Biblia Todo Logo
Bìoball air-loidhne

- Sanasan -




2 ଶାମୁୟେଲ 7:2 - ପବିତ୍ର ବାଇବଲ

2 ରାଜା ଦାଉଦ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ କହିଲେ, “ଦେଖ ମୁଁ ଏବେ ଏରସ ନିର୍ମିତ କାଠ ଘରେ ବାସ କରୁଅଛି କିନ୍ତୁ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ସେହି ତମ୍ବୁ ତଳେ ରହି ଅଛି। ଆମ୍ଭେମାନେ ପବିତ୍ର ସିନ୍ଦୁକ ପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିବା କଥା।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ରାଜା ନାଥନ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, ଦେଖ, ଏବେ ମୁଁ ଏରସ କାଷ୍ଠନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ଵରଙ୍କ ସିନ୍ଦୁକ ଯବନିକା ମଧ୍ୟରେ ବାସ କରୁଅଛି।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ରାଜା ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ଦେଖ, ଏବେ ମୁଁ ଏରସ କାଷ୍ଠରେ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଦୁକ ପରଦା ପଛରେ ବାସ କରୁଅଛି।”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ରାଜା ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ଦେଖ, ଏବେ ମୁଁ ଏରସ କାଷ୍ଠରେ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଦୁକ ପରଦା ପଛରେ ବାସ କରୁଅଛି।”

Faic an caibideil Dèan lethbhreac




2 ଶାମୁୟେଲ 7:2
24 Iomraidhean Croise  

ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇଲେ। ହୀରମ୍ ମଧ୍ୟ ଏରସ କାଠ, ବଢ଼ାଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲେ। ସେମାନେ ଦାଉଦଙ୍କ ପାଇଁ ଏକ ଘର ତିଆରି କଲେ।


ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନକୁ ପଠାଇଲେ। ନାଥନ ଯାଇ ଦାଉଦଙ୍କୁ କହିଲେ, “ଏକ ନଗରରେ ଦୁଇଜଣ ଲୋକ ଥିଲେ। ସେଥି ମଧ୍ୟରୁ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।


ଦାଉଦ ପରମେଶ୍ୱରଙ୍କ କୃପା ପ୍ରାପ୍ତ ହେଲେ। ସେ ଯାକୁବର ପରମେଶ୍ୱରଙ୍କ ପାଇଁ ଗୋଟିଏ ମନ୍ଦିର ତୋଳିବାକୁ ଅନୁମତି ଦେବା ପାଇଁ ପରମେଶ୍ୱରଙ୍କୁ ଅନୁରୋଧ କଲେ।


ଏହିସବୁ ଘଟଣା ଘଟିବା ବେଳେ ଯୀଶୁଙ୍କର ଶିଷ୍ୟମାନେ ଶାସ୍ତ୍ରରେ ଲେଖା ହୋଇଥିବା ଏହି ବାଣୀ ମନେ ପକାଇଲେ: “ତୁମ୍ଭ ଗୃହ ପାଇଁ ମୋର ଅନୁରାଗ ମୋତେ ଗ୍ରାସ କରିବ।”


“ତୁମ୍ଭେମାନେ ଭାବୁଛ ଯେ ସୁନ୍ଦର ଘରେ ବାସ କରିବାକୁ ଠିକ୍ ସମୟ ଆସିଯାଇଛି। ସୁନ୍ଦର କାନ୍ଥରେ କାଠ ଫଳକ ଲାଗିଥିବା ଘରେ ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥାରେ ଅଛି।


ରାଜା ଦାଉଦଙ୍କର କୃତ ସମସ୍ତ ବିଷୟ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାମୁୟେଲ ଭବିଷ୍ୟ‌ଦ୍‌ବକ୍ତା, ନାଥନ ଭବିଷ୍ୟ‌ଦ୍‌ବକ୍ତା ଓ ଗାଦ୍ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁସ୍ତକଗୁଡ଼ିକରେ ଲେଖାଯାଇଅଛି।


ତା'ପରେ ସେମାନେ ନିୟମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହା ପରେ ସେମାନେ ପରମେଶ୍ୱରଙ୍କ ଆଗରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ମୁଁ ମୋର ଗୃହକୁ ଯିବି ନାହିଁ ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”


ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଦାଉଦ ଯିରୁଶାଲମକୁ କିରିୟତ ଯିୟାରୀମଠାରୁ ଆଣିଥିଲେ। ଯିରୁଶାଲମରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ଯିରୁଶାଲମରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।


ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ରେରଣ କଲେ। ହୀରମ୍ ଆହୁରି ମଧ୍ୟ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼େଇମାନଙ୍କୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସେମାନଙ୍କୁ ପଠାଇଲେ।


ନାଥନ ଏ ସମସ୍ତ ବାକ୍ୟ ଦର୍ଶନ ଅନୁସାରେ ସେ ପରମେଶ୍ୱରଙ୍କର ବାକ୍ୟଗୁଡ଼ିକ ଅନୁସାରେ ଦାଉଦଙ୍କୁ କହିଲେ।


ଦାଉଦ ପବିତ୍ର ସିନ୍ଦୁକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକକୁ ନେଇ ସେହି ତମ୍ବୁ ମଧ୍ୟରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।


ଏହା ପରେ ମୋଶା ସେହି ପବିତ୍ର ସିନ୍ଦୁକକୁ ନେଇ ପବିତ୍ର ତମ୍ବୁରେ ରଖିଲେ। ଆଚ୍ଛାଦନର ବିଚ୍ଛେଦବସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷାରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ।


ଊରିୟ ଦାଉଦଙ୍କୁ କହିଲା, “ପବିତ୍ର ସିନ୍ଦୁକ, ଇସ୍ରାଏଲ ଓ ଯିହୁଦାର ସୈନ୍ୟବାହିନୀ ଏବଂ ମୋର ରାଜାଙ୍କର ଅଧିକାରୀଗଣ ଖୋଲା ପଦାରେ ତମ୍ବୁ କରିଛନ୍ତି। ତେଣୁ ମୁଁ କିପରି ଭୋଜନ କରିବାକୁ ଘରକୁ ଯିବି ଏବଂ ତା'ପରେ ମୋର ସ୍ତ୍ରୀଙ୍କ ସହିତ ଶୟନ କରିବି? ତୁମ୍ଭେ ଓ ମୁଁ ବଞ୍ଚିଥିବା ଯାଏ ସେପରି କରିବି ନାହିଁ।”


ବ‌ତ୍‌ଶେବା ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଭବିଷ୍ୟ‌ଦ୍‌ବକ୍ତା ନାଥନ ସେଠାରେ ଉପସ୍ଥିତ ହେଲେ।


“ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମାନାର୍ଥେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମୋର ପିତା ଦାଉଦ ବିଶେଷ ଭାବରେ ମନସ୍ଥ କରିଥିଲେ।


ଦାଉଦ ଶଲୋମନଙ୍କୁ କହିଲେ, “ମୋର ପୁତ୍ର, ମୁଁ ମୋର ପରମେଶ୍ୱର ସଦାପ୍ରଭୁଙ୍କ ନାମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାକୁ ଇଚ୍ଛା କରିଥିଲି।


ଶଲୋମନ କରିଥିବା ଅନ୍ୟାନ୍ୟ କାର୍ଯ୍ୟସକଳ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କ ଲେଖାସବୁ, ଶୀଲୋନୀୟ ଭବିଷ୍ୟ‌ଦ୍‌ବକ୍ତା, ଅହିୟଙ୍କର ଭବିଷ୍ୟ‌ଦ୍‌ବାଣୀ ଓ ଭବିଷ୍ୟ‌ଦ୍‌ବକ୍ତା ଇଦ୍ଦୋଙ୍କର ଦର୍ଶନ ପୁସ୍ତକରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲେଖାଯାଇ ଅଛି। ଇଦ୍ଦୋ ଯିଏ ନବାଟଙ୍କ ପୁତ୍ର ଯା‌ଶରବିୟା‌ମଙ୍କ ବିଷୟରେ ଲେଖିଛନ୍ତି।


ଦାଉଦ, ରାଜାଙ୍କ ଭବିଷ୍ୟ‌ଦ୍‌ବକ୍ତା ଗାଦ୍ ଓ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଯେଉଁ ପ୍ରକାର ଆଦେଶ ଦେଇଥିଲେ, ରାଜା ହିଜକିୟ ସେହି ପ୍ରକାରେ ଲେବୀୟମାନଙ୍କୁ ଝାଞ୍ଜ, ବୀଣା ଓ ସାରଙ୍ଗ ସହିତ ସଦାପ୍ରଭୁଙ୍କ ମନ୍ଦିରରେ ଅବସ୍ଥାପିତ କଲେ। ଏହି ଆଦେଶ ସଦାପ୍ରଭୁଙ୍କଠାରୁ ତାଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମାଧ୍ୟମରେ ଆସିଥିଲା।


ମାତ୍ର ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟ‌ଦ୍‌ବକ୍ତା, ଶିମିୟି, ରେୟି ଓ ଦାଉଦଙ୍କର ସ୍ୱତନ୍ତ୍ର ପ୍ରହରୀଗଣ ଅଦୋନିୟଙ୍କୁ ସମର୍ଥନ କରି ନ ଥିଲେ। ସେମାନେ ଦାଉଦଙ୍କର ବିଶ୍ୱସ୍ତ ଥିଲେ।


ନାଥନର ପୁତ୍ର ଅସରିୟ ଜିଲ୍ଲାର ପ୍ରଧାନମାନଙ୍କ ମୂଖ୍ୟ ଥିଲା ଓ ନାଥନର ପୁତ୍ର ସାବୁଦ୍ ଯାଜକ ଓ ରାଜା ଶଲୋମନଙ୍କର ଜଣେ ଉପଦେଶକ ଥିଲେ।


ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ, ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।


Lean sinn:

Sanasan


Sanasan