ଯିଶାଇୟ 1:21 - ପବିତ୍ର ବାଇବଲ21 ପରମେଶ୍ୱର କୁହନ୍ତି, “ଯିରୁଶାଲମ ଏକ ନଗର ଯାହା ମୋ’ ପ୍ରତି ବିଶ୍ୱସ୍ତ ଥିଲା। କିଏ ଏହାକୁ ଏକ ବ୍ୟଭିଗ୍ଭରିଣୀରେ ପରିଣତ କଲା? ଯିରୁଶାଲମ ନ୍ୟାୟ ପୂର୍ଣ୍ଣ ହେବା ଉଚିତ୍। ଯିରୁଶାଲମର ଲୋକମାନେ ଯାହା ଠିକ୍ ତାହା କରିବା ଉଚିତ୍। ବର୍ତ୍ତମାନ ଏହା ତଣ୍ଟିକଟା ଓ ହତ୍ୟାକାରୀମାନଙ୍କର ବାସସ୍ଥାନରେ ପରିଣତ ହୋଇଛି। Faic an caibideilପବିତ୍ର ବାଇବଲ (Re-edited) - (BSI)21 ସତୀ ନଗରୀ କିପରି ବେଶ୍ୟା ହୋଇଅଛି ! ସେ ନ୍ୟାୟବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି। Faic an caibideilଓଡିଆ ବାଇବେଲ21 ବିଶ୍ୱସ୍ତ ନଗରୀ କିପରି ବେଶ୍ୟା ହୋଇଅଛି ! ସେ ନ୍ୟାୟବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ବିଶ୍ୱସ୍ତ ନଗରୀ କିପରି ବେଶ୍ୟା ହୋଇଅଛି! ସେ ନ୍ୟାୟ-ବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି। Faic an caibideil |
ଇସ୍ରାଏଲର ଗୋଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମୟଙ୍କର ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାକ୍ଷେତ ଓ ଯିହୁଦାର ଲୋକେ ତାଙ୍କର ପ୍ରିୟ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ। ସଦାପ୍ରଭୁ ସେଠାରେ ନ୍ୟାୟ ଆଶା କରୁଥିଲେ ମାତ୍ର ସେଠାରେ କେବଳ ମୃତ୍ୟୁ ଥିଲା। ସଦାପ୍ରଭୁ ସେଠାରେ ଧାର୍ମିକତା ଆଶା କରୁଥିଲେ ମାତ୍ର ସେଠାରେ କେବଳ ବିଳାପ ଥିଲା। ସେଠାରେ ଲୋକମାନେ କେବଳ ସନ୍ତାପିତ ହେଉଥିଲେ।
“ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ୟାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ୟାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତେବେ ତା'ର ସ୍ୱାମୀ କ’ଣ ପୁନର୍ବାର ତାହା ନିକଟକୁ ଆସିବ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତେବେ ସେହି ଦେଶ ଅତ୍ୟନ୍ତ ‘ଅଶୁଚି’ ହେବ। ହେ ଯିହୁଦା, ତୁମ୍ଭେ ଅନେକ ଉପପତି ସଙ୍ଗେ ବ୍ୟଭିଗ୍ଭର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସିବାକୁ ଗ୍ଭହୁଁଅଛ।” ଏହା ସଦାପ୍ରଭୁ କହନ୍ତି।
“ଯିରୁଶାଲମ, ହେ ଯିରୁଶାଲମ! ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କରୁଛ। ଯେଉଁ ଲୋକମାନଙ୍କୁ ପରମେଶ୍ୱର ତୁମ୍ଭ ପାଖକୁ ପଠାଇଥିଲେ, ତୁମ୍ଭେ ତାହାଙ୍କୁ ପଥର ଫୋପାଡ଼ି ମାରି ଦେଇଛ। ମୁଁ ଅନେକ ଥର ତୁମ୍ଭ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହିଁଛି। ଗୋଟିଏ କୁକୁଡ଼ା ତା'ର ପକ୍ଷତଳେ କୁକୁଡ଼ା ଛୁଆମାନଙ୍କୁ ଏକାଠି କରିବାଭଳି ମୁଁ ତୁମ୍ଭମାନଙ୍କ ଲୋକମାନଙ୍କୁ ଏକାଠି କରିବାକୁ ଗ୍ଭହିଁଥିଲି। କିନ୍ତୁ ତୁମ୍ଭେମାନେ ମୋତେ ତାହା କରେଇ ଦେଲ ନାହିଁ।