Biblia Todo Logo
Bìoball air-loidhne

- Sanasan -




୨ ତୀମଥି 4:13 - ପବିତ୍ର ବାଇବଲ

13 ମୁଁ ଯେତେବେଳେ ତ୍ରୋୟାରେ ଥିଲି, ମୁଁ କାର୍ପଙ୍କ ପାଖରେ ମୋର ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତେବେଳେ ଆସିବ, ତାହା ମୋ’ ପାଇଁ ନେଇ ଆସିବ। ମୋ’ ବହିଗୁଡ଼ିକୁ ମଧ୍ୟ ଆଣିବ। ଚର୍ମପତ୍ର ଉପରେ ଲିଖିତ ବହିଗୁଡ଼ିକ ବିଶେଷଭାବରେ ମୋର ଦରକାର।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

13 ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକଗୁଡ଼ିକ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକ ଆଣିବ।

Faic an caibideil Dèan lethbhreac

ଓଡିଆ ବାଇବେଲ

13 ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକ ଗୁଡ଼ିକ, ବିଶେଷତଃ ଚର୍ମ ପୁସ୍ତକଗୁଡ଼ିକ ଆଣିବ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

13 ଟ୍ରୋୟସ୍ ସହରରେ କାର୍ପସ୍ଙ୍କ ପାଖରେ ମୁଁ ଯେଉଁ ଅଙ୍ଗରଖା ଛାଡ଼ି ଆସିଛି, ତୁମେ ଆସିବା ବେଳେ ତାକୁ ସାଙ୍ଗରେ ନେଇ ଆସିବ। ମୋର ପୁସ୍ତକ ଓ ନଥିପତ୍ରଗୁଡ଼ିକୁ ମଧ୍ୟ ନେଇ ଆସିବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ତ୍ରୋୟା ସହରରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକଗୁଡ଼ିକ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକ ଆଣିବ।

Faic an caibideil Dèan lethbhreac




୨ ତୀମଥି 4:13
7 Iomraidhean Croise  

ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ।


ଆମ୍ଭେ ତ୍ରୋୟା ନଗରରୁ ଜଳଯାତ୍ରାରେ ସାମଥ୍ରାକୀ ଉପଦ୍ୱୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିୟାପଲି ନଗରକୁ ଗଲୁ।


ତା'ପରେ ସେମାନେ ମୂସିଆ ଦେଶ ଛାଡ଼ି ତ୍ରୋୟା ନଗରକୁ ଆସିଲେ।


ସେମାନେ ତାହାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସେମାନଙ୍କୁ ବହୁତ ଦୁଃଖ ଦେଇଥିଲା। ସେମାନେ ସମସ୍ତେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।


ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।


ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି।


Lean sinn:

Sanasan


Sanasan