Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 18:3 - ପବିତ୍ର ବାଇବଲ

3 ଲକ୍ଷ୍ୟ କର, ସେ ଗୋଷ୍ଠୀ ପ୍ରତି କିଛି ଅଘଟଣ ଘଟିବ। ଜଗତର ସମସ୍ତ ନିବାସୀ ଦେଖିବେ ସେହି ଗୋଷ୍ଠୀ ବିନଷ୍ଟ ହେଉଛି। ସମସ୍ତ ଲୋକ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେପରି ପର୍ବତ ଉପରେ ଧ୍ୱଜା ଉଡ଼ି ସଙ୍କେତ ଦିଏ। ସେହି ଦୀର୍ଘକାୟ ଲୋକମାନଙ୍କର ଅନିଷ୍ଟ ଘଟିବ, ଏହା ଜଗତବାସୀ ଗ୍ରହଣ କରିବେ। ଯୁଦ୍ଧରେ ତୂରୀ ବାଜି ଘୋଷଣା କଲାପରି ସେମାନେ ସ୍ପଷ୍ଟ ଭାବରେ ଏହା ଶୁଣିବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ଵଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ୱଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ୱଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର।

Faic an caibideil Dèan lethbhreac




ଯିଶାଇୟ 18:3
20 Iomraidhean Croise  

ସଦାପ୍ରଭୁ ପରମେଶ୍ୱର କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।


ହେ ସ୍ୱର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ! ସଦାପ୍ରଭୁ କହିଛନ୍ତି, “ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।


ପରମେଶ୍ୱର ଏହି “ଧ୍ୱଜାକୁ’ ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କେତ ସ୍ୱରୂପ ଉଠାଇବେ। ଇସ୍ରାଏଲ ଓ ଯିହୁଦାର ବିଚ୍ଛିନ୍ନ ହୋଇଥିବା ଲୋକମାନେ ଏକତ୍ର ହେବେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥରେ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ପରମେଶ୍ୱର ସେ ସମସ୍ତଙ୍କୁ ଏକତ୍ରିତ କରିବେ।


ପରମେଶ୍ୱର କହିଲେ, “ବୃକ୍ଷଲତା ଶୂନ୍ୟ ପର୍ବତ ଉପରେ ଏକ ଧ୍ୱଜା ଟେକ। ହସ୍ତ ହଲାଇ ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକ। ସେମାନଙ୍କୁ କୁହ ଅଧିପତିମାନେ ପ୍ରବେଶ କରୁଥିବା ଦ୍ୱାର ଦେଇ ସେମାନେ ପ୍ରବେଶ କରନ୍ତୁ।


“ପର୍ବତମାନଙ୍କରେ ହେଉଥିବା କୋଳାହଳ ପ୍ରତି ଧ୍ୟାନ ଦିଅ। ଏହି ବହୁ ଲୋକଙ୍କର କୋଳାହଳ ପରି ଶୁଣାଯାଉଛି। ବହୁ ରାଜ୍ୟର ଲୋକେ ଏକତ୍ରିତ ହୋଇଛନ୍ତି। ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର ସୈନ୍ୟବାହିନୀକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି।


ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉ‌‌‌ତ୍‌‌‌ଥିତ ହେବ, ତଥାପି ସେମାନେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ।


ଆଉ ତା'ର ଶୈଳ ଅନ୍ତର୍ହିତ ହେବ। ତା'ର ଅଧିପତିମାନେ ଧ୍ୱଜା ଛାଡ଼ି ପଳାୟନ କରିବେ। ସଦାପ୍ରଭୁ ଏହିସବୁ କୁହନ୍ତି, “ତାଙ୍କର ଅଗ୍ନି ସିୟୋନରେ ଓ ଯଜ୍ଞବେଦି ଯିରୁଶାଲମରେ ଅଛି।”


ସଦାପ୍ରଭୁ, ମୋର ପ୍ରଭୁ କୁହନ୍ତି, “ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆମ୍ଭର ଧ୍ୱଜା ଟେକିବା। ତାହାହେଲେ ସେମାନେ ତୁମ୍ଭର ପୁତ୍ରଗଣଙ୍କୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଇବେ।


