Biblia Todo Logo
Bìoball air-loidhne

- Sanasan -




୧ ଥେସଲନୀକୀୟ 4:4 - ପବିତ୍ର ବାଇବଲ

4 “ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେମାନେ ପ୍ରତ୍ୟେକ ନିଜ ଶରୀରକୁ ସଂଯମ କରିବାକୁ ଶିଖ। ତୁମ୍ଭେମାନେ ନିଜ ଶରୀରକୁ ଏପରି ବ୍ୟବହାର କର ଯେ, ତାହା ପବିତ୍ର ହେବ ଓ ପରମେଶ୍ୱରଙ୍କୁ ଗୌରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହେବାକୁ ଦିଅ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ଯେପରି ଈଶ୍ଵରଙ୍କ ସମ୍ଵନ୍ଧରେ ଅଜ୍ଞ ବିଜାତିମାନଙ୍କ ପରି କାମାଭିଳାଷୀ ନ ହୋଇ

Faic an caibideil Dèan lethbhreac

ଓଡିଆ ବାଇବେଲ

4 ଆଉ, ଯେପରି ଈଶ୍ୱରଙ୍କ ସମ୍ବନ୍ଧରେ ଅଜ୍ଞ ଅଣଯିହୂଦୀମାନଙ୍କ ପରି କାମାଭିଳାଷୀ ନ ହୋଇ,

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

4-5 ଈଶ୍ୱରଙ୍କୁ ଜାଣି ନ ଥିବା ଇତର ଲୋକମାନଙ୍କ ପରି ପ୍ରତ୍ୟେକେ ନିଜ ନିଜର ସ୍ତ୍ରୀ ସହିତ କିପରି କାମତୁର ନ ହୋଇ ପବିତ୍ର ଓ ସମ୍ମାନଜନକ ଭାବରେ ଜୀବନ ଯାପନ କରିବା ଉଚିତ୍, ତାହା ତୁମ୍ଭମାନଙ୍କୁ ଜାଣିବାକୁ ହେବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ଯେପରି ଈଶ୍ବରଙ୍କ ସମ୍ବନ୍ଧରେ ଅଜ୍ଞ ଅଣଯିହୁଦୀମାନଙ୍କ ପରି କାମାଭିଳାଷୀ ନ ହୋଇ,

Faic an caibideil Dèan lethbhreac




୧ ଥେସଲନୀକୀୟ 4:4
15 Iomraidhean Croise  

କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଯାଅ, କାରଣ ଏହି ଲୋକକୁ ମୁଁ ଏକ ବିଶେଷ କାର୍ଯ୍ୟ ପାଇଁ ବାଛିଛି।


ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ। ସେମାନେ ପାପରେ ପୂର୍ଣ୍ଣ ଥିଲେ। ପରମେଶ୍ୱର ସେମାନଙ୍କୁ ନିଜର ପାପ ମାର୍ଗରେ ଯିବା ପାଇଁ ଛାଡ଼ି ଦେଲେ। ସେଥିପାଇଁ ସେମାନେ ଯୌନପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମରେ ନିୟୋଜିତ ରଖିଲେ, ଯା’ଦ୍ୱାରା ସେମାନଙ୍କ ଶରୀର ନିନ୍ଦିତ ହେଲା।


ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ୱରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭେମାନେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ୱରୂପ ପରମେଶ୍ୱରଙ୍କୁ ଅର୍ପଣ କର। ଏହା କେବଳ ତାହାଙ୍କୁ ସମର୍ପିତ ହେବ। ଏହା ପରମେଶ୍ୱରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଆତ୍ମିକ ଉପାସନା ଅଟେ।


ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦେଇ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ମୁଁ ଏହିଭଳି ବୁଝାଉଛି। ଅତୀତରେ ତୁମ୍ଭେମାନେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହେବାକୁ ଓ ମନ୍ଦ କର୍ମରେ ନିଯୁକ୍ତ କରିଥିଲ। ଫଳ ସ୍ୱରୂପ ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲ। ଠିକ୍ ସେହିଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତେବେ ତୁମ୍ଭେମାନେ କେବଳ ପରମେଶ୍ୱରଙ୍କ ପାଇଁ ବଞ୍ଚିବ।


ତୁମ୍ଭେମାନେ କ’ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶେଷ? ତା'ହେଲେ ତୁମ୍ଭେମାନେ କ’ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନେଇଯିବି, ଓ ସେଗୁଡ଼ିକୁ କୌଣସି ବେଶ୍ୟାର ଅଙ୍ଗ କରିଦେବି? କେବେ ନୁହେଁ।


କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍।


କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା'ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।


ଆମ୍ଭେ ପରମେଶ୍ୱରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କେବଳ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ଯ୍ୟ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ୱରଙ୍କର ଅଟେ।


ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍‌‌ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର।


ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ।


ଠିକ୍ ସେହିଭଳି ତୁମ୍ଭେ ପତିମାନେ! ତୁମ୍ଭ ପତ୍ନୀମାନଙ୍କ ସହିତ ଭଲ ବୁଝାମଣାରେ ଜୀବନଯାପନ କର। ତୁମ୍ଭେମାନେ ନିଜ ପତ୍ନୀକୁ ସମ୍ମାନ ଦେଖାଇବା ଉଚିତ୍। ସେମାନେ ତୁମ୍ଭଠାରୁ ଦୁର୍ବଳ। କିନ୍ତୁ ପରମେଶ୍ୱର, ତୁମ୍ଭ ଭଳି ସେମାନଙ୍କୁ ମଧ୍ୟ ଆଶୀର୍ବାଦ ଦାନ କରନ୍ତି, ଯାହାକି ପ୍ରକୃତ ଜୀବନ ଦାନ କରେ। ତୁମ୍ଭ ପ୍ରାର୍ଥନାରେ କୌଣସି ଅସୁବିଧା ନ ଘଟିବା ଲାଗି ଏହାସବୁ କର।


ଦାଉଦ ଯାଜକଙ୍କୁ ଉତ୍ତର ଦେଲେ, “ଆମ୍ଭମାନଙ୍କର କୌଣସି ସ୍ତ୍ରୀଲୋକମାନଙ୍କ ସହିତ ଯୌନ ସମ୍ପର୍କ ନାହିଁ। ମୋର ଲୋକମାନେ ସର୍ବଦା ଶରୀରକୁ ପବିତ୍ର ରଖିଥା’ନ୍ତି। ଯେତେବେଳେ ଆମ୍ଭେ ଯୁଦ୍ଧକୁ ଯାଉ ଏପରିକି ସାଧାରଣ ଅଭିଯାନ ହେଲେ ବି ଏବଂ ଆଜି ତ ଏକ ସ୍ୱତନ୍ତ୍ର ଦିନ ଅଟେ, କାରଣ ଆମ୍ଭର ଅଭିଯାନ ଆଜି ବହୁତ ସ୍ୱତନ୍ତ୍ର।”


Lean sinn:

Sanasan


Sanasan