Biblia Todo Logo
Bìoball air-loidhne

- Sanasan -




୧ ଥେସଲନୀକୀୟ 4:8 - ପବିତ୍ର ବାଇବଲ

8 ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ୱରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ୱର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥା’ନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ଵର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ୱର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

8 ତେଣୁ ଯେ କେହି ଆମର ଏହି ଶିକ୍ଷାକୁ ଅଗ୍ରାହ୍ୟ କରେ, ସେ କେବଳ ମନୁଷ୍ୟକୁ ଉପେକ୍ଷା କରେ ନାହିଁ - ପବିତ୍ରଆତ୍ମାଦାନକାରୀ ଈଶ୍ୱରଙ୍କୁ ଅବମାନନା କରେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ବର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ।

Faic an caibideil Dèan lethbhreac




୧ ଥେସଲନୀକୀୟ 4:8
21 Iomraidhean Croise  

“ତଥାପି ବହୁବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣା ଆତ୍ମାଦ୍ୱାରା ଆପଣା ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭେ ସତର୍କ କଲ। ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀ ହସ୍ତରେ ସମର୍ପଣ କଲ।


ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”


ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ୟ ମାନି ଚଳିବା ଜଣେ ବ୍ୟକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥିରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ବୋଧଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।


ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ। ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ।


ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇସ୍ରାଏଲର ମୁକ୍ତିଦାତା ଓ ତା'ର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ୱସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, “ତାଙ୍କ ସକାଶେ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।”


ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ।


“ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”


ଜଣେ ବିଗ୍ଭରକ ଅଛନ୍ତି। ଯିଏ ବିଗ୍ଭର କରିବେ କି, କେଉଁ ଲୋକ ମୋତେ ବିଶ୍ୱାସ କରୁ ନାହିଁ ଓ ମୋ’ କଥା ଗ୍ରହଣ କରୁ ନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି, ତାହା ଦ୍ୱାରା ସେହି ଲୋକ ଶେଷ ଦିନରେ ବିଗ୍ଭର ହେବ।


‘ଦେଖ, ଅବଜ୍ଞାକାରୀ ଲୋକମାନେ, ତୁମ୍ଭେମାନେ ଆଶ୍ଚର୍ଯ୍ୟ ହୋଇପାର ଓ ତା'ପରେ ମରିବାକୁ ଯାଇଥାଅ, କାରଣ ମୁଁ ତୁମ୍ଭମାନଙ୍କ ସମୟରେ, ଏପରି ଗୋଟିଏ କାର୍ଯ୍ୟ କରିବି ଯାହା ତୁମ୍ଭମାନଙ୍କୁ କେହି କହିଲେ ସୁଦ୍ଧା, ତୁମ୍ଭେମାନେ ବିଶ୍ୱାସ କରିବ ନାହିଁ।’”


ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।


କିନ୍ତୁ ପରମେଶ୍ୱର ଆତ୍ମାଙ୍କ ମାଧ୍ୟମରେ ଏହି ନିଗୂଢ଼ ବିଷୟମାନ ଆମକୁ ଦେଖାଇ ଦେଇଛନ୍ତି। ଆତ୍ମା ସବୁ ଜାଣନ୍ତି। ସେ ପରମେଶ୍ୱରଙ୍କର ଅତି ଗୋପନୀୟ କଥା ମଧ୍ୟ ଜାଣନ୍ତି।


ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା'ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି।


ସେ ଆମ୍ଭଠାରେ ନିଜ ଅଧିକାରର ମୋହର ଲଗାଇଛନ୍ତି, ଓ ଆମ୍ଭମାନଙ୍କ ହୃଦୟରେ ତାହାଙ୍କ ଆତ୍ମା ପ୍ରଦାନ କରିଛନ୍ତି। ଏହା ପ୍ରମାଣ ଦିଏ ଯେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ନିଶ୍ଚୟ ଦେବେ।


ତୁମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସେହି ଆତ୍ମା “ଆ‌ବ୍‌‌‌‌ବା, ପ୍ରିୟ ପିତା” ବୋଲି ଡାକନ୍ତି।


ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।


କୌଣସି ଭବିଷ୍ୟ‌‌ଦ୍‌‌‌‌ବାଣୀ, ମନୁଷ୍ୟର ନିଜର ଇଚ୍ଛାରୁ ଜାତ ହୋଇ ନାହିଁ। କିନ୍ତୁ ଲୋକମାନେ ପବିତ୍ରଆତ୍ମା ଦ୍ୱାରା ଗ୍ଭଳିତ ହୋଇ, ପରମେଶ୍ୱରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।


ଯେଉଁ ଲୋକ ତାହାଙ୍କ ଆଦେଶଗୁଡ଼ିକ ପାଳନ କରେ, ସେ ପରମେଶ୍ୱରଙ୍କଠାରେ ରୁହେ ଓ ପରମେଶ୍ୱର ସେହି ଲୋକଠାରେ ରୁହନ୍ତି। ପରମେଶ୍ୱର ଯେ ଆମ୍ଭମାନଙ୍କଠାରେ ବାସ କରନ୍ତି, ତାହା ଆମ୍ଭେମାନେ କିପରି ଜାଣିବା? ପରମେଶ୍ୱରଙ୍କ ଦତ୍ତ ପବିତ୍ରଆତ୍ମାଙ୍କ ଦ୍ୱାରା ଆମ୍ଭେମାନେ ତାହା ଜାଣି ପାରିବା।


ତୁମ୍ଭମାନଙ୍କ ଦଳରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସେମାନେ ସ୍ୱପ୍ନ ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ସେମାନେ ନିଜ ଶରୀରକୁ ପାପ କାର୍ଯ୍ୟରେ ଦୂଷିତ କରନ୍ତି। ସେମାନେ ପରମେଶ୍ୱରଙ୍କର କର୍ତ୍ତୃତ୍ୱକୁ ଅସ୍ୱୀକାର କରନ୍ତି ଓ ଗୌରବମୟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ବହୁତ ମନ୍ଦ କଥା କହନ୍ତି।


କିନ୍ତୁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଆଜି ପରିତ୍ୟାଗ କଲ। ପରମେଶ୍ୱର ତୁମ୍ଭମାନଙ୍କୁ ସବୁ ଅସୁବିଧାରୁ ଓ ସମସ୍ୟାରୁ ରକ୍ଷା କରନ୍ତି। କିନ୍ତୁ ତୁମ୍ଭେମାନେ କହିଲ, ‘ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହୁଁ।’ ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନୁସାରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହୁଅ।”


ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଲୋକମାନଙ୍କ ମତ ଅନୁସାରେ କାର୍ଯ୍ୟ କର। ସେମାନେ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି। ସେମାନେ ମୋତେ ସେମାନଙ୍କର ରାଜା ରୂପେ ପ୍ରତ୍ୟାଖାନ କରିଛନ୍ତି।


Lean sinn:

Sanasan


Sanasan