ଯାତ୍ରା ପୁସ୍ତକ 13:3 - ପବିତ୍ର ବାଇବଲ3 ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ। Faic an caibideilପବିତ୍ର ବାଇବଲ (Re-edited) - (BSI)3 ଅନନ୍ତର ମୋଶା ଲୋକମାନଙ୍କୁ କହିଲେ, ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ବାସଗୃହ ସ୍ଵରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ଵାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୋଟୀ ଭୋଜନ କରାଯିବ ନାହିଁ। Faic an caibideilଓଡିଆ ବାଇବେଲ3 ଏଥିଉତ୍ତାରେ ମୋଶା ଲୋକମାନଙ୍କୁ କହିଲେ, “ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଏଥିଉତ୍ତାରେ ମୋଶା ଲୋକମାନଙ୍କୁ କହିଲେ, “ଏହି ଦିନ ସ୍ମରଣରେ ରଖ, ଯେହେତୁ ଏହି ଦିନରେ ତୁମ୍ଭେମାନେ ଦାସଗୃହ ସ୍ୱରୂପ ମିସରରୁ ବାହାର ହେଲ, ଆଉ ସଦାପ୍ରଭୁ ବାହୁ ବଳ ଦ୍ୱାରା ସେଠାରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ; ଏଥିରେ ତାଡ଼ି ମିଶ୍ରିତ ରୁଟି ଭୋଜନ କରାଯିବ ନାହିଁ। Faic an caibideil |
ତୁମ୍ଭେମାନେ ସେହି ଭବିଷ୍ୟଦ୍ବକ୍ତା ବା ସ୍ୱପ୍ନ ଦର୍ଶକକୁ ପ୍ରାଣ ଦଣ୍ତ ଦେବା ଉଚିତ୍। କାରଣ ସେହି ବ୍ୟକ୍ତିଟି ମୋର ଲୋକମାନଙ୍କୁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରତାରିତ କଲା, ଯିଏକି ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ ଓ ଦାସତ୍ୱରୁ ତୁମ୍ଭମାନଙ୍କୁ ମୁକ୍ତ କଲେ। ସେହି ବ୍ୟକ୍ତିଟି ତୁମ୍ଭକୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କଠାରୁ ଦୂରକୁ ନେବାକୁ ଚେଷ୍ଟା କରୁଛି। ଯାହା ସେ ତୁମ୍ଭମାନଙ୍କୁ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହି ଉପାୟରେ ତୁମ୍ଭ ମଧ୍ୟରେ ଥିବା କୁକର୍ମ ଦୂର କରି ପାରିବ।
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରେ ତୁମ୍ଭମାନଙ୍କ ସାକ୍ଷାତରେ ଯେ ସକଳ କର୍ମ କରିଅଛନ୍ତି, ସେହିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ୱାରା ଓ ଚିହ୍ନଦ୍ୱାରା ଓ ଆଶ୍ଚର୍ଯ୍ୟ କର୍ମଦ୍ୱାରା, ଯୁଦ୍ଧଦ୍ୱାରା, ପରାକ୍ରାନ୍ତ ହସ୍ତଦ୍ୱାରା, ବିସ୍ତାରିତ ବାହୁଦ୍ୱାରା ଓ ଭୟଙ୍କର ଆଶ୍ଚର୍ଯ୍ୟ କର୍ମଦ୍ୱାରା ଅନ୍ୟ ଦେଶୀୟ ଲୋକଙ୍କ ମଧ୍ୟରୁ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।
ଆମ୍ଭେମାନେ ଜାଣୁ ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶରରୁ ଆଣିଥିଲେ। ଆମ୍ଭେମାନେ ସେଠାରେ କ୍ରୀତଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କ ଆଖି ଆଗରେ ସେଠାରେ ଏକ ଅଦ୍ଭୂତ କାର୍ଯ୍ୟ କରିଛନ୍ତି। ସଦାପ୍ରଭୁ ପରମେଶ୍ୱର ଆମ୍ଭମାନଙ୍କୁ ସେ ଦେଶରୁ ଆଣିଛନ୍ତି ଓ ଆମ୍ଭେମାନେ ଯେତେବେଳେ ଅନ୍ୟ ଦେଶକୁ ଗଲୁ, ଆମ୍ଭକୁ ବିପଦରୁ ସୁରକ୍ଷା ପ୍ରଦାନ କରିଛନ୍ତି।