Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 3:4 - ପବିତ୍ର ବାଇବଲ

4 ପରମେଶ୍ୱର କୁହନ୍ତି, “ସେମାନଙ୍କ ଉପରେ ଶାସନ କରିବା ପାଇଁ ମୁଁ ଯୁବା ପିଲାମାନଙ୍କୁ ବନ୍ଦୋବସ୍ତ କରିବି ଓ ଶିଶୁମାନେ ସେମାନଙ୍କୁ ପରିଗ୍ଭଳନା କରିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ପୁଣି, ଆମ୍ଭେ ବାଳକମାନଙ୍କୁ ସେମାନଙ୍କର ଅଧିପତି କରିବା ଓ ଶିଶୁମାନେ ସେମାନଙ୍କ ଉପରେ ଶାସନ କରିବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

4 “ଆମ୍ଭେ ବାଳକମାନଙ୍କୁ ସେମାନଙ୍କର ଅଧିପତି କରିବା ଓ ଶିଶୁମାନେ ସେମାନଙ୍କ ଉପରେ ଶାସନ କରିବେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆମ୍ଭେ ବାଳକମାନଙ୍କୁ ସେମାନଙ୍କର ଅଧିପତି କରିବା ଓ ଶିଶୁମାନେ ସେମାନଙ୍କ ଉପରେ ଶାସନ କରିବେ।

Faic an caibideil Dèan lethbhreac




ଯିଶାଇୟ 3:4
12 Iomraidhean Croise  

ମନଃଶି ଯିହୁଦାର ରାଜା ହେବା ସମୟରେ ବାରବର୍ଷ ବୟସ୍କ ଥିଲେ। ସେ ଯିରୁଶାଲମରେ ପଞ୍ଚାବନ ବର୍ଷ ପର୍ଯ୍ୟନ୍ତ ରାଜା ହୋଇ ରହିଲେ।


ଯୋଶିୟ ରାଜା ହେବା ସମୟରେ ଆଠ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏକତିରିଶ୍ ବର୍ଷ ପର୍ଯ୍ୟନ୍ତ ରାଜା ହୋଇଥିଲେ।


ସିଦିକିୟ ଯିହୁଦାର ରାଜା ହେବା ସମୟରେ ଏକୋଇଶ ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ଏଗାର ବର୍ଷ ପର୍ଯ୍ୟନ୍ତ ରାଜା ହେଲେ।


ଯିହୋୟାହସ୍ ଯିହୁଦାର ରାଜା ହେବା ସମୟରେ ତେଇଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ତିନି ମାସ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇଥିଲେ।


ଯିହୋୟାକୀମ୍ ଯିହୁଦାର ନୂତନ ରାଜା ହେବା ସମୟରେ ପଚିଶ୍ ବର୍ଷ ବୟସ୍କ ହୋଇଥିଲେ। ସେ ଏଗାର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମର ରାଜା ଥିଲେ। ଯିହୋୟାକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ।


ଯିହୋୟାଖୀନ୍ ଯିହୁଦାର ରାଜା ହେବା ସମୟରେ ଅଠର ବର୍ଷ ବୟସ୍କ ହୋଇଥିଲେ। ସେ ଯିରୁଶାଲମରେ ତିନି ମାସ ଓ ଦଶ ଦିନ ପର୍ଯ୍ୟନ୍ତ ରାଜା ହୋଇଥିଲେ। ସେ ସଦାପ୍ରଭୁଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କଲେ ନାହିଁ।


ହେ ଦେଖ, ତୁମ୍ଭର ରାଜା ଯେବେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତରେ ଭୋଜନ କରନ୍ତି। ତେବେ ଏହା ତୁମ୍ଭ ପ୍ରତି ବହୁତ ଖରାପ।


ବାଳକମାନେ ମୋର ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମୋର ଲୋକମାନଙ୍କୁ ଶାସନ କରିବେ। ହେ ମୋର ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସେମାନେ ତୁମ୍ଭମାନଙ୍କୁ ନ୍ୟାୟପଥରୁ ଦୂରେଇ ନିଅନ୍ତି।


ସଦାପ୍ରଭୁ ପୁଣି କୁହନ୍ତି, “ସିୟୋନର ନାରୀମାନେ ଅତି ଅହଙ୍କାରିଣୀ ହୁଅନ୍ତି। ସେମାନେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠା ବୋଲି ଦେଖାଇ ହୋଇ ମଥା ଉନ୍ନତ୍ତ କରି ବୁଲନ୍ତି। ସେମାନେ କଟାକ୍ଷପାତ କରି ଚଞ୍ଚଳ ଗତିରେ ଗ୍ଭଲିବାବେଳେ ସେମାନଙ୍କର ପାଦର ନୂପୁର ରୁଣୁଝୁଣୁ ହୁଏ।”


ପରମେଶ୍ୱର ପଞ୍ଚାଶତପତି ଓ ସମ୍ଭ୍ରାନ୍ତ ତଥା ମନ୍ତ୍ରୀ ଓ ନିପୁଣ ଶିଳ୍ପକର ଏବଂ ଜ୍ଞାନୀ ଓ ଭବିଷ୍ୟତ ମନ୍ତ୍ରଦ୍ରଷ୍ଟାମାନଙ୍କୁ ମଧ୍ୟ ଦୂରେଇ ନେବେ।


ଯିରୁଶାଲମ ଓ ଯିହୁଦାରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ଥିଲେ। ଶେଷରେ ସଦାପ୍ରଭୁ ସେମାନଙ୍କୁ ଆପଣା ସମ୍ମୁଖରୁ ଦୂର କରିଦେଲେ। ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲା।


Lean sinn:

Sanasan


Sanasan