୧ ତୀମଥି 3:11 - ପବିତ୍ର ବାଇବଲ11 ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ। Faic an caibideilପବିତ୍ର ବାଇବଲ (Re-edited) - (BSI)11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ। Faic an caibideilଓଡିଆ ବାଇବେଲ11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ । Faic an caibideilପବିତ୍ର ବାଇବଲ (CL) NT (BSI)11-12 ଦୀକନମାନେ ମଧ୍ୟ ଏକପତ୍ନୀକ ହୋଇଥିବେ ଏବଂ ନିଜ ପରିବାର ଓ ସନ୍ତାନମାନଙ୍କୁ ଠିକ୍ ଭାବରେ ଚଳାଇ ପାରୁଥିବେ। ସେମାନଙ୍କର ପତ୍ନୀମାନେ ମଧ୍ୟ ସଚରିତ୍ରା ହୋଇଥିବେ ଏବଂ ପର କୁତ୍ସାରଟନା କରୁ ନ ଥିବେ। ସେମାନେ ମିତାଚାରୀ ଓ ସବୁ ବିଷୟରେ ସଚ୍ଚୋଟ ବୋଲି ସୁନାମ ଅର୍ଜନ କରିଥିବେ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ। Faic an caibideil |
ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର।