Biblia Todo Logo
Bìoball air-loidhne

- Sanasan -




ଯାତ୍ରା ପୁସ୍ତକ 12:3 - ପବିତ୍ର ବାଇବଲ

3 ଏହି ଆଜ୍ଞା ସମଗ୍ର ଇସ୍ରାଏଲୀୟମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନରେ ପ୍ରତ୍ୟେକ ଲୋକ ଗୋଟିଏ ମେଷ ଶାବକ ଆପଣା ପରିବାରମାନଙ୍କ ପାଇଁ ନେବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ତଳୀକି ଏହି କଥା କୁହ, ଏହି ମାସର ଦଶମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷଶାବକ ନେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ, ଏହି ମାସର ଦଶମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷଶାବକ ନେବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତୁମ୍ଭେମାନେ ଇସ୍ରାଏଲୀୟ ସମଗ୍ର ମଣ୍ଡଳୀକୁ ଏହି କଥା କୁହ, ଏହି ମାସର ଦଶମ ଦିନରେ ତୁମ୍ଭମାନଙ୍କର ପ୍ରତ୍ୟେକ ମନୁଷ୍ୟ ପିତୃଗୃହାନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷଶାବକ ନେବ।

Faic an caibideil Dèan lethbhreac




ଯାତ୍ରା ପୁସ୍ତକ 12:3
26 Iomraidhean Croise  

ଅବ୍ରହାମ ଉତ୍ତର ଦେଲେ, “ହେ ମୋର ପୁତ୍ର, ପରମେଶ୍ୱର ନିଜେ ଉତ୍ସର୍ଗ ପାଇଁ ସେହି ମେଷ ଯୋଗାଇବେ।” ତେଣୁ ଇ‌ସ୍‌ହାକ ଓ ଅବ୍ରହାମ ଏକତ୍ର ସେଇ ସ୍ଥାନକୁ ଗ୍ଭଲିଲେ।


ଯୋଶିୟ ଇସ୍ରାଏଲର ଲୋକମାନଙ୍କୁ 30,000 ମେଷ ଓ ଛାଗ ନିସ୍ତାରପର୍ବ ବଳି ନିମନ୍ତେ ହତ୍ୟା କରିବାକୁ ଦେଲେ। ସେ ଆହୁରି ମଧ୍ୟ ଲୋକମାନଙ୍କୁ 3,000 ପଶୁପଲ ଦେଲେ। ଏହି ସମସ୍ତ ପଶୁ ରାଜା ଯୋଶିୟଙ୍କ ନିଜସ୍ୱ ପଶୁପଲର ଥିଲା।


“ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହେବ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହେବ।


ତେଣୁ ମୋଶା ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ। ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ତୁମ୍ଭର ପରିବାର ପାଇଁ ଏକ ମେଷଶାବକ ଆଣ ଓ ନିସ୍ତାରପର୍ବର ମେଷଶାବକକୁ ବଧ କର।


ଯଦି, ତୁମ୍ଭ ପରିବାରରେ ଯଥେଷ୍ଟ ଲୋକ ନ ଥା’ନ୍ତି ତାକୁ ଖାଇବାକୁ, ତେବେ ସେ ତା'ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପଯୁକ୍ତ ପରିମାଣରେ ଖାଦ୍ୟ ହେବ।


ତୁମ୍ଭମାନଙ୍କୁ ସେହି ମେଷ ଶାବକକୁ ମାସର ଚତୁର୍ଦ୍ଦଶ ଦିନଯାଏ ନଜରରେ ରଖିବାକୁ ହେବ। ସେହି ଦିନ ଇସ୍ରାଏଲର ସମସ୍ତ ଲୋକମାନେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂର୍ବରୁ ଏମାନଙ୍କୁ ହତ୍ୟା କରିବେ।


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ମୋ’ ପାଖରେ କ୍ରନ୍ଦନ କରୁଛ? ଇସ୍ରାଏଲୀୟମାନଙ୍କୁ କୁହ ସେମାନେ ଆଗକୁ ମାଡ଼ି ଗ୍ଭଲନ୍ତୁ।


ଆଉ ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭେମାନେ ଶୁଣିବୁ, ମାତ୍ର ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲେ ଆମ୍ଭେମାନେ ମରିଯିବୁ।”


ଏହା ପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସେହି ପ୍ରାଚୀନବର୍ଗକୁ ସମସ୍ତ କଥା କହିଲେ ଯାହାସବୁ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଏହା ପରେ ମୋଶା ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ।


