Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 2:16 - ପବିତ୍ର ବାଇବଲ

16 ପୁଣି ସେହି ଅହଙ୍କାରୀଗଣ ତର୍ଶୀଶର ବିଭିନ୍ନ ପଦାର୍ଥରେ ପରିପୂର୍ଣ୍ଣ ଜାହାଜ ସଦୃଶ ମହାନ ହେବେ। ମାତ୍ର ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

16 ତର୍ଶୀଶ୍ର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

16 ତର୍ଶୀଶ୍‍ର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତର୍ଶୀଶର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ।

Faic an caibideil Dèan lethbhreac




ଯିଶାଇୟ 2:16
13 Iomraidhean Croise  

ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ୟ ଜାହାଜ ସମୁଦ୍ରରେ ଥିଲା, ଯାହାକି ପ୍ରତି ତିନି ବର୍ଷରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମୟୂର ନେଇ ଆସୁଥିଲା।


ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା। ତେଣୁ ତାଙ୍କର ମହିମା ଗାନ କର।


ସେତେବେଳେ ଲୋକମାନେ ଗର୍ବିତ ହେବାରୁ ନିବୃତ୍ତ ହେବେ। ସେହି ଗର୍ବିତ ମାନବ ନମ୍ର ହେବେ ଏବଂ କେବଳ ସେହି ଦିନରେ ସଦାପ୍ରଭୁ ଉଚ୍ଚରେ ରହିବେ।


ସୋର ବିଷୟରେ ଏକ ଦୁଃଖ ବାର୍ତ୍ତା: “ହେ ତର୍ଶୀଶର ଜାହାଜ ସକଳ, ତୁମ୍ଭେମାନେ ହାହାକାର କର। କାରଣ ତୁମ୍ଭର ପୋତାଶ୍ରୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।” କିତ୍ତୀମ ଦେଶରୁ ଆସୁଥିବା ଲୋକମାନଙ୍କ ପ୍ରତି ଏହି ବାର୍ତ୍ତା ଥିଲା।


ହେ ତର୍ଶୀ‌ଶ୍‌ର ଜାହାଜସମୂହ, ହାହାକାର କର। କାରଣ ତୁମ୍ଭମାନଙ୍କର ଦୃଢ଼ ଦୁର୍ଗ ଧ୍ୱଂସ ହୋଇଛି।


ପ୍ରକୃତରେ ଦ୍ୱୀପସମୂହ ଆମ୍ଭକୁ ଅପେକ୍ଷା କରିବେ। ପୁଣି ତର୍ଶୀଶର ଜାହାଜସବୁ ସର୍ବପ୍ରଥମେ ନିଜ ନିଜ ରୌପ୍ୟ ଓ ସୁବର୍ଣ୍ଣ ନେଇ, ତୁମ୍ଭର ସନ୍ତାନଗଣକୁ ଦୂରରୁ ଆଣି, ତୁମ୍ଭ ପରମେଶ୍ୱର ସଦାପ୍ରଭୁଙ୍କ ସୁନାମ ନିମିତ୍ତ ଓ ଇସ୍ରାଏଲର ପବିତ୍ରସ୍ୱରୂପଙ୍କ ନିମିତ୍ତ ଆସିବେ କାରଣ ସେ ତୁମ୍ଭକୁ ଗୌରବାନ୍ୱିତ କରିଛନ୍ତି।


ଆମ୍ଭେ ସେମାନଙ୍କ ମଧ୍ୟରେ ଏକ ସଙ୍କେତ ସ୍ଥାପନ କରିବା ଓ ସେମାନଙ୍କ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନଙ୍କୁ ବିଭିନ୍ନ ଦେଶ ଯଥା: ତର୍ଶୀଶ, ଫୁଲ ଓ ଲୁଦ, ଯେଉଁମାନେ ଧନୁର୍ଦ୍ଧର, ତୁବଲ ଓ ଯବନ ତଥା ଦୂରସ୍ଥ ଦ୍ୱୀପଗଣ ଆମ୍ଭର ସୁଖ୍ୟାତି ବିଷୟରେ କେବେ ଶୁଣି ନାହାନ୍ତି କିମ୍ବା ଆମ୍ଭର ପ୍ରତାପ ଦେଖି ନାହାନ୍ତି, ସେହିମାନଙ୍କ ନିକଟକୁ ପ୍ରେରଣ କରିବା ଓ ସେମାନେ ବିଭିନ୍ନ ଦେଶୀୟମାନଙ୍କ ମଧ୍ୟରେ ଆମ୍ଭର ମହିମା ପ୍ରକାଶ କରିବେ।


ତର୍ଶୀଶରେ ଜାହାଜଗୁଡ଼ିକ ତୁମ୍ଭ ବାଣିଜ୍ୟ ଦ୍ରବ୍ୟ ବହନ କରୁଥିଲେ। “‘ହେ ସୋର, ତୁମ୍ଭେ ସମୁଦ୍ରର ମଧ୍ୟସ୍ଥଳରେ ଅତିଶୟ ଶକ୍ତିଶାଳୀ ଥିଲ।


ତୁମ୍ଭେମାନେ ନିଜ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ଖୋଦିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡ଼ିକ ନଷ୍ଟ କରିଦେବା ଉଚିତ୍ ଓ ସେମାନଙ୍କ ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା ଉଚିତ୍।


“ଏହି ଜଗତର ବ୍ୟବସାୟୀମାନେ ତା’ ପାଇଁ ବିଳାପ ଓ ଦୁଃଖ କରିବେ। ସେମାନେ ଦୁଃଖ ଅନୁଭବ କରିବେ, କାରଣ ସେମାନଙ୍କର ବାଣିଜ୍ୟଦ୍ରବ୍ୟ ଏହା ପରେ କେହି କିଣିବେ ନାହିଁ।


ସମୁଦ୍ରରେ ଥିବା ଏକ ତୃତୀୟାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀୟାଂଶ ଜାହାଜ ନଷ୍ଟ ହୋଇଗଲା।


Lean sinn:

Sanasan


Sanasan