Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 10:11 - ପବିତ୍ର ବାଇବଲ

11 ସଦାପ୍ରଭୁ ପୁଣି କହନ୍ତି, “ତୁମ୍ଭେମାନେ ସେମାନଙ୍କୁ କୁହ, ‘ସେହି ଦେବତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି। ତେଣୁ ସେମାନେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ୱଂସ ଓ ଲୁପ୍ତ ହେବେ।”’

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

11 ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, ଯେଉଁ ଦେବତାମାନେ ଆକାଶମଣ୍ତଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ତଳର ତଳୁ ବିନଷ୍ଟ ହେବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

11 ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, “ଯେଉଁ ଦେବତାମାନେ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ଡଳର ତଳୁ ବିନଷ୍ଟ ହେବେ।”

Faic an caibideil Dèan lethbhreac




ଯିରିମୀୟ 10:11
14 Iomraidhean Croise  

ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।


ପୁଣି ସମସ୍ତ ପ୍ରତିମା ଲୁପ୍ତ ହେବେ।


ଆମ୍ଭେ ତୁମ୍ଭର ‘ଧାର୍ମିକତା’ ପ୍ରକାଶ କରିବା। ପୁଣି ତୁମ୍ଭର ‘ସକଳ କର୍ମ’ ତୁମ୍ଭର ଉପକାରରେ ଆସିବ ନାହିଁ।


ସେହି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହାସଯୋଗୀ। ଯେତେବେଳେ ସେମାନଙ୍କର ବିନାଶ ସମୟ ଆସିବ, ସେମାନେ ଧ୍ୱଂସ ହେବେ।


ନବୂଖ‌ଦ୍‌ନିତ୍ସର ମିଶର ଦେଶସ୍ଥ ସମସ୍ତ ଦେବାଳୟରେ ଅଗ୍ନି ସଂଯୋଗ କରିବ। ସେ ସେଗୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନେଇଯିବ। ପୁଣି ମେଷପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସେହିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶରରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ।


ଆଉ ମଧ୍ୟ ସେ ମିଶର ଦେଶସ୍ଥ ସମସ୍ତ ସ୍ମୃତିସ୍ତମ୍ଭ ଯେଉଁଗୁଡ଼ିକ ସୂର୍ଯ୍ୟ ଦେବର ମନ୍ଦିରରେ ଥିବ, ସେଗୁଡ଼ିକୁ ଭାଙ୍ଗି ପକାଇବ, ପୁଣି ମିଶର ଦେଶସ୍ଥ ଦେବାଳୟ ସବୁ ସେ ଅଗ୍ନିରେ ଦ‌ଗ୍‌ଧ କରିବ।’”


“ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ପ୍ରକାଶ କରି ପ୍ରଗ୍ଭର କର। ଧ୍ୱଜା ଉଠାଇ ପ୍ରଗ୍ଭର କର ଓ ଗୋପନ ନ ରଖି କୁହ, ‘ବାବିଲ ହସ୍ତଗତ ହେଲା, ବେଲ ଲଜ୍ଜିତ ହେଲା; ମରୋଦକ ବିସ୍ମିତ ହେଲା; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦେବତା ସକଳ ବିସ୍ମିତ ହେଲେ।’


ସେହି ପ୍ରତିମାଗୁଡ଼ିକ ଅସାର ଓ ପ୍ରହେଳିକା ମାତ୍ର। ସେମାନେ ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ।


କ୍ରୋଧରେ ସେମାନଙ୍କ ପଛେ ପଛେ ଗୋଡ଼ାଅ। ସଦାପ୍ରଭୁ ଆକାଶ ମଣ୍ଡଳର ତଳୁ ସେମାନଙ୍କୁ ଉଚ୍ଛିନ୍ନ କରିବ।


ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହିଛନ୍ତି, “ମୁଁ ଦେବତାଗଣଙ୍କୁ ହିଁ ବିନାଶ କରିବି ଓ ନୋଫରୁ ପ୍ରତିମାଗୁଡ଼ିକୁ ଶେଷ କରାଇବି। ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ। ମୁଁ ମିଶର ଦେଶରେ ଭୟ ସୃଷ୍ଟି କରିବି।


ସେହି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ୱଂସ କରିବେ। ତା'ପରେ ସବୁ ଦେଶରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।


ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା।


ସ୍ୱର୍ଗଦୂତ ସେହି ବିଶାଳକାୟ ପୁରୁଣା ସାପକୁ ଧରିପକାଇଲେ। ସେହି ସାପ ହେଉଛି ଶୟତାନ। ଦୂତ ତାହାକୁ ଏକହଜାର ବର୍ଷ ପର୍ଯ୍ୟନ୍ତ ଶିକୁଳିରେ ବାନ୍ଧି ଦେଲେ।


ପୁଣି ସେମାନେ ପରଦିନ ପ୍ରଭାତରେ ଯେତେବେଳେ ଉଠିଲେ ଦାଗୋନ୍ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଥିଲା ଏବଂ ବାହୁଗୁଡ଼ିକ ଓ ମୁଣ୍ଡ କଟା ହୋଇଥିଲା ଏବଂ ଦ୍ୱାରବନ୍ଧ ଉପରେ ପଡ଼ିଥିଲା। କିନ୍ତୁ ତାହାର ଗଣ୍ତି ଗୋଟିଏ ଖଣ୍ତ ହୋଇ ରହିଥିଲା।


Lean sinn:

Sanasan


Sanasan