Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 1:6 - ପବିତ୍ର ବାଇବଲ

6 ତା'ପରେ ମୁଁ କହିଲି, “ହାୟ, ହାୟ, ହେ ସୈନ୍ୟାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କେବଳ ବାଳକ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 ଏଥିରେ ମୁଁ କହିଲି, ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ! ଦେଖ, ମୁଁ କଥା କହି ଜାଣେ ନାହିଁ କାରଣ ମୁଁ ତ ବାଳକ।

Faic an caibideil Dèan lethbhreac

ଓଡିଆ ବାଇବେଲ

6 ଏଥିରେ ମୁଁ କହିଲି, “ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ! ଦେଖନ୍ତୁ, ମୁଁ କଥା କହି ଜାଣେ ନାହିଁ; କାରଣ ମୁଁ ତ ବାଳକ।”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏଥିରେ ମୁଁ କହିଲି, “ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ! ଦେଖନ୍ତୁ, ମୁଁ କଥା କହି ଜାଣେ ନାହିଁ; କାରଣ ମୁଁ ତ ବାଳକ।”

Faic an caibideil Dèan lethbhreac




ଯିରିମୀୟ 1:6
12 Iomraidhean Croise  

ଏହା ପରେ ମୋଶା ପରମେଶ୍ୱରଙ୍କୁ ଉତ୍ତର ଦେଲେ, “କିନ୍ତୁ ଇସ୍ରାଏଲର ଲୋକମାନେ ମୋତେ ବିଶ୍ୱାସ କରିବେ ନାହିଁ, ଯେତେବେଳେ ତୁମ୍ଭେ ମୋତେ ପଠାଇଛ ବୋଲି ମୁଁ କହିବି। ସେମାନେ କହିବେ, ‘ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦେଇ ନାହାନ୍ତି।’”


କିନ୍ତୁ ମୋଶା ଉତ୍ତର ଦେଲେ, “ଇସ୍ରାଏଲ ସନ୍ତାନଗଣ ମୋର କଥାକୁ କର୍ଣ୍ଣପାତ କରି ନାହାନ୍ତି। ତେଣୁ ଫାରୋ ମୋର କଥାକୁ କର୍ଣ୍ଣପାତ କରିବେ ନାହିଁ। ମୁଁ ଜଣେ ଅତି ମନ୍ଦ ବକ୍ତା।”


କିନ୍ତୁ ମୋଶା ଉତ୍ତର ଦେଲେ, “ମୁଁ ଜଣେ ଅତି ମନ୍ଦ ବକ୍ତା, ରାଜା ମୋ’ କଥା ଶୁଣିବେ ନାହିଁ।”


ସେତେବେଳେ ମୁଁ ଭୟଭୀତ ହୋଇ କହିଲି, “ହାୟ! ହାୟ! ମୁଁ ନଷ୍ଟ ହୋଇଗଲି। କାରଣ ମୁଁ ଏତେ ଅପବିତ୍ର ଯେ, ପରମେଶ୍ୱରଙ୍କ ନିକଟରେ କହିବାକୁ ଅଯୋଗ୍ୟ। ପୁଣି ଏପରି ଅଶୁଚି ଲୋକମାନଙ୍କ ମଧ୍ୟରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅଯୋଗ୍ୟ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।”


ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, “ହେ ମୋର ପ୍ରଭୁ ସଦାପ୍ରଭୁ, ଭବିଷ୍ୟ‌ଦ୍‌ବକ୍ତାଗଣ ସେମାନଙ୍କୁ ଭିନ୍ନ କଥା କହୁଛନ୍ତି। ସେମାନେ କହନ୍ତି, ‘ତୁମ୍ଭେମାନେ ‌‌ଖ‌ଡ଼୍‌ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନରେ ଦୃଢ଼ ଶାନ୍ତି ଦେବେ।’”


“ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ମହାପରାକ୍ରମ ଓ ବିଶାଳ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ। ତୁମ୍ଭର ଅସାଧ୍ୟ କିଛି ନାହିଁ।


ତେଣୁ ଭବିଷ୍ୟ‌ଦ୍‌ବକ୍ତା ଯିରିମିୟ ଯିରୁଶାଲମରେ ଯିହୁଦାର ରାଜା ସିଦିକିୟଙ୍କୁ ଏହିସବୁ କଥା କହିଲେ।


ଏଥିରେ ମୁଁ, ଯିରିମିୟ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପ୍ରକୃତରେ ଭ୍ରାନ୍ତିରେ ପକାଇଛ। ତୁମ୍ଭେ ସେମାନଙ୍କୁ କହିଛ, ‘ତୁମ୍ଭେମାନେ ଶାନ୍ତି ପାଇବ।’ କିନ୍ତୁ ସେମାନଙ୍କ ଗଳା ପାଖରେ ‌‌ଖ‌ଡ଼୍‌ଗ ଅଛି।”


ତା'ପରେ ମୁଁ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ! ଅଶୁଚି ଖାଦ୍ୟ ଖାଇବା ଦ୍ୱାରା ମୁଁ ନିଜକୁ କେବେ ଅଶୁଚି କରି ନାହିଁ। ମୁଁ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସ୍ୱୟଂମୃତ ପଶୁ, ପଚି ଯାଇଥିବା ପଶୁଗୁଡ଼ିକ ଏବଂ ଅନ୍ୟ ପଶୁ ଦ୍ୱାରା ମରା ହୋଇଥିବା ପଶୁର ମାଂସ ଭୋଜନ କରି ନାହିଁ। ଅଥବା ନିଷିଦ୍ଧ କରାଯାଇଥିବା ମାଂସ ମୋ’ ପାଟିରେ ଦେଇ ନାହିଁ।”


ସେ ତାଙ୍କୁ କହିଲେ, “ଦୌଡ଼ିକରି ଯାଅ ଏବଂ ସେହି ଯୁବକଙ୍କୁ କୁହ! ‘ଯିରୁଶାଲମ ଏକ ପ୍ରାଚୀର ବିହୀନ ନଗରୀ ହେବ। କାରଣ ସେଠାରେ ବହୁ ସଂଖ୍ୟାରେ ଲୋକ ଓ ପଶୁମାନେ ମଧ୍ୟସ୍ଥାନରେ ବାସ କରିବେ।’


Lean sinn:

Sanasan


Sanasan