୨ ଥେସଲନୀକୀୟ 3:3 - ପବିତ୍ର ବାଇବଲ3 ପରମେଶ୍ୱର ହେଉଛନ୍ତି ବିଶ୍ୱସନୀୟ। ସେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ ଓ ସେହି ଦୁଷ୍ଟାତ୍ମାଠାରୁ ରକ୍ଷା କରିବେ। Faic an caibideilପବିତ୍ର ବାଇବଲ (Re-edited) - (BSI)3 କିନ୍ତୁ ପ୍ରଭୁ ବିଶ୍ଵସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ। Faic an caibideilଓଡିଆ ବାଇବେଲ3 କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ । Faic an caibideilପବିତ୍ର ବାଇବଲ (CL) NT (BSI)3 କିନ୍ତୁ ପ୍ରଭୁ ବିଶ୍ୱସ୍ତ! ସେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବେ ଓ ପାପାତ୍ମାଠାରୁ ରକ୍ଷା କରିବେ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ। Faic an caibideil |
ଯାବେଷ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ପ୍ରାର୍ଥନା କରୁଅଛି ତୁମ୍ଭେ ମୋତେ ଆଶୀର୍ବାଦ କର। ମୁଁ ଇଚ୍ଛା କରେ ଯେ, ତୁମ୍ଭେ ମୋତେ ଅଧିକ ଦେଶ ରାଜତ୍ୱ କରିବାକୁ ଦିଅ। ତୁମ୍ଭେ ମୋର ପାଶେ ପାଶେ ରୁହ ଓ ମୋତେ ଆଘାତ କରିବାକୁ କାହାକୁ ଦିଅ ନାହିଁ। ତେବେ ମୋହର କୌଣସି କଷ୍ଟ ହେବ ନାହିଁ।” ଯାବେଷ୍ ଯାହାକିଛି ମାଗିଲେ, ପରମେଶ୍ୱର ତାକୁ ସେହିସବୁ ପ୍ରଦାନ କଲେ।
କେବଳ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭେମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିପାର। ସେ କେବେ ହେଲେ ତୁମ୍ଭମାନଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ। କିନ୍ତୁ ଯେତେବେଳେ ତୁମ୍ଭେମାନେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇ ଦେବେ।
ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ।