Biblia Todo Logo
Bìoball air-loidhne

- Sanasan -




ଯିଶାଇୟ 10:2 - ପବିତ୍ର ବାଇବଲ

2 ସେହି ବ୍ୟବସ୍ଥାକାରୀଗଣ ଦରିଦ୍ରମାନଙ୍କ ପ୍ରତି ନ୍ୟାୟ ବିଗ୍ଭର କରନ୍ତି ନାହିଁ। ସେମାନେ ଦରିଦ୍ରମାନଙ୍କର ଅଧିକାରକୁ ଛିନ୍ନ କରନ୍ତି। ସେମାନେ ମଧ୍ୟ ବିଧବା ଓ ଅନାଥର ଧନ ଲୁଣ୍ଠନ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟଦ୍ରବ୍ୟ ସ୍ଵରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ଵରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟ-ବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟିତ ଦ୍ରବ୍ୟ ସ୍ୱରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ୱରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟିତ ଦ୍ରବ୍ୟ ସ୍ୱରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ୱରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି।

Faic an caibideil Dèan lethbhreac




ଯିଶାଇୟ 10:2
24 Iomraidhean Croise  

“ମୁଁ କେବେ ଗରିବ ଲୋକକୁ ସାହାଯ୍ୟ କରିବାକୁ ମନା କରି ନାହିଁ। ବିଧବାମାନଙ୍କୁ ସେମାନଙ୍କ ଦରକାର ମୁତାବକ ଦେଇଛି।


ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି। ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।


“ଦରିଦ୍ରର ବିଗ୍ଭରରେ ତୁମ୍ଭେ ତା’ ପ୍ରତି ଅନ୍ୟାୟ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ୟାୟ ଦେବ।


ଦରିଦ୍ର ଲୋକଠାରୁ ଗ୍ଭେରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସେହି ଦରିଦ୍ର ଲୋକମାନଙ୍କୁ ନ୍ୟାୟରୁ ବଞ୍ଚିତ କର ନାହିଁ।


କେତେକ ଲୋକ ଅଛନ୍ତି, ସେମାନଙ୍କର ବାକ୍ୟ ଖଣ୍ଡାଧାରଠାରୁ ତୀ‌‌‌କ୍ଷ୍‌‌‌ଣ। ସେମାନଙ୍କର ଦାନ୍ତ ଛୁରୀପରି ଅଟେ। ସେମାନେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ୟବହାର କରନ୍ତି।


ସୁକର୍ମ କରିବାକୁ ଶିକ୍ଷା କର। ଅନ୍ୟମାନଙ୍କ ପ୍ରତି ନ୍ୟାୟ ଆଚରଣ କର। ଅନ୍ୟକୁ ଆଘାତ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଅ। ପିତୃମାତୃହୀନ ସନ୍ତାନମାନଙ୍କୁ ସାହାଯ୍ୟ କର। ବିଧବାମାନଙ୍କୁ ସାହାଯ୍ୟ କର।”


ତୁମ୍ଭର ଶାସକଗଣ ବିଦ୍ରୋହୀ ହୋଇଛନ୍ତି ଓ ଗ୍ଭେରମାନଙ୍କର ବନ୍ଧୁ ହୋଇଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ୟାୟ କାର୍ଯ୍ୟ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସେହି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସେହି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରନ୍ତି ନାହିଁ।’


ସେମାନେ କଥାରେ ଉତ୍ତମ ଲୋକଙ୍କୁ ଦୋଷୀ କରନ୍ତି। ନଗର ଦ୍ୱାରରେ ଦୋଷଯୁକ୍ତ କରିବାକୁ ଫାନ୍ଦ ବସାନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।


ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସେମାନଙ୍କ ବିରୁଦ୍ଧରେ ବିଗ୍ଭର ଦେବେ। ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଯିହୁଦାର ଦ୍ରାକ୍ଷାକ୍ଷେତ୍ରକୁ ଭସ୍ମ କରି ଦେଇଛ। ଦରିଦ୍ରମାନଙ୍କର ଧନକୁ ଲୁଣ୍ଠନ କରିଛ ଏବଂ ସେହି ଧନ ଏବେ ମଧ୍ୟ ତୁମ୍ଭମାନଙ୍କ ଗୃହରେ ଅଛି।


ତୁମ୍ଭେମାନେ କେଉଁ ଅଧିକାରରେ ମୋର ଲୋକମାନଙ୍କୁ ଅତ୍ୟାଗ୍ଭର କଲ? କେଉଁ ଅଧିକାରରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ?” ମୋର ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।


କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦୟରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ଯ୍ୟ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦେବ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ।


ଦୋଷୀକୁ କ୍ଷମା କରିବାକୁ ତୁମ୍ଭେ ସେମାନଙ୍କୁ ଲାଞ୍ଚ ଦେଲେ ସେମାନେ ଲାଞ୍ଚ ନେବେ। ମାତ୍ର ସେମାନେ ଉତ୍ତମ ଲୋକଙ୍କୁ ନ୍ୟାୟ ବିଗ୍ଭର ଦିଅନ୍ତି ନାହିଁ।


