୁହାଯିବ ତୁମ୍ଭର ପାପ ଅଧିକ ହେବା ଯୋଗୁଁ ଏହା ହେଲା। ତୁମ୍ଭ ବସ୍ତ୍ରର ଅଞ୍ଚଳ ଉଠାଯାଇଅଛି ଓ ତୁମ୍ଭର ପାଦକୁ କଷ୍ଟ ଦିଆଯାଇଅଛି।


କିନ୍ତୁ ଆମ୍ଭ ସକାଶେ ଏଷୌକୁ ଶୂନ୍ୟ କଲୁ ଏବଂ ତା'ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ। ସେ ଆପଣାକୁ ଲୁଗ୍ଭଇ ରଖିପାରିବ ନାହିଁ। ତା'ର ସନ୍ତାନଗଣ ବିନଷ୍ଟ ହେବେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବାସୀଗଣ ସେଠାରେ ରହିବେ ନାହିଁ।


ଯିରୁଶାଲମ ଅତିଶୟ ପାପ କରିଅଛି, ଏଣୁ ସେ ନଗର ଧ୍ୱଂସପ୍ରାପ୍ତ ହୋଇଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସେମାନେ ତାକୁ ଘୃଣା କରୁଛନ୍ତି। କାରଣ ସେମାନେ ତାକୁ ଗାଳି ଦିଅନ୍ତି। ଯିରୁଶାଲମ ଦୀର୍ଘ ନିଃଶ୍ୱାସ ଛାଡ଼ୁଅଛି ଓ ପଛକୁ ମୁଖ ଫେରାଉଅଛି।


ତେଣୁ ମୁଁ ତୁମ୍ଭର ସମସ୍ତ ପ୍ରେମିକମାନଙ୍କୁ ଏକତ୍ରିତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ରେମ କର। ମୁଁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଗ୍ଭରିଆଡ଼ୁ ଏକତ୍ରିତ କରିବି ଏବଂ ତୁମ୍ଭର ନଗ୍ନତା ସେମାନଙ୍କ ଆଗରେ ଅନାବୃତ କରିବି। ଏବଂ ସେମାନଙ୍କୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦେବି। ସେମାନେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ।


ଆଉ ସେମାନେ ତୁମ୍ଭକୁ ଘୃଣ୍ୟ ଭାବରେ ବ୍ୟବହାର କରିବେ ଓ ତୁମ୍ଭର ସମସ୍ତ ପରିଶ୍ରମର ଫଳ ହରଣ କରିବେ। ପୁଣି ତୁମ୍ଭକୁ ଉଲଗ୍ନା ଓ ବିବସନା କରି ଛାଡ଼ି ଦେବେ। ତଦ୍ଦ୍ୱାରା ତୁମ୍ଭର ବ୍ୟଭିଗ୍ଭର ଜନିତ ଉଲଗ୍ନତା, ତୁମ୍ଭର ଲମ୍ଫଟତା ଓ ତୁମ୍ଭର ବେଶ୍ୟାବୃତ୍ତି ପ୍ରକାଶ ପାଇବ।


ବର୍ତ୍ତମାନ ଆମ୍ଭେ ତାକୁ ଉଲଗ୍ନ କରିଦେବା। ତା'ର ଉଲଗ୍ନ ଶରୀର ତା'ର ପ୍ରେମିକ ଲୋକମାନେ ଦେଖିବେ। ଆମ୍ଭ କବଳରୁ ତାକୁ କେହି ରକ୍ଷା କରି ପାରିବେ ନାହିଁ।


ଆମ୍ଭେ ତା'ର ଦ୍ରାକ୍ଷାଲତାଗୁଡ଼ିକୁ ଓ ଡିମ୍ବିରି ଗଛଗୁଡ଼ିକୁ ନଷ୍ଟ କରିଦେବା। ସେ କହିଲା, ‘ମୋର ପ୍ରେମିକମାନେ ମୋତେ ଏସବୁ ଜିନିଷ ଦେଇଥିଲେ।’ କିନ୍ତୁ ଆମ୍ଭେ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛରେ ଜଙ୍ଗଲ କରିଦେବା। ବନ୍ୟପଶୁମାନେ ଆସି ସେହି ଗଛରୁ ଖାଇବେ।


ସର୍ବଶକ୍ତିମାନ୍ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ହେ ନୀନିବୀ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଅଛୁ। ଆମ୍ଭେ ମୁଖମଣ୍ତଳରୁ ତୁମ୍ଭର ପୋଷାକ ଉଠେଇ ନେବା। ସମସ୍ତ ଦେଶ ତୁମ୍ଭର ଉଲଗ୍ନ ଶରୀର ଦେଖିବେ। ସେହି ରାଜ୍ୟଗୁଡ଼ିକ ତୁମ୍ଭର ଲଜ୍ଜିତରୂପ ଦେଖିବେ।


Lean sinn:

Sanasan


Sanasan