୧ ତୀମଥି 1:9 - ପବିତ୍ର ବାଇବଲ9 ଆମ୍ଭେ ଏହା ମଧ୍ୟ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଯେଉଁ ଲୋକମାନେ ବ୍ୟବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହନ୍ତି, ସେହିମାନଙ୍କ ଲାଗି ବ୍ୟବସ୍ଥା ନିର୍ମିତ ହୋଇଛି। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ପିତାମାତାଙ୍କ ହତ୍ୟାକାରୀ ତଥା ନରହତ୍ୟାକାରୀ, Faic an caibideilପବିତ୍ର ବାଇବଲ (Re-edited) - (BSI)9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ, ପୁଣି ହିତଜନକ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ସ୍ଥାପିତ ହୋଇଅଛି, Faic an caibideilଓଡିଆ ବାଇବେଲ9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, Faic an caibideilପବିତ୍ର ବାଇବଲ (CL) NT (BSI)9 କିନ୍ତୁ ମନେ ରଖିବାକୁ ହେବ, ଏହି ବ୍ୟବସ୍ଥା ଧାର୍ମିକ ଲୋକମାନଙ୍କ ପାଇଁ ହୋଇ ନାହିଁ। ନିୟମଭଙ୍ଗକାରୀ ଅଧାର୍ମିକମାନଙ୍କ ପାଇଁ ତାହା ତିଆରି ହୋଇଛି। ଯେଉଁମାନେ ସ୍ୱେଚ୍ଛାଚାରୀ, ଯେଉଁମାନଙ୍କର ଈଶ୍ୱର ଭୟ ନାହିଁ, ଯେଉଁମାନେ ପାପ ଅପକର୍ମରେ ଆସକ୍ତ, ଯେଉଁମାନଙ୍କର ଧର୍ମଭାବ ଓ ଅଧ୍ୟାତ୍ମବୋଧ ନାହିଁ, ଯେଉଁମାନେ ପିତାମାତାଙ୍କୁ ହତ୍ୟା କରିବାକୁ କୁଣ୍ଠିତ ନୁହଁନ୍ତି; Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, Faic an caibideil |
ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ଖଡ଼୍ଗରେ ବଧ କଲେ।
ତା'ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ।
ପ୍ରଭୁ ପ୍ରତ୍ୟେକ ଲୋକଙ୍କର ବିଗ୍ଭର କରିବେ। ସେ ପରମେଶ୍ୱରଙ୍କ ବିରୋଧୀ ପ୍ରତ୍ୟେକ ଲୋକଙ୍କୁ ବିଗ୍ଭର କରିବାକୁ ଓ ଦଣ୍ଡ ଦେବାକୁ ଆସୁଛନ୍ତି। ସେ ପରମେଶ୍ୱରଙ୍କର ବିରୁଦ୍ଧରେ ଦୁଷ୍କର୍ମ କରିଥିବା ପ୍ରତ୍ୟେକ ଲୋକଙ୍କୁ ଦଣ୍ଡ ଦେବେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେହି ପାପୀମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ପରମେଶ୍ୱରଙ୍କ ବିରୁଦ୍ଧରେ ମନ୍ଦକଥା କହିବା ହେତୁ ସେ ସେମାନଙ୍କୁ ଦଣ୍ଡ ଦେବେ।”