ଇସ୍ରାଏଲର ଗୋଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମୟଙ୍କର ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ। ସଦାପ୍ରଭୁ ସେଠାରେ ନ୍ୟାୟ ଆଶା କରୁଥିଲେ ମାତ୍ର ସେଠାରେ କେବଳ ମୃତ୍ୟୁ ଥିଲା। ସଦାପ୍ରଭୁ ସେଠାରେ ଧାର୍ମିକତା ଆଶା କରୁଥିଲେ ମାତ୍ର ସେଠାରେ କେବଳ ବିଳାପ ଥିଲା। ସେଠାରେ ଲୋକମାନେ କେବଳ ସନ୍ତାପିତ ହେଉଥିଲେ।


ତେଣୁ ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ। ପୁଣି ସଦାପ୍ରଭୁ ଏହା ଦେଖିଲେ ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।


ତୁମ୍ଭେମାନେ ଯଦି ବିଦେଶୀ, ଅନାଥ ଓ ବିଧବା ପ୍ରତି ଉଚିତ୍ ବ୍ୟବହାର କରିବ, ଯଦି ତୁମ୍ଭେମାନେ ଏ ସ୍ଥାନରେ ନିର୍ଦ୍ଦୋଷମାନଙ୍କୁ ହତ୍ୟା ନ କରିବ, ଯଦି ତୁମ୍ଭେମାନେ ଆପଣାର କ୍ଷତି ନିମନ୍ତେ ଅନ୍ୟ ଦେବତାମାନଙ୍କୁ ଅନୁସରଣ ନ କର,


ସର୍ବୋପରିସ୍ଥ ପରମେଶ୍ୱରଙ୍କ ସମ୍ମୁଖରେ ନ୍ୟାୟକୁ ବଦଳ କରି,


ତୁମ୍ଭ ମଧ୍ୟରେ ଲୋକମାନେ ପିତାମାତାଙ୍କୁ ଅବଜ୍ଞା କରିଅଛନ୍ତି। ସେମାନେ, ତୁମ୍ଭମାନଙ୍କ ମଧ୍ୟରେ ବାସ କରୁଥିବାରୁ ବିଦେଶୀମାନଙ୍କୁ ଅତ୍ୟାଗ୍ଭର କଲେ, ଅନାଥ ଓ ବିଧବା ପ୍ରତି ଅନ୍ୟାୟ କରିଅଛନ୍ତି।


ସଦାପ୍ରଭୁ ଏହା କହନ୍ତି: “ଆମ୍ଭେ ବହୁ ଅପରାଧ କରିଥିବା ଇସ୍ରାଏଲ ଲୋକଙ୍କୁ ଦଣ୍ତ ଦେବା। କାରଣ ସେମାନେ ରୌପ୍ୟ ବଦଳରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସେମାନେ ଏକହଳ ଜୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ।


ସେମାନେ ଦରିଦ୍ର ଲୋକମାନଙ୍କର ମୁଖମଣ୍ତଳକୁ ଭୂମିରେ ମାଡ଼ି ଦଣ୍ତ ଦେଉଥିଲେ ଓ ସେମାନଙ୍କୁ ପଦାଘାତ କରୁଥିଲେ। ସେମାନେ ଅସହାୟ ଲୋକମାନଙ୍କର ଦୁଃଖ ଓ ଦୁର୍ଦ୍ଦଶା ଶୁଣୁ ନ ଥିଲେ। ମୋର ପବିତ୍ର ନାମକୁ କଳୁଷିତ କରିବାକୁ ଯାଇ ଜଣେ ବ୍ୟକ୍ତି ଓ ତା'ର ପିତା, ଜଣେ ରମଣୀ ସହ ଯୌନ ସମ୍ପର୍କ ରଖିଥିଲେ।


ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହେବ, ଯେତେବେଳେ ଜଣେ ବ୍ୟକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ୱାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥରେ ହାତ ରଖି ବିଶ୍ରାମ ନେବା ସମୟରେ ଦନ୍ତଘାତ ହୁଏ।


ତା'ପରେ ମୁଁ କହିଲି, “ହେ ଯାକୁବର ପ୍ରାଚୀନଗଣ ଓ ଇସ୍ରାଏଲ ବଂଶର ଶାସକଗଣ, ମୋ’ କଥା ଶୁଣ, ତୁମ୍ଭେମାନେ ନ୍ୟାୟ କ’ଣ ଜାଣିବା ଉଚିତ୍।


ତା'ପରେ ଆମ୍ଭେ ତୁମ୍ଭ ନିକଟକୁ ଆସିବା ଓ ଉଚିତ୍ ବିଗ୍ଭର କରିବା। ଆମ୍ଭେ ଅତି ଶୀଘ୍ର ସାକ୍ଷ୍ୟ ଦେବା ସେମାନଙ୍କ ବିରୁଦ୍ଧରେ, ଯେଉଁମାନେ ମାୟାବୀ, ବ୍ୟଭିଗ୍ଭରୀ, ମିଥ୍ୟାବାଦୀ ଏବଂ ଯେଉଁମାନେ କାମ କରିବା ଲୋକଙ୍କୁ ଠକନ୍ତି। ଯେଉଁମାନେ ବିଧବା ଓ ଅନାଥମାନଙ୍କୁ ଅତ୍ୟାଗ୍ଭର କରନ୍ତି, ବିଦେଶୀମାନଙ୍କୁ ତଡ଼ି ଦିଅନ୍ତି। ସେହିପରି ଲୋକମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହିଥିଲେ।


“ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ।


Lean sinn:

Sanasan


Sanasan