ଦେଖ, ପରମେଶ୍ୱର ଦୂରଦେଶୀୟ ଗୋଷ୍ଠୀମାନଙ୍କ ପ୍ରତି ସଙ୍କେତ ଦେଉଛନ୍ତି। ସେ ତାଙ୍କର ଧ୍ୱଜା ଉତ୍ତୋଳନ କରି ସେମାନଙ୍କୁ ଡାକିବାକୁ ସିଟି ବଜାଉଛନ୍ତି। ଦୂର ଦେଶରୁ ଶତ୍ରୁ ଆସୁଛନ୍ତି। ସେମାନେ ଏତେ ଦ୍ରୁତ ଗତିରେ ଆସୁଛନ୍ତି ଯେ, ଦେଶମଧ୍ୟରେ ଖୁବ୍ ଶୀଘ୍ର ପ୍ରବେଶ କରିବେ।


“ସେହି ସମୟରେ ସଦାପ୍ରଭୁ ‘ମକ୍ଷିକା’କୁ ଆହ୍ୱାନ ଦେବେ। ସେହି ମକ୍ଷିକା ମିଶରର ନଦୀ ନିକଟରେ ଅଛି। ବର୍ତ୍ତମାନ ‘ମଧୁମକ୍ଷିକା’ ଅଶୂର ଦେଶରେ ଅଛନ୍ତି ଏହି ଶତ୍ରୁଗଣ ତୁମ୍ଭ ରାଜ୍ୟକୁ ଆସିବେ।


ହେ ପୃଥିବୀ, ଯିହୁଦା ଦେଶ! ସଦାପ୍ରଭୁଙ୍କ ବାକ୍ୟ ଶୁଣ।


“ତୁମ୍ଭେମାନେ ଦେଶରେ ଧ୍ୱଜା ସ୍ଥାପନ କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତୂରୀ ବଜାଅ। ସମସ୍ତ ଗୋଷ୍ଠୀକୁ ବାବିଲ ବିରୁଦ୍ଧରେ ପ୍ରସ୍ତୁତ କର। ଅରାରଟ୍, ମିନ୍ନି ଓ ଅସ୍କିନସ୍ ରାଜ୍ୟକୁ ତାହାର ବିରୁଦ୍ଧରେ ଏକତ୍ର ଡାକ। ତାହାର ବିରୁଦ୍ଧରେ ସେନାପତିମାନଙ୍କୁ ନିଯୁକ୍ତ କର ଓ ପଙ୍ଗପାଳ ସଦୃଶ ବହୁ ସଂଖ୍ୟାରେ ଅଶ୍ୱଗଣ ପଠାଅ।


ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ ଶୁଣ। ମୋର ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧରେ ସେ ସାକ୍ଷ୍ୟ ସ୍ୱରୂପ ଆସିବେ।


ସଦାପ୍ରଭୁଙ୍କର ଏକ ଅଭିଯୋଗ ଲୋକମାନଙ୍କ ବିରୁଦ୍ଧରେ ଅଛି। ତେଣୁ ହେ ପର୍ବତଗଣ ଓ ପୃଥିବୀର ସମସ୍ତ ମୂଳଦୁଆ, ସଦାପ୍ରଭୁଙ୍କର ଅଭିଯୋଗ ଶୁଣ, ଇସ୍ରାଏଲ ଭୁଲ୍ ବୋଲି ପ୍ରମାଣିତ ହେବ।”


ସଦାପ୍ରଭୁଙ୍କ ସ୍ୱର ନଗରକୁ ଆହ୍ୱାନ କରୁଛି। ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦେବା ବିଜ୍ଞତାର ପରିଗ୍ଭୟକ ଅଟେ। ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ।


ସଦାପ୍ରଭୁ ତାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ବିଦ୍ୟୁତ୍ ସଦୃଶ ତାଙ୍କର ଶର ଯିବ। ସଦାପ୍ରଭୁ ପରମେଶ୍ୱର ତୂରୀ ବଜାଇବେ ଏବଂ ସେ ଦକ୍ଷିଣ ଆଡ଼ୁ ଝଡ଼ପରି ଅଗ୍ରସର ହେବେ।


କିନ୍ତୁ ତୁମ୍ଭେ ଧନ୍ୟ, କାରଣ ତୁମ୍ଭେ ଯାହା ଆଖିରେ ଦେଖୁଛ, ତାହା ବୁଝୁଛ। ତୁମ୍ଭେ ଯାହା କାନରେ ଶୁଣୁଛ, ତାହା ବୁଝୁଛ।


ତୁମ୍ଭର ଯଦି କାନ ଅଛି, ତେବେ ଶୁଣ।”


Lean sinn:

Sanasan


Sanasan