ତେଣୁ ଇସ୍ରାଏଲୀୟ ଲୋକମାନଙ୍କୁ କୁହ, ‘ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭେମାନେ ମିଶରବାସୀମାନଙ୍କର ଆଉ ଦାସ ହୋଇ ରହିବ ନାହିଁ। ଆମ୍ଭେ ଆମ୍ଭର ମହାନ ଶକ୍ତି ପ୍ରୟୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦେବା। ଏହା ପରେ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ କବଳରୁ ରକ୍ଷା କରିବା।


ଆମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭରେ ମାସର ଦଶମ ଦିନରେ ସଦାପ୍ରଭୁଙ୍କ ଶକ୍ତି ମୋ’ ଉପରେ ଅଧିଷ୍ଠିତ ହେଲା। ଏହା ବାବିଲ ଯିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପରେ ସେହି ଦିନ ସଦାପ୍ରଭୁ ମୋତେ ସେଠାକୁ ଦର୍ଶନରେ ଆଣିଲେ।


“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯଦି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରେ, ତେବେ ସେ ନିଜ ପାଳିତ ଗୋରୁ, ମେଷ କିମ୍ବା ଛେଳି ଉତ୍ସର୍ଗ କରୁ।


ତହୁଁ ସେ ତା'ର କୃତ ପାପର ପ୍ରାୟଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛେଳିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା'ପରେ ଯାଜକ ତା'ର କୃତ ପାପର ପ୍ରାୟଶ୍ଚିତ କରାଇବ।


ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ, ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାଯିବା ଉଚିତ୍।


ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସୁଥିବା ଦେଖି କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ଯେ ଜଗତର ପାପ ବହିନେଇଯାଆନ୍ତି।


ସେତେବେଳେ ଯୋହନ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ।”


ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)।


ତହିଁ ଆରଦିନ ଲୋକମାନେ ଯିରୁଶାଲମରେ ଶୁଣିଲେ ଯେ, ଯୀଶୁ ସେଠାକୁ ଆସୁଛନ୍ତି। ଏହି ଲୋକମାନେ ଅନେକ ସଂଖ୍ୟାରେ ନିସ୍ତାରପର୍ବ ପାଇଁ ଆସିଥିଲେ।


ତୁମ୍ଭେମାନେ ସମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହେବାଲାଗି ତୁମ୍ଭମାନଙ୍କ ଭିତରେ ଥିବା ପୁରୁଣା ଖମୀରକୁ ସମ୍ପୂର୍ଣ୍ଣ ଭାବେ ବାହାର କରି ଦିଅ। ତୁମ୍ଭେମାନେ ସେହି ଖମୀରଶୂନ୍ୟ ନିସ୍ତାରପର୍ବର ରୋଟୀ ହଁ ଖ୍ରୀଷ୍ଟ ଆମ୍ଭର ନିସ୍ତାରପର୍ବ ସୂଚକ ମେଣ୍ଢା ଯେ କି ଆମ୍ଭ ପାଇଁ ବଳି ହୋଇ ଯାଇଛନ୍ତି।


“‘ପ୍ରଭାତରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବେ। ସଦାପ୍ରଭୁ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରବର୍ଗରୁ ବାଛିବେ। ଏହା ପରେ ସେହି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ। ସଦାପ୍ରଭୁ ସେହି ପରିବାରବର୍ଗକୁ ଗୋଟିଏ ଗୋଷ୍ଠୀକୁ ବାଛିବେ ଏବଂ ସେମାନେ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେବେ। ତା'ପରେ ସେହି ଗୋଷ୍ଠୀରୁ ସେ ଗୋଟିଏ ପରିବାରକୁ ବାଛିବେ। ତା'ପରେ ସେ ସେହି ପରିବାରର ପ୍ରତ୍ୟେକ ଲୋକଙ୍କୁ ନିରୀକ୍ଷଣ କରିବେ।


ପୃଥିବୀରେ ରହୁଥିବା ସମସ୍ତ ଲୋକମାନେ ସେହି ପଶୁକୁ ପୂଜା କରିବେ। ପୃଥିବୀ ଆରମ୍ଭରୁ ଏହି ଲୋକମାନଙ୍କର ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖା ହୋଇ ନାହିଁ। ଏହି ମେଷଶାବକଙ୍କୁ ବଧ କରାଯାଇଥିଲା।


ଶାମୁୟେଲ ଗୋଟିଏ ମେଣ୍ଢାଛୁଆ ନେଲେ ଏବଂ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ହୋମବଳି ରୂପେ ଏହା ଉତ୍ସର୍ଗ କଲେ। ଶାମୁୟେଲ ଇସ୍ରାଏଲୀୟମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ସଦାପ୍ରଭୁ ଶାମୁୟେଲଙ୍କ ପ୍ରାର୍ଥନାର ଉତ୍ତର ଦେଲେ।


Lean sinn:

Sanasan


Sanasan