Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 7:1 - ପବିତ୍ର ବାଇବଲ

1 ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍ର ପୁତ୍ର ଆହସର ସମୟରେ ଅରାମର ରତ୍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍‍ର ପୁତ୍ର ଆହସ୍‌ର ସମୟରେ ଅରାମର ରତ୍‍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯିହୁଦା-ରାଜା ଉଷୀୟର ପୌତ୍ର ଯୋଥମ୍‍ର ପୁତ୍ର ଆହସ୍‌ର ସମୟରେ ଅରାମର ରତ୍ସୀନ ରାଜା ଓ ରମଲୀୟର ପୁତ୍ର ପେକହ ନାମେ ଇସ୍ରାଏଲର ରାଜା ଯିରୂଶାଲମର ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ସେଠାକୁ ଗଲେ; ମାତ୍ର ତାହା ପରାସ୍ତ କରି ପାରିଲେ ନାହିଁ।

Faic an caibideil Dèan lethbhreac




ଯିଶାଇୟ 7:1
15 Iomraidhean Croise  

ରମଲିୟଙ୍କ ପୁତ୍ର ପେକହ, ପେକହିୟଙ୍କର ସୈନ୍ୟବାହିନୀର ଜଣେ ସେନାପତି ରାଜପ୍ରାସାଦରେ ପେକହିୟକୁ ହତ୍ୟା କଲେ। ଯେତେବେଳେ ରାଜାଙ୍କୁ ସେ ହତ୍ୟା କଲେ, ତାଙ୍କ ସହିତ ପଗ୍ଭଶ୍ ଗିଲିୟଦୀୟ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।


ଯିହୁଦାରେ ଅସରିୟଙ୍କର ରାଜତ୍ୱର ବାବନ ବର୍ଷରେ ରମଲିୟଙ୍କର ପୁତ୍ର ପେକହ ଶମରିୟାରେ ଇସ୍ରାଏଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ ଶାସନ କଲେ।


ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀ‌ନ୍‌କୁ ଓ ରମଲିୟର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ।


ଇସ୍ରାଏଲରେ ରମଲିୟଙ୍କର ପୁତ୍ର ପେକହଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଯୋଥମଙ୍କ ପୁତ୍ର ଆହସ ଯିହୁଦାରେ ରାଜା ହେଲେ।


ସେତେବେଳେ ଅରାମର ରାଜା ର‌ତ୍‌ସୀନ୍ ଓ ଇସ୍ରାଏଲର ରାଜା ରମଲିୟଙ୍କ ପୁତ୍ର ପେକହ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ସେମାନେ ଆହସଙ୍କୁ ଚତୁର୍ଦ୍ଦିଗରେ ଘେରିଗଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ।


ଆମୋସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦେଖାଇଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିୟଙ୍କ ରାଜତ୍ୱ କାଳରେ ଯିହୁଦାରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।


ମୋର ପ୍ରଭୁ କହିଲେ, “ଏହି ଲୋକମାନେ ଶୀଲୋହର ଧୀରସ୍ରୋତକୁ ଅଗ୍ରାହ୍ୟ କରି ରତ୍ସୀନ୍ ଓ ରମଲିୟର ପୁତ୍ର, ପେକହ ସହିତ ଆନନ୍ଦ କରୁଛନ୍ତି।”


ତେଣୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ରତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧରେ ପଠାଇବେ।


ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ୟର ପ୍ରସିଦ୍ଧି ହେତୁ ଆରାମ୍ ତୁମ୍ଭର ବଣିକ ଥିଲା। ସେମାନେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦେଇ ତୁମ୍ଭ ବାଣିଜ୍ୟ ଦ୍ରବ୍ୟର ବ୍ୟବସାୟ କଲେ।


ବେରିଙ୍କ ପୁତ୍ର ହୋଶେୟଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାର୍ତ୍ତା ଆସିଲା। ଏହି ବାର୍ତ୍ତା ଯିହୁଦାର ରାଜା ଉଷିୟ, ଯୋଥମ୍, ଆହସ ଓ ହିଜକିୟଙ୍କ ରାଜତ୍ୱ କାଳରେ ଓ ଇସ୍ରାଏଲର ରାଜା ଯୋୟାସଙ୍କ ପୁତ୍ର ଯାରବିୟାମଙ୍କ ସମୟରେ ଆସିଥିଲା।


ସଦାପ୍ରଭୁଙ୍କ ବାଣୀ ମୀଖାଙ୍କ ନିକଟକୁ ଆସିଥିଲା। ଯୋଥମ୍, ଆହସ ଓ ହିଜକିୟ ରାଜାମାନଙ୍କ ସମୟରେ ଏହି ବାଣୀ ଆସିଥିଲା। ଏମାନେ ସବୁ ଯିହୁଦାର ରାଜା ଥିଲେ ଓ ମୀଖା ଥିଲେ ମୋରେଷ୍ଟୀୟ। ସେ ଶମରିୟା ଓ ଯିରୁଶାଲମ ବିଷୟରେ ଏହି ଦର୍ଶନ ଲାଭ କଲେ।


Lean sinn:

Sanasan


Sanasan